ARTICLE AD BOX
କପ୍ତିପଦା: ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ। ମୟୂରଭଞ୍ଜଜିଲ୍ଲା କପ୍ତିପଦା ଥାନା ବିଶୋଳ ଗ୍ରାମରେ ଚାଲିଛି ଚଢ଼ାଉ। କଲିକତାର ଏକ ଟ୍ରେଡିଙ୍ଗ କମ୍ପାନିର ଓଡ଼ିଶା ମୁଖ୍ୟ ସାଜିଥିବା ବିଶୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚାଲିଛି ଏହି ଚଢ଼ାଉ। ଆଜି ସକାଳ ସମୟରୁ ପ୍ରବର୍ତ୍ତନ ନିର୍ଦେଶାଳୟର ଏକ ୩ ଜଣିଆ ଟିମ, ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ପୁଲିସ ସହିତ ଚାଲିଛି ଚଢ଼ାଉ।
ଚଢ଼ାଉ ସମୟରେ ଖୋଦ ଈଶ୍ୱର ବିନ୍ଧାଣୀ ଉପସ୍ଥିତ
କଲିକତାର ଏକ ଟ୍ରେଡିଙ୍ଗ କମ୍ପାନିର ଓଡ଼ିଶା ମୁଖ୍ୟ ସାଜି ଈଶ୍ୱର ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କୁ ନିକଟରୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି। ଯାହା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା, ଆଉ ଆଜି ଇଡି ଚଢ଼ାଉ ଜାରି ରଖିଛି। ଚଢ଼ାଉ ସମୟରେ ଖୋଦ ଈଶ୍ୱର ବିନ୍ଧାଣୀ ଉପସ୍ଥିତ ଅଛନ୍ତି।
Cyclone aska: ଲୁହ ପୋଛି ମୁହଁ ଟେକୁଛି ଆସିକା: ସପ୍ତାହେ ଧରି ପ୍ରଶାସନର ନିରନ୍ତର ପ୍ରୟାସ

1 hour ago
2


