ARTICLE AD BOX
ଶାନ୍ତି ସକାଶେ ଗତ ବର୍ଷର ନୋବେଲ ପୁରସ୍କାର ବିଜୟିନୀ, ଭେନେଜୁଏଲାର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ମାରିଓ କୋରିନା ମାଚାଡୋଙ୍କ ଦ୍ବାରା, ସେହି ପୁରସ୍କାରଟିକୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଉପହାର ସ୍ବରୂପ ପ୍ରଦାନ କରାଯିବା ଭଳି ଘଟଣା ସମଗ୍ର ପୃଥିବୀକୁ ହତଭମ୍ବ କରି ଦେଇଥିଲା, ଯେଉଁ କାରଣରୁ ମାଚାଡୋ ତୀବ୍ର ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ ଏବଂ ଗଣତାନ୍ତ୍ରିକ ଅଧିକାର ଲାଗି ଲଢୁଥିବା ଜଣେ ସାହସୀ ନେତ୍ରୀଙ୍କ ପରିବର୍ତ୍ତେ ସେ ଦିଶୁଥିଲେ ଜଣେ କ୍ଷମତାଲୋଭୀ ଓ ସୁବିଧାବାଦୀ ବ୍ୟକ୍ତି ରୂପେ। କହିବା ବାହୁଲ୍ୟ, ଏହା ସହିତ ନୋବେଲ ପୁରସ୍କାର ଚୟନ କମିଟିର ବିବେଚନାବୋଧ ମଧ୍ୟ ସନ୍ଦିଗ୍ଧ ହୋଇଥିଲା। ଏଭଳି ସ୍ଥଳେ ଏ ବର୍ଷର ଚୟନ ବେଳେ ଯେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଥିବ, ତାହା କହିବା ଅନାବଶ୍ୟକ।
ଗଲା ୯ ତାରିଖରେ, ନରୱେର ଓସ୍ଲୋଠାରେ, ପ୍ରତି ବର୍ଷ ଭଳି, ୨୦୨୬ ମସିହା ଲାଗି ଶାନ୍ତି ସକାଶେ ନୋବେଲ ପୁରସ୍କାରର ଘୋଷଣା କରାଯାଇଛି, ଯାହାକୁ ଲାଭ କରିଛନ୍ତି ପଞ୍ଚାଅଶୀ ବର୍ଷ ବୟସ୍କା ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକୀୟ ଅଧିବକ୍ତା (ଓକିଲ) ଓ ଜଜ୍ (ବିଚାରପତି) ନବନୀତମ ପିଲ୍ଲୈ, ଯିଏ ନବୀ ପିଲ୍ଲୈ ଭାବେ ପରିଚିତ। ଏହି ପରିପ୍ରେକ୍ଷୀରେ ପୁରସ୍କାର ଚୟନ କମିଟି ପକ୍ଷରୁ କୁହାଯାଇଛି ଯେ ନ୍ୟାୟ ପ୍ରଦାନ ଓ ମାନବିକ ଅଧିକାରର ସୁରକ୍ଷା ଦିଗରେ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିବା ହେତୁ ନବୀ ପିଲ୍ଲୈଙ୍କୁ ଏହି ପୁରସ୍କାର ସକାଶେ ମନୋନୀତ କରାଯାଇଛି। ପ୍ରକାଶ ଥାଉ କି ଚଳିତ ବର୍ଷ ଏହି ସମ୍ମାନ ଲାଗି ୨୮୭ ଜଣଙ୍କ ନାମ କମିଟି ନିକଟକୁ ଆସିଥିଲା, ଯହିଁରେ ଇସ୍ରାଏଲ ଓ ପାକିସ୍ତାନର ପ୍ରସ୍ତାବ କ୍ରମେ ଲଗାତର ଦ୍ବିତୀୟ ଥର ଲାଗି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା! ଏଥିରେ ସନ୍ଦେହ ନାହିଁ ଯେ ନୋବେଲ ଶାନ୍ତି ପୁରସ୍କାରର ଶ୍ରେଷ୍ଠତ୍ବ ଅନିର୍ବଚନୀୟ, ଯଦିଓ ବେଳେବେଳେ ତାହା ବିବାଦ ବିଜଡ଼ିତ ମଧ୍ୟ ହୋଇ ପଡ଼ିଛି। କେବଳ ସେତିକି ନୁହେଁ, ଏହି ସମ୍ମାନକୁ କୌଣସିମତେ ହାସଲ କରିବା ଲାଗି ଆମେରିକୀୟ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଅଦମ୍ୟ ଲାଳସା ଓ ନିର୍ଲଜ ଦାବି ହେତୁ ଏହି ପୁରସ୍କାରକୁ କେନ୍ଦ୍ର କରି ଉଦ୍ଭଟ ନାଟକତୁଲ୍ୟ ଦୃଶ୍ୟପଟର ଆବିର୍ଭାବ ମଧ୍ୟ ଘଟିଛି। ଏଭଳି ସ୍ଥଳେ ଏହି ସଂଦର୍ଭେର ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
Horoscope 2026 October 12: ଜାଣନ୍ତୁ ଆଜିର ରାଶିଫଳ
ଶାନ୍ତି ସକାଶେ ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାରଟି ପାଇବା ସକାଶେ ଟ୍ରମ୍ପଙ୍କ ଭଳି ଯୁଦ୍ଧଖୋର ଓ ଅହଙ୍କାର ପ୍ରମତ୍ତ ବ୍ୟକ୍ତିଙ୍କ ଆଗ୍ରହାତିଶଯ୍ୟ କିଭଳି ତାଙ୍କୁ ହାସ୍ୟାସ୍ପଦ କରିଥାଏ, ତାହା ଜଣା ପଡ଼େ ନବୀ ପିଲ୍ଲୈଙ୍କୁ ନେଇ ‘ଭାଇରାଲ’ ହୋଇ ଚାଲିଥିବା ଏକ ଭିଡିଓରୁ, ଯହିଁରେ ଦିଶିଛି ଯେ କରତାଳି ସହ ତାଙ୍କୁ ସ୍ବାଗତ କରୁଥିବା ଦଳେ ଶୁଭେଚ୍ଛୁଙ୍କ ଉଦ୍ଦେଶ୍ୟରେ ସେ ରସିକତାପୂର୍ଣ୍ଣ ଶୈଳୀରେ କହୁଛନ୍ତି ଯେ ଆଉ ଅଧିକ ତାଳି ମାରିଲେ ସେ ଏହି ପୁରସ୍କାରକୁ ଟ୍ରମ୍ପଙ୍କ ସହିତ ଭାଗ କରିଦେବେ! ଏହି ପରିପ୍ରେକ୍ଷୀରେ ଯାହା ମନକୁ ଛୁଇଁଥାଏ ତାହା ହେଲା, ନୋବେଲ କମିଟି ପକ୍ଷରୁ କରାଯାଇଥିବା ଟେଲିଫୋନ କଲ୍କୁ ଧରି ପାରି ନ ଥିବା ପିଲ୍ଲୈ ବି.ବି.ସି.ରୁ ଏ ବାବଦରେ ଜାଣି ଉପସ୍ଥିତ ବ୍ୟକ୍ତିମାନଙ୍କୁ ନିରୀହ ଭାବେ ପଚାରୁଛନ୍ତି, ‘ଏହା କ’ଣ ସତ?’ ଏହାର ଅପର ପକ୍ଷରେ ଦିଶିଥାଏ ନୋବେଲ ପୁରସ୍କାର ଲାଗି ନିଜକୁ ସର୍ବାଧିକ ଯୋଗ୍ୟ ବୋଲି, ଗଲା ବର୍ଷଠାରୁ, ବାରମ୍ବାର ଦାବି କରି ଆସୁଥିବା ଟ୍ରମ୍ପଙ୍କ ଦୟନୀୟ ବୈକଲ୍ୟ! ଗୋଟିଏ ବର୍ଷରେ ଏକ ଡଜନରୁ ଅଧିକ ଯୁଦ୍ଧ ବନ୍ଦ କରାଇ ନିୟୁତ ନିୟୁତ ପୃଥିବୀବାସୀଙ୍କ ପ୍ରାଣ ରକ୍ଷା କରିଥିବାର ଦାବି କରୁଥିବା ସ୍ଥୂଳ-ବୁଦ୍ଧି ସଂପନ୍ନ ଟ୍ରମ୍ପ, ହୁଏତ, ହୃଦୟଙ୍ଗମ କରି ନ ଥାଆନ୍ତି ଯେ ଏହି ସମ୍ମାନ ସକାଶେ ଚାରିତ୍ରିକ ବୈଶିଷ୍ଟ୍ୟ ମୂଳାଧାର ହୋଇଥାଏ, ଯାହା ଗୋଟିଏ ବର୍ଷର ଉଦ୍ୟମରେ ନୁହେଁ, ମାନବାଧିକାର ଓ ଶାନ୍ତି ପ୍ରତିଷ୍ଠା ସକାଶେ, ନବୀ ପିଲ୍ଲୈଙ୍କ ଭଳି ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳର ନିରବଚ୍ଛିନ୍ନ ପ୍ରୟାସର ଯାତ୍ରାରେ ପ୍ରତିଫଳିତ ହୋଇଥାଏ! ପ୍ରକାଶ ଥାଉ କି ଦକ୍ଷିଣ ଆଫ୍ରିକାର ଆଖୁ ଚାଷରେ କାର୍ଯ୍ୟ କରିବାକୁ ବ୍ରିଟିସମାନଙ୍କ ଦ୍ବାରା ଭାରତରୁ ପ୍ରେରିତ ଜଣେ ଶ୍ରମିକଙ୍କ ପୌତ୍ରୀ ଭାବେ ନବୀ ପିଲ୍ଲୈଙ୍କ ଜନ୍ମ ହୋଇଥିଲା ୧୯୪୧ ମସିହାରେ, ତୀବ୍ର ବର୍ଣ୍ଣ ବୈଷମ୍ୟବାଦୀ ସେହି ରାଷ୍ଟ୍ରର ଡର୍ବାନ ସହରରେ, ଯେଉଁଠି, ତାଙ୍କ ଭାଷାରେ, ଅଣ-ଶ୍ବେତାଙ୍ଗମାନେ ଥିଲେ ‘ମଇଳା’ ଭଳି ବର୍ଜ୍ୟ! ଜଣେ ବସ୍ ଡ୍ରାଇଭରଙ୍କ କନ୍ୟା ରୂପେ ଚରମ ଦାରିଦ୍ର୍ୟ ଓ ନିପୀଡ଼ନ ଭିତରେ ଜନ୍ମ ହେବା ସତ୍ତ୍ବେ ପୃଥିବୀର ଶ୍ରେଷ୍ଠତମ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ହାର୍ଭାର୍ଡ ଆଇନ ସ୍କୁଲରେ ଶିକ୍ଷା ଲାଭ କରିବା, ପ୍ରଥମ ଅଣଶ୍ବେତାଙ୍ଗ ମହିଳା ଭାବେ ଦକ୍ଷିଣ ଆଫ୍ରିକାରେ ଓକିଲାତି ଦପ୍ତର ଖୋଲିବା, ନେଲସନ ମାଣ୍ଡେଲାଙ୍କ ପକ୍ଷରୁ ଓକିଲ ଭାବେ ଏକ ଅତ୍ୟାଚାରୀ ସରକାର ବିରୋଧରେ ଅବତୀର୍ଣ୍ଣ ହେବା, ପରବର୍ତ୍ତୀ କାଳରେ ବର୍ଣ୍ଣ-ବୈଷମ୍ୟ ମୁକ୍ତ ଦକ୍ଷିଣ ଆଫ୍ରିକାର ଉଚ୍ଚ ଅଦାଲତରେ ପ୍ରଥମ ଅଣଶ୍ବେତାଙ୍ଗ ଓ ମହିଳା ବିଚାରପତି ଭାବେ ନିଯୁକ୍ତ ହେବା, ତା’ ପରେ ‘ଇଣ୍ଟରନେସନାଲ କ୍ରିମିନାଲ କୋର୍ଟ’ର ବିଚାରପତି ଓ ଜାତିସଂଘର ମାନବ ଅଧିକାର କମିସନର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିବା ପର୍ଯ୍ୟନ୍ତ ଯାତ୍ରାରେ ତାଙ୍କ ଉତ୍ତରଣର ଚିତ୍ର ଦିଶିଥାଏ। କିଭଳି କଠିନ ପରିସ୍ଥିତି ନେଇ ତାଙ୍କ ଯାତ୍ରା ଅବ୍ୟାହତ ରହିଥିଲା, ତା’ର ଧାରଣା କେବଳ ଏଥିରୁ ମିଳିପାରେ ଯେ ଷଷ୍ଠ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ନବୀ ପିଲ୍ଲୈଙ୍କ ଭଳି ବ୍ୟକ୍ତିମାନେ ନାଗରିକ ଭାବେ ସ୍ବୀକୃତି ପାଇ ନ ଥିଲେ ଏବଂ ୧୯୯୪ ମସିହାରେ ଯାଇ ତାଙ୍କ ପଞ୍ଚାନବେ ବର୍ଷ ବୟସ୍କ ପିତା ଜୀବନରେ ପ୍ରଥମ ଥର ଲାଗି ଭୋଟ ଦେବାର ସୁଯୋଗ ପାଇଥିଲେ!
ଉଲ୍ଲେଖଯୋଗ୍ୟ ଯେ ନବୀ ପିଲେଙ୍କୁ, ସଂପ୍ରତି ଯାହା ବିଶେଷ ସମ୍ମାନର ପାତ୍ରୀ କରିଛି, ତାହା େହଲା ପାଲେଷ୍ଟାଇନ ଉପରେ ଇସ୍ରାଏଲୀ ଆକ୍ରମଣ ପରିପ୍ରେକ୍ଷୀରେ, ୨୦୨୧ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ, ଜାତିସଂଘ ଦ୍ବାରା ଗଠିତ ‘ଇଣ୍ଡିପେଣ୍ଡେଣ୍ଟ ଇଣ୍ଟରନେସନାଲ କମିସନ ଅଫ ଇନକ୍ବାରି’ର ମୁଖ୍ୟ ଭାବେ ଭୂମିକା ନିର୍ବାହ କରି ସେ ପ୍ରକାଶ କରିଥିବା ସାହସିକ ରିପୋର୍ଟ, ଯହିଁରେ ଅତି ସ୍ପଷ୍ଟ ଭାବେ ଇସ୍ରାଏଲକୁ ‘ଜେନୋସାଇଡ’ ବା ‘ଗଣସଂହାର’ ଲାଗି ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି କାରଣରୁ ନବୀ ପିଲ୍ଲୈଙ୍କ ଚୟନକୁ ଇସ୍ରାଏଲ ପକ୍ଷରୁ ତୀବ୍ର ନିନ୍ଦା କରାଯିବାରେ ବିସ୍ମିତ ହେବାର କୌଣସି କାରଣ ନ ଥାଏ। ପ୍ରକାଶ ଥାଉ କି ଏହି ପୁରସ୍କାରର ଘୋଷଣା ପରେ ଟ୍ରମ୍ପଙ୍କ ପକ୍ଷରୁ ‘ଦ ହେଗ୍’ (ନେଦରଲାଣ୍ଡସ)ରେ ଅବସ୍ଥିତ ‘ଆନ୍ତର୍ଜାତିକ ନ୍ୟାୟାଳୟ’କୁ ବାସନ୍ଦ କରି ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ, ଏହି ପୁରସ୍କାର ସକାଶେ ଯୋଗ୍ୟ ପ୍ରାର୍ଥୀ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାମକୁ ଇସ୍ରାଏଲ (ପାକିସ୍ତାନ ଭଳି) ଦ୍ବାରା ସୁପାରିସ କରାଯାଇଥିଲା। କହିବା ବାହୁଲ୍ୟ, ଏଭଳି ସ୍ଥିତିରେ ଆପଣାକୁ ଶାନ୍ତିର ଅଗ୍ରଦୂତ ରୂପେ ଦେଖୁଥିବା, ଅହମିକା ଓ ଆତ୍ମପ୍ରଶସ୍ତିରେ ଆତ୍ମ-ବିସ୍ମୃତ ଏହି ଦୁଇ ଯୁଦ୍ଧଖୋର ରାଷ୍ଟ୍ରଙ୍କ ଯୁଗଳ ନୃତ୍ୟକୁ ଦେଖିବାକୁ ପୃଥିବୀ ବାଧ୍ୟ ହୋଇଥାଏ, ଯାହା ଏକ ବିଡ଼ମ୍ବନା!
Paradip Port: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ କଲା ପାରାଦୀପ ବନ୍ଦର
ଶାନ୍ତି ସକାଶେ ଗତ ବର୍ଷର ନୋବେଲ ପୁରସ୍କାର ବିଜୟିନୀ, ଭେନେଜୁଏଲାର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ମାରିଓ କୋରିନା ମାଚାଡୋଙ୍କ ଦ୍ବାରା, ସେହି ପୁରସ୍କାରଟିକୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଉପହାର ସ୍ବରୂପ ପ୍ରଦାନ କରାଯିବା ଭଳି ଘଟଣା ସମଗ୍ର ପୃଥିବୀକୁ ହତଭମ୍ବ କରି ଦେଇଥିଲା, ଯେଉଁ କାରଣରୁ ମାଚାଡୋ ତୀବ୍ର ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ ଏବଂ ଗଣତାନ୍ତ୍ରିକ ଅଧିକାର ଲାଗି ଲଢୁଥିବା ଜଣେ ସାହସୀ ନେତ୍ରୀଙ୍କ ପରିବର୍ତ୍ତେ ସେ ଦିଶୁଥିଲେ ଜଣେ କ୍ଷମତାଲୋଭୀ ଓ ସୁବିଧାବାଦୀ ବ୍ୟକ୍ତି ରୂପେ। କହିବା ବାହୁଲ୍ୟ, ଏହା ସହିତ ନୋବେଲ ପୁରସ୍କାର ଚୟନ କମିଟିର ବିବେଚନାବୋଧ ମଧ୍ୟ ସନ୍ଦିଗ୍ଧ ହୋଇଥିଲା। ଏଭଳି ସ୍ଥଳେ ଏ ବର୍ଷର ଚୟନ ବେଳେ ଯେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଇଥିବ, ତାହା କହିବା ଅନାବଶ୍ୟକ। ତେଣୁ ଟ୍ରମ୍ପଙ୍କ ଆଶା ଆଦୌ ଫଳବତୀ ହୁଅନ୍ତା ନାହିଁ। ଅନେକ ଯୁଦ୍ଧ ବନ୍ଦ କରି ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରିଥିବାର ଦ୍ବାହି ଦେଇ ଟ୍ରମ୍ପ ଏହି ପୁରସ୍କାର ଲାଗି ନିଜକୁ ଯୋଗ୍ୟତମ ବୋଲି ଦାବି କରନ୍ତି ସିନା, ତାଙ୍କ ଆଦେଶରେ ଇରାନ ଉପରେ ହୋଇଥିବା ଆକ୍ରମଣ ଓ ରକ୍ତପାତ ବା ଗ୍ରିନଲାଣ୍ଡ ଅଧିକାର କରିବା ଲାଗି ତାଙ୍କ ଜିଦି କିମ୍ବା ଯୁଦ୍ଧ ବିଧ୍ବସ୍ତ ଗାଜାକୁ ଏକ ରମଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ନେଇ ସେ ଦେଖାଇଥିବା ଆଗ୍ରହରୁ ସ୍ପଷ୍ଟ ହୋଇଥାଏ ଯେ ସେ ଆଦୌ ଜଣେ ଶାନ୍ତିକାମୀ ମନୁଷ୍ୟ ନୁହନ୍ତି। ତେବେ ଯୁଦ୍ଧ ଓ ଶାନ୍ତି କଥା ଦୂରେ ଥାଉ, ‘ଫିଫା’ ବିଶ୍ବକପ ଟୁର୍ନାମେଣ୍ଟ ସମୟରେ, ଆମେରିକୀୟ ଦଳର ଖେଳାଳିଙ୍କୁ ରେଫରିଙ୍କ ଦ୍ବାରା ପ୍ରଦର୍ଶିତ ‘ରେଡ କାର୍ଡ’କୁ ନାକଚ କରାଇବାରେ ତାଙ୍କ ଅନୁଚିତ ହସ୍ତକ୍ଷେପ ଭଳି କାରଣରୁ ସେ ଯେମିତି କ୍ଷୁଦ୍ରମନା ଏବଂ ସାଧୁତା ତଥା ନୈତିକତା ବିବର୍ଜିତ ବ୍ୟକ୍ତି ରୂପେ ଦିଶନ୍ତି, ସେତିକିରେ ମଧ୍ୟ ଉପରୋକ୍ତ ପୁରସ୍କାର ଲାଗି ଯୋଗ୍ୟତା ହରାଇ ବସନ୍ତି। ହେଲେ, ମୋଟା ବୁଦ୍ଧିଆ ଟ୍ରମ୍ପ ସେତିକି ବୁଝି ପାରନ୍ତି ନାହିଁ।

1 hour ago
1


