FIFA: ଇଂଲଣ୍ଡ ପରାଜୟ ପାଇଁ ଟୁସେଲ ଦାୟୀ:ରୁନି

4 hours ago 1
ARTICLE AD BOX

ଆଟଲାଣ୍ଟା: ବୁଧବାର ରାତିରେ ୮୫ରୁ ଅଧିକ ମିନିଟ୍‌ କାଳ ଆଧିପତ୍ୟ ବିସ୍ତାର କରିବା ସତ୍ତ୍ବେ ଆର୍ଜେଣ୍ଟିନା ବିପକ୍ଷ ସେମିଫାଇନାଲ୍‌କୁ ଶେଷରେ ଇଂଲଣ୍ଡ ୧-୨ ଗୋଲ୍‌ରେ ହାରିବା ନେଇ ଏହି ଦେଶର ପୂର୍ବତନ ଖେଳାଳିମାନେ ପ୍ରଶିକ୍ଷକ ଥମାସ ଟୁସେଲଙ୍କ ବିତର୍କିତ ରଣନୀତିକୁ ଦାୟୀ କରିଛନ୍ତି। ଇଂଲଣ୍ଡର ପୂର୍ବତନ ପୂର୍ବତନ ଅଧିନାୟକ ୱେନ୍ ରୁନି ‘ଏକ୍ସ’ରେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢନ୍ତୁ:Rath Yatra: ଭାଙ୍ଗିଲା ସମ୍ବଲପୁରର ଶତାବ୍ଦୀ ପୁରୁଣା ପରମ୍ପରା

 ସେ କହିଛନ୍ତି, ଟୁସେଲଙ୍କ କିଛି ନିଷ୍ପତ୍ତି ହିଁ ଇଂଲଣ୍ଡକୁ ବିଶ୍ୱକପ୍ ଫାଇନାଲ୍‌ରୁ ବଞ୍ଚିତ କରିଛି। ପ୍ରଥମ ଗୋଲ୍‌ କରିବା ପରେ ଆମେ ଦ୍ୱିତୀୟ ଗୋଲ୍‌ ପାଇଁ କୌଣସି ପ୍ରୟାସ କରିନଥିଲୁ। ଦଳ ମାତ୍ରାଧିକ ରକ୍ଷଣାତ୍ମକ ହୋଇଯାଇଥିଲା। ବିଶେଷ କରି ପାଞ୍ଚ ଜଣ ଡିଫେଣ୍ଡରଙ୍କୁ ନେଇ ଖେଳିବାର ନିଷ୍ପତ୍ତି ଆର୍ଜେଣ୍ଟିନାକୁ ମ୍ୟାଚ୍‌କୁ ଶେଷ ସମୟରେ ନିୟନ୍ତ୍ରଣକୁ ନେବାର ସୁଯୋଗ ଦେଇଥିଲା। ଶ୍ରେଷ୍ଠ ପ୍ରଶିକ୍ଷକମାନେ ଏଭଳି ସମୟରେ ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇଥା’ନ୍ତି। ଟୁସେଲ କିନ୍ତୁ ଏହା କରି ନଥିଲେ। ଅନ୍ୟପଟେ ପୂର୍ବତନ ଅଧିନାୟକ ଆଲାନ୍ ସିଅରର କହିଛନ୍ତି, ଆର୍ଜେଣ୍ଟିନା ଭଲ ଦଳ ଭାବେ ବିଜୟ ହାସଲ କରିଛି।

ଆହୁରି ପଢନ୍ତୁ:Rath Yatra In Kendrapada: ଦୁଇ ହାତ ଗଡ଼ିଲା ରଥ; ଭାବରେ ଭିଜିଲେ ଭକ୍ତ

 ପଛରେ ପଡ଼ିବା ପରେ ମଧ୍ୟ ସେମାନେ ଧୈର୍ଯ୍ୟ ହରାଇ ନଥିଲେ ଏବଂ ନିଜ ଯୋଜନା ଅନୁଯାୟୀ ଖେଳିଥିଲେ। ଗ୍ୟାରି ନେଭିଲ କହିଛନ୍ତି, ଇଂଲଣ୍ଡର ମାନସିକତା ବଡ଼ ପ୍ରତିଯୋଗିତାରେ ବାରମ୍ବାର ସମସ୍ୟା ସୃଷ୍ଟି କରୁଛି। ଏଭଳି ଦୃଶ୍ୟକୁ ଆମେ ବଡ଼ ପ୍ରତିଯୋଗିତାରେ ଅନେକଥର ଦେଖିଛୁ। ପୂର୍ବତନ ଷ୍ଟ୍ରାଇକର ମାଇକେଲ ଓଏନ ମଧ୍ୟ ଟୁସେଲଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଥିଲେ, ୧-୦ରେ ଆଗୁଆ ଥିଲାବେଳେ ତିନି ଜଣ ଡିଫେଣ୍ଡରଙ୍କୁ ପଡ଼ିଆକୁ ଆଣିବା କେଉଁ ବାର୍ତ୍ତା ଦେଉଛି? ସତ କହିବାକୁ ଗଲେ ଆମେ ପରାଜୟର ଯୋଗ୍ୟ ଥିଲୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.