ARTICLE AD BOX
ସୋର (ଅଭୟ ଦ୍ବିବେଦୀ): ଜୁଏଲାରୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ମାଲିକଙ୍କ କାର ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ ହୋଇଛି। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ପଦୁନା ନିକଟରେ ଘଟିଛି ଏହି ଘଟଣା। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
କୁପାରୀରେ ଜୁଏଲାରୀ ଦୋକାନ ବନ୍ଦ କରି ମାଲିକ ହରେକୃଷ୍ଣ ସାହୁ ନିଜ କାରରେ ଘର ପଦୁନାକୁ ଫେରିଥିଲେ। ସେ ଘରେ ପହଞ୍ଚିବା ପରେ ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଗୁଳିଚାଳନା ପରେ ଅଞ୍ଚଳବାସୀ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିବା ବେଳେ ସେମାନେ ଫଲ୍ସ ଫାୟାରିଂ କରିଥିବା ସୂଚନା ମିଳିଛି। ଏହାପରେ କିଛି ଦୂରରେ ଆଉ ଦୁଇ ରାଉଣ୍ଡ ଗୁଳିଚାଳନା ହୋଇଥିବା କୁହାଯାଉଛି।
ଗୋଟିଏ ପଲସର ଓ ଗୋଟିଏ ୟୁନିକର୍ଣ୍ଣ ବାଇକରେ ୪ରୁ ଅଧିକ ଦୁର୍ବୃତ୍ତ ଆସିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ଗୋଟିଏ ବାଇକ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଗୁଳି ଓ ଗୋଟିଏ ବାଇକ ଜବତ କରିଛି ପୁଲିସ। ଲୁଟ୍ ଉଦ୍ୟମ ପଛରେ କେଉଁମାନେ ରହିଛନ୍ତି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Police seizes Rs 5 lakh: ଦୁର୍ବୃତ୍ତଙ୍କୁ କାବୁ କଲା ପୁଲିିସ; ଜବତ କଲା ୫ଲକ୍ଷ ଟଙ୍କା

1 hour ago
2


