ARTICLE AD BOX
ନୂଆଦିଲ୍ଲୀ: ଋଣ ନେଇ ନିଜ ଜୀବନର ଗୁରୁତ୍ବପୂର୍ଣ୍ଣ ଅଭିଳାଷ ପୂରଣ କରିବାକୁ ଆଗେଇ ଆସିଥିବା ପରିବାରଗୁଡ଼ିକ ପାଇଁ ମାସିକ କିସ୍ତି ବା ଇଏମ୍ଆଇ ମୁଣ୍ଡବ୍ୟଥାର କାରଣ ପାଲଟିିଛି। ଘର କିମ୍ବା ଗାଡ଼ି କିଣିବା ଲାଗି ମୋଟା ଅଙ୍କର ଋଣ ନେଇଥିବା ଗ୍ରାହକମାନଙ୍କ ପରିବାରର ୬୦ ପ୍ରତିଶତ ରୋଜଗାର ଇଏମ୍ଆଇ ଗଣିବାରେ ଯାଉଛି ବୋଲି ‘ଏକ୍ସପର୍ଟ ପ୍ୟାନେଲ’ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏଥିରେ ଭାଗ ନେଇଥିବା ୬୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ସେମାନଙ୍କ ମାସିକ ଆୟ ପୁରା ଇଏମ୍ଆଇ ଦେବାରେ ଚାଲିଯାଉଛି। ଅନ୍ୟ ୪୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ପୁରୁଣା ଋଣ ଶୁଝିବାକୁ ସେମାନେ ଆହୁରି ଋଣ କରିଛନ୍ତି ଓ ଚଳିବା ପାଇଁ ସେମାନଙ୍କୁ କ୍ରେଡିଟ୍ କାର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି।
୧୫ ପ୍ରତିଶତ ଗ୍ରାହକ ଘର ଚଳାଇବାକୁ ଋଣ
ଋଣ ନେଇ ଗ୍ରାହକମାନେ ଏଭଳି ଏକ ଗୋଲକଧନ୍ଦାରେ ଫସିଯାଇଛନ୍ତି, ଯେଉଁଥିରୁ ବାହାରିବାକୁ ସେମାନେ ବାଟ ପାଉନାହାନ୍ତି। ଜୀବନର ବଡ଼ ସଉକ ପୂରଣ କରିବାକୁ ଲୋକମାନେ ଋଣ କରିଥାନ୍ତି ବୋଲି ସାଧାରଣରେ ଯେଉଁ ଭାବନା ରହିଛି ତାହା ସମ୍ପୂର୍ଣ୍ଣ ସତ ନୁହେଁ। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଗ୍ରାହକ ନିଜର ଅତ୍ୟାବଶ୍ୟକ କାମ କିମ୍ବା ଏଡ଼ାଇ ହେଉନଥିବା ଖର୍ଚ୍ଚ କରିବାକୁ ଋଣ ନେଇଥିଲେ। ଡାକ୍ତରଖାନା ଖର୍ଚ୍ଚ ବହନ କରିବାକୁ ୨୬ ପ୍ରତିଶତ ଗ୍ରାହକ ଋଣ କରିଥିଲେ। ଅନ୍ୟ ୨୨ ପ୍ରତିଶତ ଗ୍ରାହକ ପରିବାର ସଦସ୍ୟଙ୍କ ବିବାହ ଖର୍ଚ୍ଚ ପାଇଁ ଋଣ ନେଇଥିଲେ। ସେହିପରି ୧୮ ପ୍ରତିଶତ ଗ୍ରାହକ ଚାକିରି ଚାଲିଯିବା କିମ୍ବା ବ୍ୟବସାୟରେ ବିଫଳ ହେବାରୁ ଋଣ କରିବାକୁ ବାଧ୍ୟ ହୋଇଥିଲେ। ଅବଶିଷ୍ଟ ୧୫ ପ୍ରତିଶତ ଗ୍ରାହକ ଘର ଚଳାଇବାକୁ ଋଣ ନେଇଥିବା କହିଥିଲେ।
Abhijit Deepke: ଅଭିଜିତଙ୍କ ଜୀବନ ପ୍ରତି ବିପଦ: ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପରିବାରର ଗୁହାରି
ସର୍ବେକ୍ଷଣରେ ସାମିଲ ହୋଇଥିବା ୨୮ ପ୍ରତିଶତ ଗ୍ରାହକ କହିଥିଲେ ଯେ ଆୟ ତୁଳନାରେ ସେମାନଙ୍କ ଇଏମ୍ଆଇ ବୋଝ ଅଧିକ ରହୁଛି। ୧୯ ପ୍ରତିଶତ ଗ୍ରାହକ ଏକାଧିକ ଋଣ ନେଇଥିବାରୁ ତାହାକୁ ଶୁଝିବାରେ ଅସୁବିଧା ଭୋଗୁଛନ୍ତି। ୧୨ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ମେଡିକାଲ୍ ଓ ପରିବାରରେ ଜରୁରୀକାଳୀନ ସମସ୍ୟା ପାଇଁ ସେମାନେ ଠିକ୍ ଭାବେ ଋଣ ଶୁଝିପାରୁନାହାନ୍ତି। ୬୦ ପ୍ରତିଶତ ଗ୍ରାହକ କେବଳ ସର୍ବନିମ୍ନ ମାସିକ କିସ୍ତି ଦେଉଛନ୍ତି। ପାଞ୍ଚ ଜଣରୁ ଜଣେ ଗ୍ରାହକଙ୍କୁ ଆର୍ଥିକ ସଂସ୍ଥାରୁ ନୋଟିସ୍ ମଧ୍ୟ ଆସିଛି।

1 hour ago
1


