ARTICLE AD BOX
ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ପଂଚାୟତର ଗୀତପାହାଡି ଗ୍ରାମରେ ଆଜି (ମଙ୍ଗଳବାର) ଏକ ଦୁଃଖଦ ଘଟଣା ଘଟିଛି। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
Youth Dead: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ଜଙ୍ଗଲରେ ମୃତଦେହ ପୋତିଦେଲେ ଶିକାରୀ
ସୂଚନାନୁସାରେ ପୂର୍ବାହ୍ଣ ୧୧ଟା ସମୟରେ ନିଜ ବାରିପଟେ ଧାନ ଗଛ ଉପାଡ଼ି ଭାରରେ ବୋହି ବିଲକୁ ନେବା ସମୟରେ ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା। ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ଘଟିଛି | ମୃତ ଶ୍ରମିକ ହେଲେ ଉକ୍ତ ଗ୍ରାମର ଧାମିକା ଟପ୍ପୋ (୪୦)।
Accident: ଭିନ୍ନଭିନ୍ନ ଦୁର୍ଘଟଣା: ଆନ୍ଧ୍ରରେ ଓଡ଼ିଆ ମହିଳାଙ୍କ ମୃତ୍ୟୁ, ବିଦ୍ୟୁତ୍ ତାର ନେଲା ଚାଷୀଙ୍କ ଜୀବନ
ସେ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ଛଟପଟ ହେଉଥିବା ଦେଖି ସେଠାରେ ଥିବା ଅନ୍ୟ ସାଥିମାନେ ତାଙ୍କୁ ଉଦ୍ଧାର କରି କିଞ୍ଜିରକେଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଞ୍ଜିରକେଲା ପୁଲିସ ଖବର ପାଇ ଶବ ଜବତ କରି ସୁନ୍ଦରଗଡ଼ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଠାଇ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

1 hour ago
1


