ARTICLE AD BOX
ଯେତେବେଳେ ଆମେ ୟୁରୋପ ବିଷୟରେ ଚିନ୍ତା କରୁ, ଆମ ଆଖି ଆଗରେ ଚିକ୍ଚିକ୍ ରାସ୍ତା, ପରିଚ୍ଛନ୍ନ ପରିବେଶ, ଚମତ୍କାର ଭିତ୍ତିଭୂମି, ସୁନ୍ଦର ସ୍ଥାନ, କୋଠାବାଡ଼ି ଓ ଲୋକଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ନାଚିଉଠେ। ତେବେ ଏହି ଚମତ୍କାର ଓ ସମୃଦ୍ଧି ପଛରେ ବି ରହିଛି ଅନ୍ଧାର। ନିକଟରେ ଜଣେ ମହିଳା ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବୁଲଗେରିଆର ଏଭଳି ଏକ ଭିଡିଓ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଭିଡିଓର ଶୀର୍ଷକ ରହିଛି ‘ଉଧର୍ ଭୀ ଧରାବୀ (ମୁମ୍ବାଇର ସବୁଠାରୁ ବଡ଼ ବସ୍ତି)’। ଭିଡିଓଟି ହେଉଛି, ସେଠାକାର ପ୍ଲୋଭ୍ଡିଭ୍ ସହରର ସ୍ତୋଲି ପିନୋଭୋ ନାମକ ଏକ ଜାଗା, ଯାହା ୟୁରୋପର ସବୁଠାରୁ ବଡ଼ ବସ୍ତି ଭାବେ ଜଣାଶୁଣା। ଏହି ଅନୁନ୍ନତ ବସ୍ତିରେ ରହନ୍ତି ୫ ହଜାରରୁ ଅଧିକ ଲୋକ।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ଏମାନେ ଏଠାରେ ହିଁ ଜନ୍ମଗ୍ରହଣ କରିଛନ୍ତି ଓ ବଢ଼ିଛନ୍ତି। ସମ୍ପୃକ୍ତ ମହିଳାଙ୍କ କହିବା କଥା ହେଲା, ବିଶ୍ୱର କେତେକ ଧନୀ ଦେଶରେ ମଧ୍ୟ ଦାରିଦ୍ର୍ୟ ଓ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଅସମାନତା ରହିଛି। ତେଣୁ ଯେତେବେଳେ ଆମେ ଆମ ଦେଶର ବସ୍ତିଗୁଡ଼ିକର କଥା ଚିନ୍ତା କରୁ, ସେତେବେଳେ ଅନ୍ୟ ଦେଶର ବାସ୍ତବତାକୁ ବି ଦେଖିବା କଥା। ଏହି ଭିଡିଓ ଉପରେ କେତେକ ୟୁରୋପୀୟ ମତ ଦେଇଛନ୍ତି ଯେ, କଠିନ ପରିଶ୍ରମ ଓ ପ୍ରୟାସ ବିକଶିତ ବା ଅନୁନ୍ନତ, ସବୁ ଦେଶରେ, ସମସ୍ତଙ୍କର ନଥାଏ। ଏହା ହିଁ ଜଣେ ବ୍ୟକ୍ତିଙ୍କ ଜୀବନଧାରଣ ମାନ ନିର୍ଣ୍ଣୟ କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରେ।
Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ, ୭୫୦ଟିରେ ଶୌଚାଳୟ

1 month ago
10


