ARTICLE AD BOX
ଭୁବନେଶ୍ବର: ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଗ୍ରିଷ୍ଟାକ୍ ଆଇଡିକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଏପରିକି କେତେକ ପାକ୍ସରେ ବିନା ଏଗ୍ରିଷ୍ଟାକ୍ ଆଇଡିରେ ଚାଷୀଙ୍କର ନାମ ପଞ୍ଜୀକରଣ ହେଉନଥିବାରୁ ଧାନ ବିକିବା ଲାଗି ଟୋକନ୍ ମିଳିବନି ବୋଲି କୁହାଯାଉଛି। ଏହାକୁ ନେଇ ସାରା ରାଜ୍ୟରେ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ପଞ୍ଜୀକରଣରେ ଏଗ୍ରିଷ୍ଟାକ୍ ଆଇଡିର କୌଣସି ଆବଶ୍ୟକତା ନାହିଁ। ବିନା ଏଗ୍ରିଷ୍ଟାକ୍ ଆଇଡିରେ ମଧ୍ୟ ଚାଷୀ ପଞ୍ଜୀକରଣ କରିପାରିବେ। ସବୁ ଚାଷୀଙ୍କଠାରୁ ଯେପରି ଧାନ କିଣାଯିବ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ବିନା ଏଗ୍ରିଷ୍ଟାକ୍ ଆଇଡିରେ ପଞ୍ଜୀକରଣ ହେବ: ମନ୍ତ୍ରୀ
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କହିବା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୦୯୩ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ୩୧୦୮ ଜଣଙ୍କର ଏଗ୍ରିଷ୍ଟାକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ଅଛି। ଏବେ ଚାଷୀମାନେ ବିନା ଏଗ୍ରିଷ୍ଟାକ୍ ଆଇଡିରେ ପଞ୍ଜୀକରଣ କରନ୍ତୁ, ଧାନ ଟୋକନ୍ ସଂଗ୍ରହ କରିବା ପୂର୍ବରୁ କୃଷି ବିଭାଗର ଏଗ୍ରିଷ୍ଟାକ୍ ଆଇଡି ସଂଗ୍ରହ କରିନେବେ। ଯେଉଁମାନଙ୍କର ଏହି ଆଇଡି ନାହିଁ ସେମାନେ ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟାକ୍ ଆଇଡି ପାଇଁ ଆବେଦନ କରପିାରିବେ। ଜମି ପଟ୍ଟା ଦେଲେ ଦୁଇ ଦିନ ଭିତରେ ଚାଷୀଙ୍କୁ ଆଇଡି ମିଳିଯିବ।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି
ସେହିପରି ଭାଗ ଚାଷୀଙ୍କ ପାଇଁ ମଧ୍ୟ ବିଶେଷ ଜଟିଳତା ନାହିଁ। ଆବଶ୍ୟକ କାଗଜପତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ। ଯେଉଁମାନେ ଚାଷୀଙ୍କୁ ଭାଗରେ ଜମି ଦେଇଛନ୍ତି ସେମାନଙ୍କୁ ଏହାର ପ୍ରମାଣ ଦେବାକୁ ହେବ। ସବୁ ଜମି ମାଲିକମାନେ ଆସିବା ସମ୍ଭବ ନଥିବାରୁ ଆମେ ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍ ଆଣୁଛୁ। ଯେଉଁଥିରେ ମାଲିକମାନେ ଯେଉଁଠି ଥିଲେ ବି ତାଙ୍କ ଜମି ଭାଗରେ ଚାଷ ହେଉଥିବା ନେଇ ପ୍ରମାଣ ଦେଇପାରିବେ। ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରୁଛୁ। ଯଦି ବିଶେଷ କିଛି ସମସ୍ୟା ଥିବ, ତେବେ ରାଜ୍ୟ ସରକାର ଏହାର ଅବଧି ବଢ଼ାଇବା ନେଇ ବିଚାର କରିପାରନ୍ତିି। ଗତବର୍ଷ ଖରିଫରେ ୭୮ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବାବେଳେ ରବିରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିଲା। ଏଥର ବି ସମାନ ପରିମାଣର ଧାନ କିଣିବାକୁ ଯୋଜନା ଅଛି।

6 days ago
4


