Fashion store: ବିଳାସପୂର୍ଣ୍ଣ ଫ୍ୟାସନ ଷ୍ଟୋର ‘ବହ୍ନିଅମ’, ୫୦ ଖ୍ୟାତନାମା ଡିଜାଇନର୍‌ଙ୍କ ସମ୍ଭାର

1 week ago 6
ARTICLE AD BOX

ଭୁବନେଶ୍ବର: ପଟିଆ କିଟ୍‌ ଛକର ଆଦର୍ଶ ବିହାରରେ ୭୦୦୦ ବର୍ଗଫୁଟ ସ୍ଥାନରେ ଦୁଇ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଫ୍ୟାସନ ଷ୍ଟୋର ‘ବହ୍ନିଅମ’ ଉଦ୍‌ଘାଟିତ ହୋଇଯାଇଛି। ଏହାର ଉଦ୍‌ଘାଟନୀ ଅବସରରେ ପ୍ରତିଷ୍ଠାତା ମାଣିକ ଓ ଲିପ୍‌ସା ହଂସ, ଯୋଗେନ୍ଦ୍ର ହଂସ ଉପସ୍ଥିତ ଥିଲେ। ସଂସ୍କୃତ ଶବ୍ଦ ବହ୍ନିରୁ ପ୍ରେରଣା ନେଇ ଏହାର ନାମ ଦିଆଯାଇଛି ‘ବହ୍ନିଅମ’। 

ଏଥିରେ ଦେଶର ୫୦ ଖ୍ୟାତନାମା ଡିଜାଇନରମାନଙ୍କ ସମ୍ଭାର ରହିଛି। ଅମିତ ଅଗ୍ରୱାଲ, ମହିମା ମହାଜନ, ଓଟିଟି, ଗୋପୀ ବୈଦ, ପୌଲମି ଓ ହର୍ଷ, ପୁନିତ ବାଲାନା, ଇକାୟା ବନାରସ, ରିଶି ଓ ବିଭୂତି, ଶିତଲ ବାତ୍ରା, ତୋରାନି, ଜିଗର ମାଲିଙ୍କ ଭଳି ଡିଜାଇନରଙ୍କ ସମ୍ଭାର ଷ୍ଟୋର୍‌ରେ ଅଛି। 

Story: ପୋଷାକରେ ପ୍ରସବ କାହାଣୀ

ସମସାମୟିକ ପୋଷାକଠାରୁ ଆରମ୍ଭ କରି ଇଜି-ଟୁ-ୱେର, ଷ୍ଟେଟ୍‌ମେଣ୍ଟ ପୋଷାକ ଓ କଷ୍ଟମାଇଜ ଫ୍ୟାସନ ପୋଷାକ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅବସର ପାଇଁ ଏଥିରେ ପୋଷାକ ରହିଛି। ଏହି ଅବସରରେ ବହ୍ନିଅମର ସହପ୍ରତିଷ୍ଠାତା ଲିପ୍‌ସା କୁହନ୍ତି, ବିଳାସ କ୍ଷେତ୍ରରେ ଭୁବନେଶ୍ବର ଓ ଓଡ଼ିଶା ଧୀରେ ଧୀରେ ଏକ ଦୃଢ଼ ବଜାର ଭାବେ ବିକଶିତ ହେଉଛି। ଆମେ ଏହି ବଜାରର ସମ୍ଭାବନାକୁ ଦେଖିଛୁ ଓ ଏକ ମଲ୍‌ଟି-ଡିଜାଇନର୍‌ ଷ୍ଟୋର୍‌ ସହରକୁ ଆଣି ସେହି ଦୂରଦୃଷ୍ଟିକୁ ବାସ୍ତବ କରିବାକୁ ଉଦ୍ୟମ କରିଛୁ। 

ଅନ୍ୟତମ ସହପ୍ରତିଷ୍ଠାତା ମାଣିକ କହିଛନ୍ତି, ଏକ ସହର ଭାବେ ଭୁବନେଶ୍ବର ବଦଳିଛି ଓ ଗ୍ରାହକମାନେ ମଧ୍ୟ ବିକଶିତ ହୋଇଛନ୍ତି। ରାଜ୍ୟରେ ଭାରତୀୟ ଡିଜାଇନରମାନଙ୍କୁ ଆଣିପାରୁଥିବା ଏକ ସ୍ଥଳର ଆବଶ୍ୟକତା ଥିଲା। ସେହି ବ୍ୟବଧାନକୁ ଦୃଷ୍ଟିରେ ରଖି ଆ‌ମେ ବହ୍ନିଅମକୁ ଆଣିଛୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.