ARTICLE AD BOX
ଆଉ ଏକ ଅନ୍ତର୍ଜାତୀୟ ପରିଚୟ ହାସଲ କରିଛନ୍ତି ବଲିଉଡ୍ ଅଭିନେତା ଋତିକ ରୋଶନ। ସେ ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ୧୫ତମ ‘ଲାକ୍ମା’ ଆର୍ଟ ଫିଲ୍ମ ଗାଲାରେ ଯୋଗଦେଇ ଇତିହାସ ରଚିଛନ୍ତି। ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତିକଙ୍କ ଉପସ୍ଥିତି ଭାରତୀୟ ସିନେମା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ପାଲଟିଛି।
ଏହି ଉତ୍ସବରେ ହଲିଉଡ୍ର ବହୁ ପ୍ରତିଷ୍ଠିତ ଅଭିନେତା, ଚଳଚ୍ଚିତ୍ର ନିର୍ମାତା, କଳାକାର ଏବଂ ବିଶ୍ୱ ସାଂସ୍କୃତିକ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ସେମାନଙ୍କ ଗହଣରେ ଋତିକଙ୍କ ଉପସ୍ଥିତି ବେଶ୍ ଆକର୍ଷଣୀୟ ଥିଲା। ଏହି ଗାଲାରେ ଯୋଗଦେବାରେ ସେ ପ୍ରଥମ ମୁଖ୍ୟଧାରାର ଭାରତୀୟ ଅଭିନେତା ବିବେଚିତ ହୋଇଛନ୍ତି।
Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର
କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଋତିକ ଇଟାଲୀର ପ୍ରସିଦ୍ଧ ବିଳାସପୂର୍ଣ୍ଣ ଫ୍ୟାସନ୍ ବ୍ରାଣ୍ଡ୍ ବ୍ରୁନେଲୋ କୁଚିନେଲିର ସ୍ୱତନ୍ତ୍ର ଟକ୍ସିଡୋ ପରିଧାନ କରିଥିଲେ। ତାଙ୍କର ଆକର୍ଷଣୀୟ ପୋଷାକ ଚୟନ ତାଙ୍କୁ ଉତ୍ସବର ଅନ୍ୟତମ ଚର୍ଚ୍ଚିତ ଚେହେରାରେ ପରିଣତ କରିଥିଲା। ଏହି କାର୍ଯ୍ୟକ୍ରମରେ ଋତିକଙ୍କୁ ସ୍ୱାଗତ କରିଥିଲେ ଭାରତୀୟ ବଂଶୋଦ୍ଭବ ପ୍ରଯୋଜିକା ତଥା ‘ଇଣ୍ଟରନ୍ୟାସନାଲ୍ ଏମି ବୋର୍ଡ’ର ସଦସ୍ୟା କବିତା ଗୁପ୍ତା। ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ସେ ନିରନ୍ତର ଉଦ୍ୟମ କରିଆସୁଛନ୍ତି।
ଉଲ୍ଲେଖଯୋଗ୍ୟ, ‘ଲାକ୍ମା’ ଆର୍ଟ ଆଣ୍ଡ୍ ଫିଲ୍ମ ଗାଲା ହେଉଛି କଳା, ସିନେମା ଓ ସଂସ୍କୃତିର ସମନ୍ୱୟକୁ ପାଳନ କରୁଥିବା ଏକ ବାର୍ଷିକ କାର୍ଯ୍ୟକ୍ରମ। ଏହି ଉତ୍ସବରେ ଋତିକଙ୍କ ଉପସ୍ଥିତି ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ କଳାକାରଙ୍କ ବଢ଼ୁଥିବା ପରିଚୟକୁ ପ୍ରତିଫଳିତ କରିଛି।
Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ

3 days ago
3


