ARTICLE AD BOX
ନୂଆଦିଲ୍ଲୀ: ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ମସଲା କମ୍ପାନି ଏଭରେଷ୍ଟର ଜିରା ପାଉଡର୍ର କିଛି ପ୍ୟାକେଟ୍କୁ ପରୀକ୍ଷା କରିବା ପରେ ତାହା ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି କହିଛି। ସେହି ପ୍ୟାକେଟ୍ର ବ୍ୟାଚ୍କୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିବାକୁ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। ଫେରାଇ ଅଣାଯାଇଥିବା ଉତ୍ପାଦର ସବିଶେଷ ବିବରଣୀ ଦାଖଲ କରିବାକୁ କମ୍ପାନିକୁ କୁହାଯାଇଛି। ଗୋଆର ରିଭରସାଇଡ୍ ରିସୋର୍ଟସ୍ ଆଣ୍ଡ୍ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ରୁ ସେହି ନମୁନାଗୁଡ଼ିକୁ ସଂଗ୍ରହ କରାଯାଇଥିଲା।
Judgement: ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର ନେଇ ସ୍ବତଃ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ
ବଜାରରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ
ସେଥିରେ ଆଜୋକ୍ସିଷ୍ଟ୍ରୋବିନ୍ ଓ ଥିଆମେଥୋକ୍ସାମ୍ ଭଳି କିଟନାଶକ ଉପାଦାନ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅଧୀନରେ ତାହାକୁ ‘ବ୍ୟବହାର ପାଇଁ ଅସୁକ୍ଷିତ’ ଘୋଷଣା କରାଯାଇଥିଲା। ଏହି ନିର୍ଦ୍ଦେଶ ବିରୋଧରେ କମ୍ପାନି ଚାହିଲେ ଅପିଲ୍ କରିପାରିବ ବୋଲି ଏଫ୍ଏସ୍ଏସ୍ଏଆଇ ସ୍ପଷ୍ଟ କରିଛି। ଅନ୍ୟ ପକ୍ଷରେ, କ୍ରିଏଟିଭ୍ ବେକର୍ସ ଆଣ୍ଡ୍ କନ୍ଫେକ୍ସନର୍ସର ଲାଇସେନ୍ସକୁ ମଧ୍ୟ ଏଫ୍ଏସ୍ଏସ୍ଏଆଇ ତୁରନ୍ତ ବାତିଲ କରିଛି। ସ୍ବଚ୍ଛତାରେ ଅବହେଳା ପାଇଁ କମ୍ପାନି ବିରୋଧରେ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି ‘ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା

1 hour ago
2


