ARTICLE AD BOX
ସ୍ବିଜର୍ଜାଣ୍ଡ୍ର ବୈଜ୍ଞାନିକମାନେ ସେଠାକାର ସାଧାରଣ ନାଗରିକମାନଙ୍କୁ ଏକ ବୈଜ୍ଞାନିକ ପରୀକ୍ଷଣରେ ସାମିଲ କରି ‘ଅନ୍ତଃବସ୍ତ୍ର ସୂଚକାଙ୍କ’ ପ୍ରକାଶ କରିଛନ୍ତି। ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନର ୧୦୦୦ ସ୍ବେଚ୍ଛାସେବୀଙ୍କୁ ଦୁଇଟି ଲେଖାଏଁ ଅନ୍ତଃବସ୍ତ୍ର ମାଟିରେ ପୋତିବାକୁ କୁହାଯାଉଥିଲା। ସେମାନେ ଦୁଇ ମାସ ପରେ ସେଗୁଡ଼ିକୁ ମାଟିରୁ କାଢ଼ି, ମାଟି ନମୁନା ସହିତ ଅଧ୍ୟୟନ ପାଇଁ ବିଜ୍ଞାନଗାରକୁ ପଠାଇଥିଲେ।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ମାଟିର ସ୍ବାସ୍ଥ୍ୟ ଯେତେ ଉତ୍ତମ ସେଠାରେ ପୋତାଯାଇଥିବା ଅନ୍ତଃବସ୍ତ୍ର ସେତେ ଶୀଘ୍ର ବିଘଟିତ ହୋଇଥାଏ। ଏହାର କାରଣ ହେଲା, ମୃତ୍ତିକାରେ ଜୈବିକ ସକ୍ରିୟତାକୁ ତାଳ ଦେଇ ସେଠାରେ ଯେତିକି ସଂଖ୍ୟକ ଅଣୁଜୀବ ଉପସ୍ଥିତ ଥାଆନ୍ତି, ସେମାନେ ସୂତାରୁ ପ୍ରସ୍ତୁତ ଅନ୍ତଃବସ୍ତ୍ରକୁ ସେତେ ଶୀଘ୍ର ବିଘଟିତ କରିଦେଇଥାନ୍ତି।

1 hour ago
1


