FIFA U15 World Cup: ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍: ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଲା ଭାରତ

2 hours ago 2
ARTICLE AD BOX

ବକୁ: ପ୍ରଥମ ଥର ଆୟୋଜିତ ଫିଫା ୧୫ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ଅପରାଜେୟ ଧାରା ଜାରି ରହିଛି। ଲାଓସ୍‌ ଓ କାମେରୁନ୍‌କୁ ହରାଇଥିବା ଏହି ଦଳ ନିଜର ତୃତୀୟ ମ୍ୟାଚ୍‌ରେ ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଛି। ବକୁରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୩-୩ ଗୋଲ୍‌ରେ ଅମୀମାଂସିତ ଭାବେ ଶେଷ ହୋଇଛି। 

ଭାରତ  ନେଇଥିଲା ପ୍ରାରମ୍ଭିକ ଅଗ୍ରଣୀ
ଏଥିସହ ଭାରତ ଗ୍ରୁପ୍‌-କେରେ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଟେବୁଲ ଶୀର୍ଷ ସ୍ଥାନ ବଜାୟ ରଖିଛି। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମ୍ୟାକ୍‌ଡୋନିସ ଏନ୍‌ଗାଇରାଙ୍ଗବାଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ସି ଲାଲାମିନଙ୍ଗରୋପୁଇଆ (୨୨ ମିନିଟ୍‌) ଓ ହେଇବାମ ରୋନାଣ୍ଡେବ (୨୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତକୁ ୩-୦ରେ ଆଗରେ ରଖିଥିଲେ। 

ୟୁରୋପରେ ନୂଆ ଅଧ୍ୟାୟ ଆରମ୍ଭ କଲେ ଭାରତୀୟ ଯୁବା ଫୁଟ୍‌ବଲର୍‌ ରିନ୍‌ଶା ମରିୟମ୍

ହେଲେ ଏହାପରେ ଗ୍ରେନାଡା ସଫଳ ପ୍ରତ୍ୟାବର୍ତ୍ତନ କରି ୩ ଗୋଲ୍‌ ଶୁଝି ଏହି ପ୍ରତିଯୋଗିତାରେ ପ୍ରଥମ ପଏଣ୍ଟ ନିଶ୍ଚିତ କରିଥିଲା। ଦଳ ପକ୍ଷରୁ ଜୟୱାର୍ନି ନୋଏଲ (୩୧ ମିନିଟ୍‌), କାଇ ୱିଲସନ୍‌ (୩୩ ମିନିଟ୍‌) ଓ ଅମନ ୟୁସି (୩୭ ମିନିଟ୍‌) ଏହି ୩ ଗୋଲ୍‌ ଦେଇ ଭାରତର ବିଜୟ ଅଶାରେ ପାଣି ଭରି ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.