Education: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଧାରଣରେ ବସିଲେ ଅଭିଭାବକ, ଗ୍ରାମବାସୀ

1 hour ago 2
ARTICLE AD BOX

ବେତନଟୀ (ଦୀପକ କୁମାର ସିଂହ): ପିଲାଙ୍କ ହାତରେ ବହି ଓ କଲମ ଧରାଇ ଭବିଷ୍ୟତ ଗଢ଼ିବା ହେଉଛି ଶିକ୍ଷକଙ୍କ ପ୍ରମୁଖ ଦାୟିତ୍ୱ। କିନ୍ତୁ ବିଦ୍ୟାଳୟରେ ପାଠପଢ଼ା ପରିବର୍ତ୍ତେ ପିଲାମାନଙ୍କୁ ନିଜ ଗୋଡ଼ ଘୋଷେଇବା, ଘାସ ଉପାଡ଼ିବା, ଜାଳେଣି ପତ୍ର ସଂଗ୍ରହ କରି ବୋହିବା କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ଏବେ ଶିକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ଛିଡ଼ା କରିଛି। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକମାନେ।

ଉପରୋକ୍ତ ବିଷୟ ନେଇ ଗତମାସ ୨୮ ତାରଖ ଦିନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଗିରିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ପରେ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଗତ ୧୨ତାରିଖ ଦିନ ଲିଖିତ ଅଭିଯୋଗ ଦିଆଯିବା ସହିତ ୨୮ତାରିଖରେ ଧାରଣାରେ ବସିବା ନେଇ ଚେତାବନୀ ଦିଆଯାଇଥିଲାl ଗତ ୧୬ତାରିଖ ବୈଶିଙ୍ଗା ଥାନାରେ ମଧ୍ୟ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲାl ହେଲେ ପ୍ରଶାସନ କିଛି ଶୁଣିନଥିଲା କି ସମସ୍ୟାର ସମାଧାନ ନେଇ ଚେଷ୍ଟା କରିନଥିଲା l 

Bhadrak: ରି ଆଡ଼ମିଶନ ଅର୍ଥ ଫେରାଇବା ଦାବିରେ କଲେଜ ଗେଟରେ ତାଲା

ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀମାନେ ଏକତ୍ରିତ ହୋଇ ପୂର୍ବାହ୍‌ଣ ୧୦ଟାରୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି l ତାଙ୍କର ଏକମାତ୍ର ଦାବି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳ କରାଯାଉ। ପୂର୍ବ ଅଭିଯୋଗ ଅନୁସାରେ, ଚତୁର୍ଥ ଶ୍ରେଣୀର କେତେକ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସମୟ ଭିତରେ ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏପରିକି ପିଲାଙ୍କ ଦ୍ୱାରା ଗୋଡ଼ ଘସାଇବା ଓ ଅନ୍ୟାନ୍ୟ କାମ କରାଯାଉଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ ରହିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.