Emergency Landing: ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଇନ୍ଧନ ସ୍ତର କମିଲା: ଇଞ୍ଜିନ-୧ ବନ୍ଦ କରି ଜରୁରୀକାଳୀନ ଅବତରଣ

44 minutes ago 1
ARTICLE AD BOX

କୋଚି: ଲଗାତାର ବିମାନ ଯାତ୍ରା ସମୟରେ ବିଭିନ୍ନ ତ୍ରୁଟି ସାମ୍ନାକୁ ଆସିବାରେ ଲାଗିଛି। ସୋମବାର ଦିନ ସେଭଳି ଏକ ଭୟଙ୍କର ବିମାନ ଯାତ୍ରା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନର ଏକ ଇଞ୍ଜିନରେ ହଠାତ୍ ଇନ୍ଧନ ସରିଯାଇଥିଲା। ମଝି ଆକାଶରେ ଥିବା ସମୟରେ ଇନ୍ଧନ ଦ୍ରୁତ ଗତିରେ ସରିବା ଦେଖି ଇଞ୍ଜିନ-୧କୁ ବନ୍ଦ କରିଦିଆଯାଇଥିଲା।

ସୁରକ୍ଷିତ ଭାବରେ ଅବତରଣ

ପରେ ବିମାନଟି କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ ଆଇଏକ୍ସ-୪୧୫ କୋଚିରୁ ଆବୁଧାବି ଯାତ୍ରା କରୁଥିଲା। କିନ୍ତୁ, ବିମାନଟି ଅଧାବାଟରୁ କୋଚିକୁ ଫେରିବାକୁ ବାଧ୍ୟ ହୋଇଥିଲା। ଉଡ଼ାଣ ସମୟରେ ବୋଇଂ ୭୩୭ ବିମାନଟି କର୍ମଚାରୀମାନେ ଦେଖିଲେ ଯେ ଇଞ୍ଜିନ-୧ ରେ ଇନ୍ଧନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି।

Kashmir Map: ଜାତିସଂଘର କାଶ୍ମୀର ମାନଚିତ୍ର ନେଇ ଭାରତର କଠୋର ଆଭିମୁଖ୍ୟ ପରେ ପାକିସ୍ତାନ ଆତଙ୍କିତ

ଏୟାର ଇଣ୍ଡିଆ ଏକ୍ସପ୍ରେସ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୫୦ ମିନିଟ୍ ପରେ, ପାଇଲଟ୍ ଏବଂ କୋ-ପାଇଲଟ୍ ଏହା ଲକ୍ଷ୍ୟ କରିଥିଲେ। ସେତେବେଳେ ବିମାନଟି ୩୬ ହଜାର ଫୁଟ ଉଚ୍ଚତାରେ ଉଡୁଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.