ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକରେ ସାଲନ୍ଦୀ ନଦୀର ବନ୍ୟା ଛାଡ଼ି ଯାଇଛି। ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ ଭାଙ୍ଗି ଦେଇଛି ଅସହାୟ ମଣିଷର ଝାଟିମାଟି ଘର। ସେହି ଭଙ୍ଗା ଘର ଭିତରେ ପୁଣି ଆଶ୍ରୟ ନେବା ପାଇଁ ସଜାଡୁଛି। ଓଦା ମାଟି ଭିତରେ ବନ୍ୟା ବିପନ୍ନ ମଣିଷ ଖୋଜୁଛି ପୁଣି ମୁଣ୍ଡ ଗୁଞ୍ଜିବା ପାଇଁ ନିଜର ଆଶ୍ରୟ। ବନ୍ୟାରେ ନିଜର ଘରକୁ ଛାଡ଼ି ପଳାଇ ଆସିଥିଲେ ସ୍କୁଲରେ ହୋଇଥିବା ଆଶ୍ରୟ ସ୍ଥଳକୁ। ବନ୍ୟାଜଳ ଆଗରେ ବେଶ୍ କିଛି ଅସହାୟ ଥିଲା ମଣିଷ। ଏମିତି ଏନେକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତରେ।
ଏହି ଗାଁ ଦାଣ୍ଡରେ ଦୀର୍ଘ ଛଅ ଦିନ ଧରି ଚାରି ଫୁଟର ବନ୍ୟା ପାଣି ଘେରରେ ରହୁଥିଲେ ଅନେକ ପରିବାର। ଏବେ ବନ୍ୟା ଛାଡି ଯାଇଛି। ହେଲେ ସେମାନଙ୍କ ଦୁଃଖ ବଢ଼ି ଯାଇଛି।ଅର୍ଣ୍ଣପାଳ ପଂଚାୟତ ର ରାଜୁଆଳି ବିନ୍ଧା ଗାଁରେ ଚାଷ କରି ପରିବାର ପୋଷଣ କରୁଥିବା ନଟବର ମହାଳିକ ଓ ନରେନ୍ଦ୍ର ମହାଳିକ ଙ୍କ ଝାଟିମାଟି ଘର ଏବେ ବନ୍ୟା ପାଣିରେ ଭାଙ୍ଗି ଯାଇଛି।
Bhadrak Flood ଭଦ୍ରକ ବନ୍ୟା ସ୍ଥିତିରେ ଆସିଛି ସାମାନ୍ୟ ସୁଧାର, ଏବେବି ୩୪୬ ରିଲିଫ୍ କ୍ୟାମ୍ପ୍ରେ ପ୍ରଭାବିତ ଜନତା
ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେମିତି ଏମାନଙ୍କ ପାଇଁ ସାତ ସପନ ହୋଇଛି। ସେହି ଭଙ୍ଗା ଘରକୁ ପୁଣି ମାଟି ଲେପି ମୁଣ୍ଡ ଗେଂଜିବାକୁ ବାଟ ଖୋଜୁଛନ୍ତି ତାଙ୍କ ପରିବାର। ରାଜ୍ୟ ସରକାର ଗ୍ରାଉଣ୍ଡ ଜିରୋରେ ବନ୍ୟାରେ ଭାଙ୍ଗିଥିବା ଘର ଲିଷ୍ଟ ପାଇଁ ଆରଆଇ ଅଛନ୍ତି ବୋଲି କହୁଥିବା ବେଳେ ବାସ୍ତବ ଦୃଶ୍ୟ ଆପଣଙ୍କ ସାମ୍ନାରେ ରଖୁଛି। ନା ଏମାନଙ୍କ ପାଖରେ ପ୍ରଶାସନ ପହଁଚିଛି ନା କ୍ଷୟ କ୍ଷେତି ଆକଳନ କରୁଥିବା ସରକାରୀ ବାବୁମାନେ। ଏଭଳି ପରିସ୍ଥିତିରେ ନିଜ ଭାଗ୍ୟକୁ ଆଦରି ଭାଙ୍ଗି ପଡିଛନ୍ତି ନଟବରଙ୍କ ପରିବାର।
ସେହିପରି ଏହି ଗାଁରେ ଆହୁରି ୧୫ରୁ ଊର୍ଦ୍ଧ୍ବ କଚ୍ଚା ଘର ବନ୍ୟାପାଣିରେ ସମ୍ପୂର୍ଣ ଭାଙ୍ଗିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ସରକାରୀ ସହାୟତା ମିଳିବା ସହିତ ଯଥାଶୀଘ୍ର ସେମାନଂକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଆକୁଳ ନେବେଦନ କରିଛନ୍ତି ଏହି ଦୁଖୀ ପରିବାର। ଏହି ଅସହାୟ ଅବସ୍ଥାରେ ରହିଥିବା ବନ୍ୟା ବିପନ୍ନ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ତରଫରୁ ନିବେଦନ କରହିଛି।

1 hour ago
1


