fake police gang ପୁଲିସ ପରିଚୟ ଦେଇ ଲୁଟୁଥିଲେ, ଧରାପଡ଼ିଲେ ୩ଲୁଟେରା

1 hour ago 1
ARTICLE AD BOX

ଗୁଣପୁର (ଦେବୀ ପ୍ରସାଦ ମିଶ୍ର): ପୁଲିସ ପରିଚୟ ଦେଇ ଘରେ ପଶି ଲୁଟୁଥିଲେ ଲୁଟେରା। ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି। ନିକଟରେ ଏହି ଲୁଟେରା ଗ୍ୟାଙ୍ଗ୍‌ ଗୁଣୁପୁରରେ ଜଣଙ୍କ ଘରେ ଅନୁରୂପ ଭାବେ ଡକାୟତି କରି ୪ଲକ୍ଷ ୭୫ହଜାର ଟଙ୍କା  ଲୁଟିନେଇଥିଲେ। 

Rape Alligation: ମଧ୍ୟପ୍ରଦେଶରେ ଡକାୟତି ସମୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସୂଚନାନୁସାରେ, ରାମନାଗୁଡା ବ୍ଲକ୍‌ ଗୁଣପୁର ଥାନା ଅଧୀନ ଗରଣ୍ଡା ପଞ୍ଚାୟତର ଲାଗତିଗୁଡ଼ା ଗ୍ରାମର ତମାନା ହୁଇକାଙ୍କ ଘରୁ ଗତ ୮ତାରିଖ ମଧ୍ୟାହ୍‌ଣରେ ପୁଲିସ ପରିଚୟ ଦେଇ ୬ଜଣ ଡକାୟତ ଘରେ ପଶିଥିଲେ। କିଛି ଗଞ୍ଜେଇ ନେଇ ତାମାନାକୁ ଗଞ୍ଜେଇ ବ୍ୟବସାୟରେ ଲିପ୍ତ ବୋଲି ଧମକ ଦେଇଦେଇଥିଲେ। ଭୟ ଦେଖାଇ ଯାଞ୍ଚ କରିବାକୁ ଆଲମିରାର  ଚାବି ନେଇଥିଲେ। ଏହାପରେ ସେଥିରେଥିବା ଟଙ୍କା ଲୁଟ୍ କରିଥିଲେ। 

Baleswar robbery plan ଡକାୟତି ପାଇଁ କରୁଥିଲେ ଯୋଜନା, ମାଡ଼ିବସିଲା ପୁଲିସ

ଏନେଇ ୧୦ତାରିଖରେ ତମାନା ହୁଇ କା ଥାନାରେ ଏତଲା ଦାୟର କରିଥିଲେ। ଅଭିଯୋଗକୁ ଆଧାର କରି ଆଇଆଇସି କେକେବିକେ କଅଁର ତଦନ୍ତ କରିଥିଲେ।  ଆଜି ସୁଦ୍ଧା ୩ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ  ୫୪ହଜାର ଟଙ୍କା ଦୁଇଟି ବାଇକ, ତିନୋଟି ମୋବାଇଲ ଜବତ କରିଛନ୍ତି। 

ଗିରଫ ବ୍ୟକ୍ତିମାନେ ହେଲେ  ରାମନାଗୁଡା ବ୍ଲକ୍‌ର ବଦଗୁଡ଼ା ଗ୍ରାମର ଦୁବୁଲା ପାତିକା(୩୫), ଲାଉଗୁଡ଼ା କଲୋନୀର ତନ୍ମୟ ବିଡିକା (୩୫), ସୁଲୁଡ଼ି ଗ୍ରାମର ସୁଣ୍ଡ ଶବର(୪୧)। ଆସନ୍ତା କାଲି ଏମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏଥିରେ ସମ୍ପୃକ୍ତି ଥିବା ଅନ୍ୟ ଆସାମୀ ମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ କଅଁର ଗଣମାଧ୍ୟମକୁ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.