Encounter: ଉତ୍ତର ପ୍ରଦେଶରେ ଏନକାଉଣ୍ଟରରେ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ୱାହିଦ ଅନସାରୀ ନିହତ

23 minutes ago 1
ARTICLE AD BOX

ଲକ୍ଷ୍ନୌ: ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ୱାହିଦ ଅନସାରୀ ମଙ୍ଗଳବାର ରାତିରେ ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ କହିଛି ଯେ, ୩୫ ବର୍ଷୀୟ ଅନସାରୀ ପୂର୍ବ ଉତ୍ତର ପ୍ରଦେଶରେ ଅବୈଧ ବନ୍ଧୁକର ଜଣେ ପ୍ରମୁଖ ଯୋଗାଣକାରୀ ଥିଲା। ଅଭିଯୁକ୍ତ ଅନେକ କଣ୍ଟ୍ରାକ୍ଟ କିଲିଂରେ ଜଡିତ ଥିଲା। 

ପୁଲିସ ଅନୁଯାୟୀ, ମୂଳତଃ ଗାଜିପୁର ଜିଲ୍ଲାର ବାହାରିଆବାଦର ବାସିନ୍ଦା, ଅନସାରୀ ବିଲ୍ଲୁ ଇନ୍ଦୌରିଆ ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ଓ ତା’ ବିରୋଧରେ ୩୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ଗୋରଖପୁରର କ୍ୟାଣ୍ଟ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକ ମାମଲାରେ ମଧ୍ୟ ପୁଲିସ ତାକୁ ଖୋଜୁଥିଲା। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଅନସାରୀ ସହରରେ ଲୁଚି ରହିଥିବା ଓ ବିଳମ୍ବିତ ରାତିରେ ଖସିଯିବାକୁ ଯୋଜନା କରୁଥିବା ସେମାନଙ୍କୁ ସୂଚନା ମିଳିଥିଲା। ସୂଚନା ପାଇ ପୁଲିସ ତୁରନ୍ତ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା।

ଖସିଯିବାକୁ ଚେଷ୍ଟା କରିଥିବା ଅଭିଯୋଗ
ମଙ୍ଗଳବାର ମଧ୍ୟରାତ୍ରିରେ ଅନସାରୀ ପୁଲିସ ଉପରକୁ ଗୁଳି ଚଳାଇ ମୋଟରସାଇକଲରେ ଖସିଯିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ପୁଲିସର ପାଲଟା ଆକ୍ରମଣ ଅନସାରୀ ଛାତି ଓ ଗୋଡ଼ରେ ଚାରିଟି ଗୁଳି ବାଜିଥିଲା। ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Encounter in Kulgam: ଜମ୍ମୁ କଶ୍ମୀରରେ ମୁହାଁମୁହିଁ ହେଲେ ସୁରକ୍ଷା ବାହିନୀ-ଆତଙ୍କବାଦୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.