Fake Maoist Arrest: ମାଓବାଦୀ ପରିଚୟ ଦେଇ ବୋମା ବିସ୍ଫୋରଣ ଓ ଚାନ୍ଦା ଆଦାୟ ଅଭିଯୋଗ: କର୍ଣ୍ଣାଟକରୁ ଅଭିଯୁକ୍ତ ଗିରଫ

38 minutes ago 1
ARTICLE AD BOX

ବେଙ୍ଗାଲୁରୁ: ମାଓବାଦୀ ପରିଚୟ ଦେଇ ହାତତିଆରି ବୋମା ବିସ୍ଫୋରଣ କରିବା ଏବଂ ଚାନ୍ଦା ମାଗିବା ଅଭିଯୋଗରେ ଦୀର୍ଘ ଦିନରୁ ଫେରାର ଥିବା ଅଭିଯୁକ୍ତ କନକଲାବଣ୍ଡେ ଭେଙ୍କଟେଶଙ୍କୁ କର୍ଣ୍ଣାଟକ ପୁଲିସ ମଙ୍ଗଳବାର ବିଳମ୍ଵିତ ରାତିରେ ଗିରଫ କରିଛି। ଗତ ଅଗଷ୍ଟ ମାସରେ କନକଲାବଣ୍ଡେ ଗ୍ରାମର ଜଣେ ଚାଷୀଙ୍କ ପମ୍ପସେଟ୍ ନିକଟରେ ଏକ ହାତତିଆରି ବୋମା ବିସ୍ଫୋରଣ ଘଟି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣା ପରଠାରୁ ଭେଙ୍କଟେଶ ଫେରାର ହୋଇ ପାଭାଗଡ଼ା ନିକଟସ୍ଥ କଦମାଲାକୁଣ୍ଟେ ପାହାଡ଼ରେ ଲୁଚି ରହିଥିଲେ। ପୂର୍ବରୁ ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କ ସ୍ତ୍ରୀ ସାବିତ୍ରାମ୍ମା, ତାଙ୍କର ଦୁଇ ସନ୍ତାନ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିସାରିଛି।

ଭେଙ୍କଟେଶଙ୍କୁ କାବୁ କରିବାରେ ସଫଳ

ଫେରାର ଅବସ୍ଥାରେ ଭେଙ୍କଟେଶ ଏକ ମାଓବାଦୀ ସଂଗଠନ ନାମରେ ''ଭୂଷପ୍ପା'' ନାମକ ଜଣେ ଜମି ମାଲିକଙ୍କ ଫାର୍ମ ଗେଟରେ ଏକ ଧମକପୂର୍ଣ୍ଣ ଚିଠି ମାରି ୫ ଲକ୍ଷ ଟଙ୍କା ଚାନ୍ଦା ଦାବି କରିଥିଲେ। ଏହି ଘଟଣା ପରେ ପୁଲିସ ମାମଲା ରୁଜୁ କରି ଦୀର୍ଘ ୨୦ ଦିନ ଧରି ତଲାସି ଅଭିଯାନ ଜାରି ରଖିଥିଲା। ପାହାଡ଼ରେ ଲୁଚି ରହିଥିବା ସୂଚନା ପାଇବା ପରେ ୧୫୦ରୁ ଅଧିକ ପୁଲିସ କର୍ମଚାରୀ କମ୍ବିଂ ଅପରେସନ୍ ଚଳାଇ ଭେଙ୍କଟେଶଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।

Free Trade Agreement: ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା: ନ୍ୟୁଜିଲ୍ୟାଣ୍ଡ ସଂସଦରେ ମଞ୍ଜୁରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.