EPFO: ଖାତାରେ ଜମା ହେଲା ଇପିଏଫ୍‌ ସୁଧ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ସଦସ୍ୟମାନଙ୍କ ଖାତାରେ ସୁଧ ବାବଦ ଟଙ୍କା ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୁଧ ଜମା ହେଉଥିବା ସଦସ୍ୟମାନଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଜରିଆରେ ସେହି ସୂଚନା ଦିଆଯାଉଛି। ବହୁ ସଂଖ୍ୟାରେ ସଦସ୍ୟ ୨୦୨୫-୨୬ ଆର୍ଥିକ ବର୍ଷର ୮.୨୫ ପ୍ରତିଶତ ସୁଧ ପାଇଛନ୍ତି। ଯେଉଁ ସଦସ୍ୟମାନଙ୍କ ପାଖରେ ଏସ୍‌ଏମ୍ଏସ୍‌ ପହଞ୍ଚିପାରିନାହିଁ ସେମାନେ ୦୧୧-୨୨୯୦୧୪୦୬ ନମ୍ବରକୁ ମିସ୍‌ଡ କଲ୍‌ କରି ଖାତା ବାଲାନ୍ସ ଜାଣିପାରିବେ। 

ଏସ୍‌ଏମ୍ଏସ୍‌ ପଠାଇ, ଉମଙ୍ଗ ଆପ୍‌ କିମ୍ବା ଇପିଏଫ୍‌ଓ ପୋର୍ଟାଲ ମାଧ୍ୟମରେ ମଧ୍ୟ ନିଜ ଖାତା ବାଲାନ୍ସ ଜାଣିବାର ସୁବିଧା ରହିଛି। ଇପିଏଫ୍‌ଓ ପକ୍ଷରୁ ଖୁବ୍‌ଶୀଘ୍ର ଏଟିଏମ୍‌ ଓ ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଣ ସୁବିଧା ଆରମ୍ଭ କରାଯିବ। ଇପିଏଫ୍‌ଓ ୩.୦ ଅଧୀନରେ ଏହାର ୭.୮ କୋଟି ସଦସ୍ୟ ବିନା କୌଣସି କାଗଜପତ୍ର କାମରେ ତୁରନ୍ତ ପାଣ୍ଠି ପାଇପାରିବେ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଇପିଏଫ୍ଓର ଅଧିକାଂଶ ସେବା ସଦସ୍ୟଙ୍କୁ ସୁହାଇବା ଭଳି ହୋଇଯିବ। ସ୍ବୟଂକ୍ରିୟ ଦାବି ସମାଧାନ, ସଦସ୍ୟ ଚାହୁଥିବା ବ୍ୟାଙ୍କ ଖାତାରେ ଟଙ୍କା ଜମା ହେବା ଭଳି ସୁବିଧା ମିଳିବ।

EPFO: ୩ ଦିନ ଅଚଳ ରହିବ ଇପିଏଫ୍‌ଓ ପୋର୍ଟାଲ

Read Entire Article
LEFT SIDEBAR AD

Hidden in mobile, Best for skyscrapers.