Education: ବିର୍ଲା ସ୍କୁଲ୍‌ ଅଫ୍‌ ଲରେ ଶିକ୍ଷାରମ୍ଭ ଉତ୍ସବ

2 hours ago 2
ARTICLE AD BOX

ଭୁବନେଶ୍ବର: ବିର୍ଲା ଗ୍ଲୋବାଲ୍‌ ବିଶ୍ବବିଦ୍ୟାଳୟ (ବିଜିୟୁ)ର ବିର୍ଲା ସ୍କୁଲ ଅଫ୍‌ ଲରେ ଶିକ୍ଷାରମ୍ଭ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ବିବିଏ ଏଲ୍‌ଏଲ୍‌ବି (ଅନର୍ସ) ଓ ଏଲ୍‌ଏଲ୍‌ଏମ୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ‌ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଜୟ କୁମାର ନାୟକ ମୁଖ୍ୟ ଅତିଥି, ଖୈତାନ ଆଣ୍ଡ୍‌ କମ୍ପାନିର ପ୍ରିନ୍‌ସିପାଲ୍‌ ଆସୋସିଏଟ୍‌ ଦିବ୍ୟାଂଶ ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। 

ଜଷ୍ଟିସ୍‌ ନାୟକ ନିଜ ଦୀକ୍ଷାନ୍ତ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ନିଜ ସହପାଠୀ, ଗୁରୁଜନ ଓ ଆଖପାଖ ଦୁନିଆରୁ ନିରନ୍ତର ଶିଖିବାକୁ କହିଥିଲେ। ନିଜ ବ୍ୟକ୍ତିଗତ ବିକାଶ ପାଇଁ ଏଆଇ ଓ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେବାକୁ କହିଥିଲେ। ବିଜିୟୁର କୁଳପତି ପ୍ରଫେସର କୁଳଭୂଷଣ ବଲୁନି, ବିର୍ଲା ସ୍କୁଲ ଅଫ୍‌ ଲର ଡିନ୍‌ ପ୍ରଫେସର ଡ. ସୁକାନ୍ତ କୁମାର ନନ୍ଦ ଓ କୁଳସଚିବ ତନ୍ମୟ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ବିର୍ଲା ସ୍କୁଲ ଅଫ୍‌ ଲର ଆସୋସିଏଟ୍‌ ପ୍ରଫେସର ଡ. ମିତାଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସିବିଏସ୍‌ଇ ଇଷ୍ଟ ଜୋନ୍ କ୍ରୀଡା ଓ ଦୌଡକୁଦ ପ୍ରତିଯୋଗିତା: ଆଦିତ୍ୟ ବିର୍ଲା ସ୍କୁଲ ଛାତ୍ରଛାତ୍ରୀ ଆଣିଲେ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ


Read Entire Article
LEFT SIDEBAR AD

Hidden in mobile, Best for skyscrapers.