Election: ମୁସ୍‌ଲିମ ବହୁଳ ରେଜିନଗରରେ ବିଜେପିର ଐତିହାସିକ ବିଜୟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୩ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଗତ ଅକ୍ଟୋବର ୬ ତାରିଖରେ ହୋଇଥିବା ଉପନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡ଼ୁର ମଦୁରନ୍ତକମ ଏବଂ ଧାରାପୁରମ୍‌, ପୁଡ଼ୁଚେରୀର ଥାଟ୍ଟନଚାବଡ଼ୀ ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଶାସକ ଦଳ ଗୁଡ଼ିକ ବଡ଼ ବିଜୟ ହାସଲ କରିଛନ୍ତି। ଚାରି ମାସ ପୂର୍ବେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟାଇବା ପରେ ବିଜେପି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଥିଲା, ଯେଉଁଥିରେ ଦଳ ନିଜର ସ୍ଥିତିକୁ ଆହୁରି ସଦୃଢ଼ କରିଛି।

ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ନନ୍ଦୀଗ୍ରାମ ଆସନରେ ବିଜେପି ପ୍ରାର୍ଥୀ ହାସିରାଣୀ ରଥ ୧,୨୨,୭୫୩ ଭୋଟର ଏକ ବିଶାଳ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ସଂଖ୍ୟାଲଘୁ ବହୁଳ ରେଜିନଗର ଆସନରେ ବିଜେପିର ଶଙ୍ଖରାବ ସରକାର ୭୫,୮୧୬ ଭୋଟ ବ୍ୟବଧାନରେ ଜିତି ଏକ ଐତିହାସିକ ସଫଳତା ଆଣିଛନ୍ତି। ସଂଖ୍ୟାଲଘୁ ଭୋଟରଙ୍କ ବଡ଼ଧରଣର ସମର୍ଥନ ଯୋଗୁଁ ଏଠାରେ ବିରୋଧୀ ମେଣ୍ଟ ସମ୍ପୂର୍ଣ୍ଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। 

ନନ୍ଦୀଗ୍ରାମରେ ହାସିରାଣୀ ମୋଟ୍‌ ୧,୬୪,୪୨୭ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୪୧,୬୭୪ ଭୋଟ୍‌ ମିଳିଛି। ହାସିରାଣୀ ମୋଟ୍‌ ଭୋଟ୍‌ର ୭୫.୯୪ ପ୍ରତିଶତ ହାସଲ କରିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମା’। ଚନ୍ଦ୍ରନାଥଙ୍କୁ ଗତ ମେ ମାସରେ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ, ରେଜିନଗର ଆସନରେ ବିଜେପି ପ୍ରାର୍ଥୀ ସରକାର ୧,୨୯,୯୧୪ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ସେ ଆମ୍‌ ଜନତା ଉନ୍ନୟନ ପାର୍ଟିର ପ୍ରାର୍ଥୀ ଗୁଲାମ ନବୀ ଆଜାଦଙ୍କୁ ୭୫,୮୧୬ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। 

ଆଜାଦଙ୍କୁ ୫୪,୦୯୮ ଭୋଟ୍‌ ମିଳିଛି। ରେଜିନଗର ଆସନରେ ବିଜେପିର ବିଜୟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ, ଏହି ଆସନରେ ପ୍ରାୟ ୭୦ ପ୍ରତିଶତ ଭୋଟର ମୁସଲମାନ। ଏଠାରେ ପାରମ୍ପରିକ ଭାବେ ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହୋଇଥାଏ। ଏଭଳି ଏକ ଆସନରେ ବିଜେପିର ବିଜୟ ଦଳ ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ହାଇପ୍ରୋଫାଇଲ୍‌ ଲଢ଼େଇ ହୋଇଥିଲା। ସେହି ନିର୍ବାଚନରେ ଶୁଭେନ୍ଦୁ ମମତାଙ୍କୁ ପରାସ୍ତ କରିଥିଲେ।

Stabbing Incident ଶିକରପାଇ ବାଲିଯାତ୍ରାରେ ଛୁରାମାଡ଼: ଜଣେ ଯୁବକ ମୃତ, ଅନ୍ୟଜଣେ ଗୁରୁତର

ତାମିଲନାଡ଼ୁର ଧାରାପୁରମ୍‌ ଏବଂ ମଦୁରନ୍ତକମରେ ମୁଖ୍ୟମନ୍ତ୍ରୀ ସି ‌ଜୋସେଫ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ଦଳ ବିଜୟ ହାସଲ କରିଛି। ୨୩ ରାଉଣ୍ଡ୍‌ ଗଣତି ପରେ ଟିଭିକେ ପ୍ରାର୍ଥୀ ସତ୍ୟଭାମା ଧାରାପୁରମ୍‌ରେ ବିଜୟୀ ହୋଇଛନ୍ତି। ସେ ଡିଏମ୍‌କେର ସୁଗନ୍ୟାଙ୍କୁ ୯୪୭୧ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି। ସତ୍ୟଭାମା ୬୬,୮୪୧ ଭୋଟ୍‌ ପାଇଥିବା ବେଳେ ସୁଗନ୍ୟା ୫୭,୩୭୦ ଭୋଟ୍‌ ପାଇଛନ୍ତି। ମଦୁରନ୍ତକମରେ ଟିଭିକେ ପ୍ରାର୍ଥୀ ମରଗାଥାମ କୁମାରବେଲ ୨୦,୦୪୦ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ୭୪୦୪୮ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷେ ଡିଏମ୍‌କେର ପରନଥମେନ ୫୪୦୦୮ ଭୋଟ୍‌ ପାଇଁ ଦ୍ବିତୀୟ ସ୍ଥାନରେ ଏବଂ ଏଆଇଏଡିଏମ୍‌କେ ଏଠାରେ ତୃତୀୟ ସ୍ଥାନରେ ରହିଛି।

ଆସାମର ନାଗାଓଁ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେବାଶିଷ ଶର୍ମା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଏଆଇୟୁଡିଏଫ୍‌ ପ୍ରାର୍ଥୀ ମହମ୍ମଦ ବଦରୁଦ୍ଦିନ ଅଜମଲଙ୍କ ଠାରୁ ୧ ଲକ୍ଷ ୭୦ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ରହିଛନ୍ତି। ତେବେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇନି। ଏଠାରେ କଂଗ୍ରେସ ପ୍ରାର୍ଥୀ ଶିବମଣି ବୋରା ତୃତୀୟ ସ୍ଥାନରେ ଅଛନ୍ତି। ଇତିମଧ୍ୟରେ ପୁଡ଼ୁଚେରୀର ଥାଟ୍ଟନଚାବଡ଼ିରେ ଶାସକ ଏନ୍‌ଡିଏ ମେଣ୍ଟର ଏଆଇଏନ୍‌ଆର୍‌ସି (ଅଲ୍‌ ଇଣ୍ଡିଆ ଏନ୍‌ ଆର କଂଗ୍ରେସ) ବିଜୟୀ ହୋଇଛି। ଏଆଇଏନ୍‌ଆରସି ପ୍ରାର୍ଥୀ ଅଶୋକ ଆନନ୍ଦ ଏଠାରେ ୮,୪୮୨ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି।
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.