Editorial: ବିଦେଶୀ ହାତ!

56 minutes ago 2
ARTICLE AD BOX

ଏହା ସତ ଯେ ସଂପ୍ରତି ଇଣ୍ଟରନେଟ ଅଧିକୃତ ପୃଥିବୀରେ ଯେ କୌଣସି ରାଷ୍ଟ୍ରର ଜନମାନସକୁ, ସନ୍ତର୍ପଣରେ ଓ ସୁବ୍ୟବସ୍ଥିତ ଢଙ୍ଗରେ, ବାହ୍ୟ ଅପଶକ୍ତିର ପ୍ରେତଛାୟା ଦ୍ବାରା କବଳିତ କରାଯାଇପାରେ! ଡିଜିଟାଲ ଅର୍ଥ ସ୍ରୋତ, ଅନଲାଇନ ପ୍ରଶିକ୍ଷଣ, ସାମାଜିକ ଗଣମାଧ୍ୟମ ଜରିଆରେ ମତାନ୍ତରୀକରଣ ଆଦି ଦ୍ବାରା ଏହା ସମ୍ଭବ! ତେଣୁ, ବିଦେଶୀ ହାତର ସଂପୃକ୍ତିକୁ ନେଇ କୌଣସି ଅଭଯୋଗକୁ ନଜରଅନ୍ଦାଜ କରାଯାଇ ନପାରେ। ସୁତରାଂ, ନିଖୁଣ ଓ ପାରଦର୍ଶୀ ଅନୁସନ୍ଧାନ ସହିତ ଚକ୍ରାନ୍ତ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ‌େର ଶୂନ୍ୟ ସହନଶୀଳତା ଅନିବାର୍ଯ୍ୟ ହୋଇଥାଏ। ଏହା ସତ୍ତ୍ବେ ଏ କଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ ଦାରିଦ୍ର୍ୟ, ଦୁର୍ନୀତି, ଆର୍ଥିକ ବୈଷମ୍ୟ, ନିଯୁକ୍ତିହୀନତା, ବିସ୍ଥାପନ, ଜୀବିକାହାନି ଇତ୍ୟାଦି ଭଳି ଅନେକ ସମସ୍ୟା ଗଭୀର ଉଦ୍‌ବେଗ ଓ ବାସ୍ତବ ଜନ ଅସନ୍ତୋଷକୁ ମଧ୍ୟ ଜନ୍ମ ଦେଇପାରେ! ଏଭଳି ସ୍ଥିତି‌େର ଆତ୍ମ ନିରୀକ୍ଷଣ କରାଯିବା ନିତାନ୍ତ ଜରୁରି ହୋଇପଡ଼େ।

କିଛି ଦିନ ତଳେ ‘ନିଟ୍‌’ ପ୍ରଶ୍ନପତ୍ର ପ୍ରଘଟକୁ କେନ୍ଦ୍ର କରି ସି.ଜେ.ପି. ଦ୍ବାରା ଆୟୋଜିତ ବିଶାଳ ଜନ ପ୍ରତିବାଦ ହେଉ ଅଥବା ଏସ.ଆଇ.ଆର. ବିବାଦ ପରିପ୍ରେକ୍ଷୀରେ ବିରୋଧୀ ପକ୍ଷ ଦ୍ବାରା ଆହୂତ ଓ ସଂଗଠିତ ଜନ ବିରୋଧ; ଏହା ପଛରେ ବିଦେଶୀ ଚକ୍ରାନ୍ତ ରହିଛି ବୋଲି ବି.ଜେ.ପି. ତଥା ସରକାରଙ୍କ ସପକ୍ଷବାଦୀମାନଙ୍କ ପକ୍ଷରୁ ତୀବ୍ର ସ୍ବର ଉଠିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ଗଲା ୨୦୨୪, ଜୁନ୍‌ ମାସରେ ବାଂଲାଦେଶରେ ଏବଂ ୨୦୨୫, ସେପ୍‌ଟେମ୍ବର ମାସରେ ନେପାଳରେ, କ୍ଷମତାରୂଢ଼ ସରକାର ଦ୍ବୟର ପତନ ଘଟାଇଥିବା ଜନ ବିଦ୍ରୋହ ପଛରେ ବିଦେଶୀ ଶକ୍ତିର ହାତ ଥିଲା ବୋଲି ମଧ୍ୟ ଅଭିଯୋଗ ଶୁଣିବାକୁ ମିଳିଥିଲା; ଏପରିକି ଇସ୍ରାଏଲରେ ସଦ୍ୟ ସମାପ୍ତ ନିର୍ବାଚନରେ ବହୁମତ ଲାଭ କରିବାରୁ ବଞ୍ଚିତ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆରୋପ ଶୁଣିବାକୁ ମିଳିଥାଏ ଯେ ବିଦେଶୀ ହସ୍ତକ୍ଷେପ ଦ୍ବାରା ନିର୍ବାଚନକୁ ହଡ଼ପ କରିନିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ କାହିଁକି ଏଭଳି ସନ୍ଦେହ? ଏହା ପଛରେ ଥିବା ବାସ୍ତବତାଟି ପ୍ରକୃତରେ କ’ଣ? ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଭଳି ସନ୍ଦେହର ବଡ଼ କାରଣ ହେଲା, ଶୀତଳ ଯୁଦ୍ଧ କାଳରେ ଉଭୟ ସୋଭିଏତ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ‘ବ୍ଲକ୍‌’ ଦ୍ବାରା ଅନ୍ୟ ରାଷ୍ଟ୍ରରେ ସରକାର ବଦଳ ଲାଗି ବିଧିବଦ୍ଧ ଚକ୍ରାନ୍ତ ଓ ଉଦ୍ୟମ ହେଉଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ ୧୯୪୬ ମସିହାରୁ ୨୦୦୦ ମସିହା ମଧ୍ୟରେ, ପ୍ରାୟ ୮୦ରୁ ଅଧିକ ସରକାର ଧରାଶାୟୀ କରିବାରେ ଉଭୟ ‘ବ୍ଲକ୍‌’ର ସଂପୃକ୍ତି ରହିଥିଲା। ଏହି ପ୍ରକରଣରେ ପ୍ରୟୋଗ କରାଯାଉଥିବା ଉପାୟଗୁଡ଼ିକ ଥିଲେ ବିପୁଳ ଅର୍ଥ ବ୍ୟୟ କରି ନିର୍ବାଚନକୁ ପ୍ରଭାବିତ କରିବା ବା କୌଣସି ଅସନ୍ତୁଷ୍ଟ ସାମରିକ ଅଧିକାରୀଙ୍କୁ କ୍ଷମତା ଲାଭ ଲାଗି ପ୍ରଲୁବ୍‌ଧ କରାଇ ସାମରିକ ବିଦ୍ରୋହ ଘଟାଇବା ଅଥବା ପ୍ରକ୍‌ସି ଯୁଦ୍ଧ ସଂଚାଳନ କରାଇବା କିମ୍ବା ଶେଷ ଅସ୍ତ୍ର ସ୍ବରୂପ ପ୍ରତ୍ୟକ୍ଷ ଆକ୍ରମଣ ଓ ସୀମା ଅତିକ୍ରମଣ କରି ସେଠାକାର ସରକାରକୁ କ୍ଷମତାଚ୍ୟୁତ କରିବା। ପ୍ରକାଶ ଥାଉ କି ବାମପନ୍ଥୀ ସୋଭିଏତ ଏବଂ ଉଦାରବାଦୀ ଗଣତାନ୍ତ୍ରିକ ଯୁକ୍ତରାଷ୍ଟ୍ର ଆମେରିକା, ଆପଣା ରାଜନୈତିକ ମତାଦର୍ଶର ପ୍ରଭାବ ବିସ୍ତାର ସକାଶେ, ଗୋଟିଏ ସମୟରେ, ଏଭଳି ଉଦ୍ୟମର ପ୍ରତିଦ୍ବନ୍ଦ୍ବିତାରେ ମଜ୍ଜି ରହିଥିଲେ। ୧୯୪୮ ମସିହାରେ, ଇଟାଲୀରେ, କମ୍ୟୁନିଷ୍ଟ ଅଭ୍ୟୁଦୟକୁ ପ୍ରତିହତ କରିବା ଲାଗି, ଆମେରିକା ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରଚେଷ୍ଟା କରାଯାଇଥିଲା ଏବଂ ସେଠାରେ ବାମପନ୍ଥାର ବିଲୁପ୍ତି ସକାଶେ ପ୍ରାୟ ଦୁଇ ଦଶନ୍ଧି ଧରି ଗୁପ୍ତ ହସ୍ତକ୍ଷେପର ପ୍ରକରଣ ଲାଗି ରହିଥିଲା। ସୋଭିଏତ ରୁଷିଆ, କିନ୍ତୁ, ବିନା ଅନୁଶୋଚନା ବା ଅନୁତାପରେ, ୧୯୫୬ ମସିହାରେ ହଙ୍ଗେରୀ, ୧୯୬୮ ମସିହାରେ ଚେକୋସ୍ଲୋଭାକିଆ ଓ ୧୯୭୯ ମସିହାରେ ଆଫଗାନିସ୍ତାନର ସୀମା ଅତିକ୍ରମଣ କରି ସେଠାରେ ଆପଣା ସମର୍ଥିତ ସରକାରଙ୍କୁ ଅବସ୍ଥାପିତ କରିଥିଲା। ଅପର ପକ୍ଷରେ, କ୍ୟୁବାରେ ବାମପନ୍ଥୀ ସରକାରର ପତନ ଘଟାଇବା ସକାଶେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସି.ଆଇ.ଏ. ପ୍ରାୟୋଜିତ ସଶସ୍ତ୍ର ବିଦ୍ରୋହ ଦୟନୀୟ ଭାବେ ବିଫଳ ହୋଇଥିଲା। ତେବେ, କେବଳ ରାଜନୈତିକ ମତାଦର୍ଶର ପ୍ରତିଷ୍ଠା ସକାଶେ ନୁହେଁ, ବେଳେ ବେଳେ କୌଣସି ଦେଶର ଅନ୍ତରୀଣ ନିଷ୍ପତ୍ତି ଦ୍ବାରା ଆମେରକାର ସ୍ବାର୍ଥ ଆହତ ହେଲେ ସେଠାକାର ସରକାରକୁ ଅପଦସ୍ଥ କରିଦେବାର ଅପଖ୍ୟାତି ମଧ୍ୟ ଆମେରିକା ମୁଣ୍ଡାଇଥାଏ; ଯେମିତି ଗ୍ବାଟେମାଲାର ଭୂ-ସଂସ୍କାର ଆଇନ ଆମେରିକୀ ବ୍ୟାବସାୟିକ ସ୍ବାର୍ଥର ପରିପନ୍ଥୀ ବୋଲି, ୧୯୫୪ ମସିହାରେ, ସେଠାକାର ସରକାରକୁ ପଦଚ୍ୟୁତ କରିବାର ଚକ୍ରାନ୍ତ ଅବଲୀଳା କ୍ରମେ ଗ୍ବାଟେମାଲାକୁ ଦୀର୍ଘ ୩୬ ବର୍ଷର ଗୃହଯୁଦ୍ଧ ମଧ୍ୟକୁ ନିକ୍ଷେପିତ କରିଥିଲା। ଗଲା ଜାନୁଆରି ମାସରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ସପତ୍ନୀକ ଅପହରଣ କରି ଆମେରିକୀ ଜେଲରେ ବନ୍ଦୀ କରି ରଖିବା ଭଳି ଘଟଣା ଦର୍ଶାଇଥାଏ ଯେ କୌଣସି ଦେଶର ସର୍ବଭୌମତ୍ବକୁ ଅନାୟାସରେ ଭୂଲୁଣ୍ଠିତ କରି ମଧ୍ୟ ଆମେରିକା ବିବେକ ଦଂଶନର ଶିକାର ହୋଇ ନ ଥାଏ। ଏ ସବୁ କେବଳ କତିପୟ ଉଦାହରଣ ମାତ୍ର; ପୂର୍ଣ୍ଣ ତାଲିକା ଅନେକ ଦୀର୍ଘ। କହିବାର ମର୍ମ ହେଲା, ଏହି ସବୁ ଦୃଷ୍ଟାନ୍ତ ହେତୁ ବିଭିନ୍ନ ଦେଶରେ ସୃଷ୍ଟ ନୈରାଜ୍ୟ, ଜନ ଆନ୍ଦୋଳନ ବା ବିଦ୍ରୋହ ପଛରେ ବିଦେଶୀ ଶକ୍ତି ବିଶେଷ କରି ଆମେରିକାର ଭୂମିକା ସନ୍ଦେହାସ୍ପଦ ହୋଇଥାଏ।
ଆମ ଦେଶରେ କେବଳ ଏହି ସରକାର ଅମଳରେ ନୁହେଁ, ପୂର୍ବର ସରକାରଗୁଡ଼ିକ ଅମଳରେ ମଧ୍ୟ ଜନ ଅସ‌େନ୍ତାଷ ବା ଆନ୍ଦୋଳନ ପଛରେ ବିଦେଶୀ ହାତର ପ୍ରଚ୍ଛନ୍ନ ସଂପୃକ୍ତି ନେଇ ସନ୍ଦେହ କରି ଆସିଛନ୍ତି; ଯେମିତି ୧୯୭୬ ମସିହାର ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବାଧୀନ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଓ ୧୯୮୦ ମସିହାର ମୋରଦାବାଦ ଦଙ୍ଗାକୁ ନେଇ ଇନ୍ଦିରା ଗାନ୍ଧୀ ଏବଂ ୨୦୧୧-୧୨ ମସିହାରେ, କୋଡ଼ମ୍ବକୁଲମ ଆଣବିକ ବିଦ୍ୟୁତ୍‌ କେନ୍ଦ୍ର ବିରୋଧରେ ହୋଇଥିବା ଆନ୍ଦୋଳନକୁ ନେଇ ଡକ୍ଟର ମନମୋହନ ସିଂହ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋରଦାବାଦ ଦଙ୍ଗାର ଅନୁସନ୍ଧାନ ସକାଶେ ଗଠିତ ସାକସେନା କମିଟିର ରିପୋର୍ଟ, ଅନେକ ବର୍ଷ ପରେ, ଅର୍ଥାତ୍‌ ୨୦୨୩ ମସିହାରେ ପ୍ରକାଶ୍ୟ ହେବା ପରେ ସ୍ପଷ୍ଟ ହୋଇଥିଲା ଯେ ସ୍ଥାନୀୟ କାରଣରୁ ଦଙ୍ଗାର ଉତ୍ପତ୍ତି ହୋଇଥିଲା; ଏବଂ ତା’ ପଛରେ କୌଣସି ବିଦେଶୀ ଚକ୍ରାନ୍ତ ନ ଥିଲା। ଅବଶ୍ୟ, ଏହା ସତ ଯେ ସଂପ୍ରତି ଇଣ୍ଟରନେଟ ଅଧିକୃତ ପୃଥିବୀରେ ଯେ କୌଣସି ରାଷ୍ଟ୍ରର ଜନମାନସକୁ, ସନ୍ତର୍ପଣରେ ଓ ସୁବ୍ୟବସ୍ଥିତ ଢଙ୍ଗରେ, ବାହ୍ୟ ଅପଶକ୍ତିର ପ୍ରେତଛାୟା ଦ୍ବାରା କବଳିତ କରାଯାଇପାରେ! ଡିଜିଟାଲ ଅର୍ଥ ସ୍ରୋତ, ଅନଲାଇନ ପ୍ରଶିକ୍ଷଣ, ସାମାଜିକ ଗଣମାଧ୍ୟମ ଜରିଆରେ ମତାନ୍ତରୀକରଣ ଆଦି ଦ୍ବାରା ଏହା ସମ୍ଭବ! ତେଣୁ, ବିଦେଶୀ ହାତର ସଂପୃକ୍ତିକୁ ନେଇ କୌଣସି ଅଭଯୋଗକୁ ନଜରଅନ୍ଦାଜ କରାଯାଇ ନପାରେ। ସୁତରାଂ, ନିଖୁଣ ଓ ପାରଦର୍ଶୀ ଅନୁସନ୍ଧାନ ସହିତ ଚକ୍ରାନ୍ତ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ‌େର ଶୂନ୍ୟ ସହନଶୀଳତା ଅନିବାର୍ଯ୍ୟ ହୋଇଥାଏ। ଏହା ସତ୍ତ୍ବେ ଏ କଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ ଦାରିଦ୍ର୍ୟ, ଦୁର୍ନୀତି, ଆର୍ଥିକ ବୈଷମ୍ୟ, ନିଯୁକ୍ତିହୀନତା, ବିସ୍ଥାପନ, ଜୀବିକାହାନି ଇତ୍ୟାଦି ଭଳି ଅନେକ ସମସ୍ୟା ଗଭୀର ଉଦ୍‌ବେଗ ଓ ବାସ୍ତବ ଜନ ଅସନ୍ତୋଷକୁ ମଧ୍ୟ ଜନ୍ମ ଦେଇପାରେ! ଏଭଳି ସ୍ଥିତି‌େର ଆତ୍ମ ନିରୀକ୍ଷଣ କରାଯିବା ନିତାନ୍ତ ଜରୁରି ହୋଇପଡ଼େ। ଏଭଳି ସ୍ଥିତିରେ ବିଦେଶୀ ହସ୍ତକ୍ଷେପର ବ୍ୟାଖ୍ୟାନ ପଛରେ ଆତ୍ମଗୋପନ କରିବାର ପ୍ରୟାସ ଅବିମୃଶ୍ୟକାରିତାର ଚିହ୍ନ ହୋଇପାରେ!
ଏହି ପରିପ୍ରେକ୍ଷୀରେ ଇତିହାସ ପୃଷ୍ଠାରୁ ଇରାନର ଉଦାହରଣ ଦ୍ରଷ୍ଟବ୍ୟ। ୧୯୫୩ ମସିହାରେ, ସି.ଆଇ.ଏ. ଦ୍ବାରା ପ୍ରା‌େୟାଜିତ ବିଦ୍ରୋହରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ମହମ୍ମଦ ମୋସାଦ୍ଦେ, ପଦଚ୍ୟୁତ ହୁଅନ୍ତି, ଯାହା ପରେ ଶାହ ଶାସନର ଅୟମାରମ୍ଭ ଘଟେ। ପରବର୍ତ୍ତୀ କାଳରେ ପ୍ରକାଶ୍ୟ ହୋଇଥିବା ସି.ଆଇ.ଏ. ଫାଇଲରୁ ଏହି ‘କ୍ଷମତା ପରିବର୍ତ୍ତନ’ ପଛରେ ଥିବା ଚକ୍ରାନ୍ତର ବିଶଦ ବିବରଣୀ ପଦାକୁ ଆସେ, ଯେଉଁ ଅପରେସନର ନାମ ରଖାଯାଇଥିଲା ‘ଟିପିଏଜାକ୍‌ସ’। ଠିକ୍‌ ତା’ର ୨୬ ବର୍ଷ ପରେ, ୧୯୭୯ ମସିହାରେ, ଆଉ ଏକ ଜନ ଆନ୍ଦୋଳନ ସଂଘଟିତ ହୁଏ ଓ ଶାହ ଶାସନ ଧରାଶାୟୀ ହୁଏ। କିନ୍ତୁ, ପ୍ରଭେଦଟି ହେଲା, ୧୯୭୯ ଜନ ଆନ୍ଦୋଳନ ପଛରେ ଥାଏ ବାସ୍ତବ ଆକ୍ରୋଶ, ଯାହାକୁ ଶାହ ସରକାର ହୁଏତ କଳି ପାରନ୍ତି ନାହିଁ ବା ନଜରଅନ୍ଦାଜ କରିଦିଅନ୍ତି। କହିବାର ଉଦ୍ଦେଶ୍ୟ ହେଲା ଅନେକ ସମୟରେ ଶାସକମାନେ, ଆରାମପ୍ରଦ ସ୍ଥିତାବସ୍ଥାରୁ ମୁକ୍ତ ହେବାକୁ ନ ଚାହିଁ ଅଥବା ଭୂମିକୁ ନ ଓହ୍ଲାଇ ସେମାନଙ୍କ ହାତୀ ଦନ୍ତର ମିନାରରୁ ବିଭିନ୍ନ ଆଳର ତରଙ୍ଗମାନ ସୃଷ୍ଟି କରି ପାରନ୍ତି; ଯେତେବେଳକୁ, କିନ୍ତୁ, ଭୂମିଗତ ନାଗରିକମାନଙ୍କ ନାଡ଼ିରେ ଉତ୍ତେଜନା-ଉଷ୍ମ ଶୋଣିତ ବହୁଥାଏ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.