Editorial: ଅନେକ ତୁକାରାମ

47 minutes ago 2
ARTICLE AD BOX

ତୁକାରାମଙ୍କ ଅବିଭାଜ୍ୟ ସାଧୁତା ଓ ନିର୍ଭୀକତାର ପ୍ରମାଣ ସ୍ବରୂପ ଦର୍ଶାଯାଉଛି ଯେ ସେ ୨୫ ବର୍ଷର ଚାକିରି ଅବଧିରେ ୨୭ ଥର ବଦଳିର ସମ୍ମୁଖୀନ ହୋଇଛନ୍ତି; ଯଦିଓ ପ୍ରକୃତ ପକ୍ଷେ ଏହା ହେଉଛି ଭାରତୀୟ ପ୍ରାଶାସନିକ ବ୍ୟବସ୍ଥା ପ୍ରତି ଏକ ଭର୍ତ୍ସନା, ଯେଉଁଠି କର୍ତ୍ତବ୍ୟ-ନିଷ୍ଠା ଦଣ୍ଡିତ ହୋଇଥାଏ। ତେଣୁ ମନେ ହେଉଛି ଯେ ସତେ ଯେମିତି ଏବେ ଦୈବୀ ନ୍ୟାୟ ସ୍ବରୂପ ତୁକାରାମଙ୍କୁ ତାଙ୍କ ସୁଗୁଣ ଲାଗି ପ୍ରଚୁର ପ୍ରସିଦ୍ଧି ମିଳିଲାଣି। ସାଧାରଣ ହିତରେ ତାଙ୍କର ପଥିକୃତ୍‌ ଉଦ୍ୟମ ପ୍ରେରଣାଦାୟକ ହୋଇ ଅନ୍ୟାନ୍ୟ ରାଜ୍ୟରେ ଅନେକ ତୁକାରାମଙ୍କୁ ସୃଷ୍ଟି ମଧ୍ୟ କରିପାରେ।

Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା

ମହାରାଷ୍ଟ୍ର କ୍ୟାଡରର ଯେଉଁ ମରାଠୀ ଆଇ.ଏ.ଏସ. ଅଧିକାରୀଙ୍କ ସୁନାମ ଓ ଲୋକପ୍ରିୟତା, ତାଙ୍କ ରାଜ୍ୟର ସରହଦ ଅତିକ୍ରମ କରି ଦେଶବ୍ୟାପୀ ହେଲାଣି, ସେ ହେଉଛନ୍ତି ତୁକାରାମ ମୁଣ୍ଡେ, ମହାରାଷ୍ଟ୍ରର ‘ଫୁଡ ସେଫଟି କମିସନର’ ବା ‘ଖାଦ୍ୟ ନିରାପତ୍ତା କମିସନର’। ଖାଦ୍ୟରେ ଅପମିଶ୍ରଣ, ବାସି ଖାଦ୍ୟ ଦ୍ରବ୍ୟର ବିକ୍ରି ଏବଂ ଖାଦ୍ୟ ପ୍ରସ୍ତୁତି ତଥା ପରିବେଷଣ ବେଳେ ଅପରିଚ୍ଛନ୍ନତାର ଅଣଦେଖା ଆଦି ଭଳି କାରଣରୁ ସର୍ବତ୍ର ଅପବାଦର ଶିକାର ହେଉଥିବା ଆମ ଦେଶରେ ସଂପ୍ରତି ତୁକାରାମ ଜଣେ ପଥ ପ୍ରଦର୍ଶକ ରୂପେ ଆବିର୍ଭୂତ ହୋଇଛନ୍ତିି, ଯିଏ ତାଙ୍କ ସୀମିତ ପରିସରରେ, କାର୍ଯ୍ୟାରମ୍ଭ କରି ଅବିଳମ୍ବେ ସାରା ଦେଶ ସମ୍ମୁଖରେ ଜଣେ ସୁପର ତାରକାରେ ପରିଣତ ହୋଇଛନ୍ତି; ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ, ସୁଖାଦ୍ୟ ସଚେତନତା ସୃଷ୍ଟି ସହିତ ‘ଖାଦ୍ୟ ନାମରେ ଅପଖାଦ୍ୟ ପରିବେଷଣ’ ବିରୋଧରେ କାର୍ଯ୍ୟାନୁଷ୍ଠାନର କାରଣ ମଧ୍ୟ ହୋଇଛନ୍ତି। 
କହିବା ଅନାବଶ୍ୟକ ଯେ ଦେଶର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଖାଦ୍ୟ ଅପମିଶ୍ରଣ ଓ ବାସି ଖାଦ୍ୟ ଦ୍ରବ୍ୟର ବିକ୍ରୟ ଆଦିକୁ ନେଇ ତନଖି ଓ ଚଢ଼ାଉ ଇତ୍ୟାଦି କରାଯାଇଥାଏ, ଯାହାର ଶରବ୍ୟ ପ୍ରାୟତଃ ହୁଅନ୍ତି ଛୋଟ ହୋଟେଲ ବା ରେସ୍ତୋରାଁ ଅଥବା ରାସ୍ତା କଡ଼ରେ ଖାଦ୍ୟ ବିକୁଥିବା ଠେଲା କିମ୍ବା ତଜ୍ଜାତୀୟ ଦୋକାନ। ସେହି ଦୃଷ୍ଟିରୁ ତୁକାରାମ ଦୃଷ୍ଟାନ୍ତ ସ୍ଥାପନକାରୀ, କାରଣ ତାଙ୍କ ଛଞ୍ଚାଣ ଦୃଷ୍ଟି ଓ ଲୌହ ମୁଷ୍ଟିର ଶରବ୍ୟ ହୋଇଛନ୍ତି ଅତ୍ୟନ୍ତ ଦାମୀ, ଖ୍ୟାତନାମା ଓ ବିଳାସପୂର୍ଣ୍ଣ ରେସ୍ତୋରାଁ, ହୋଟେଲ ଓ କ୍ଲବ୍‌ମାନ, ଯେଉଁମାନେ ସାଂଭ୍ରାନ୍ତ୍ୟ, ସୁନାମ ଓ ସେମାନଙ୍କ କାରବାରର ସୁଦୀର୍ଘ ପରଂପରା ହେତୁ, ସର୍ବଦା ସନ୍ଦେହର ସଂପୂର୍ଣ୍ଣ ଊର୍ଧ୍ବରେ ହିଁ ରହି ଆସିଥିଲେ। ସୁତରାଂ, ସେ ଦର୍ଶାଇ ଦେବାକୁ ଚାହିଁଥାଆନ୍ତି ଯେ ଖାଦ୍ୟ ଦ୍ରବ୍ୟ ମାମଲାରେ ପୁରୁଣା ଓ ଯଶସ୍ବୀ ବ୍ରାଣ୍ଡଗୁଡ଼ିକୁ ମଧ୍ୟ ମୁଦ୍ରିତ ଚକ୍ଷୁରେ ବିଶ୍ବାସ କରିଯିବା ହେଉଛି ଧୃଷ୍ଟତା। ତେବେ, ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଅତ୍ୟନ୍ତ ଲୋକପ୍ରିୟ ଓ ପ୍ରଭାବଶାଳୀ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ସିଲ କରି ଦେବା ବା ସେମାନଙ୍କ ଲାଇସେନ୍‌ସକୁ ସାମୟିକ ଓ ସର୍ତ୍ତମୂଳକ ଭାବେ ରଦ୍ଦ କରି ଦେବା ଭଳି କାର୍ଯ୍ୟାନୁଷ୍ଠାନ ହେତୁ ତା’ର ସ୍ବତ୍ବାଧିକାରୀମାନେ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ, ଯେଉଁଥି ଲାଗି ଅନେକ ମାମଲା ଅଦାଲତକୁ ମଧ୍ୟ ଗଲାଣି। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ଉଚ୍ଚ ଅଦାଲତ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କେବଳ ଘରୋଇ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଉଛି କାହିଁକି?, ଯହିଁରେ ଇଙ୍ଗିତଟି ହେଲା, ଏଥିରୁ ଅନଧିକାର ଲାଭ ପ୍ରାପ୍ତିର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ନିହିତ ଅଛି କି? ଅଥଚ, ଏହି ପ୍ରଶ୍ନର ତୁକାରାମୀ ଉତ୍ତର ମିଳିଥିଲା ତହିଁ ପର ଦିନ, ଯେତେବେଳେ ମୁମ୍ବାଇ ହାଇକୋର୍ଟର କ୍ୟାଣ୍ଟିନ ଚଢ଼ାଉର ଶିକାର ହେଲା ଓ ନିୟମ ଉଲ୍ଲଂଘନର ଅନେକ ଉଦାହରଣ ଉଜାଗର ହେଲା। ତନଖି କାଳରେ ତୁକାରାମ ଦେଖିଛନ୍ତି କିଭଳି ସୌଖୀନ ଓ ବିଳାସପୂର୍ଣ୍ଣ କ୍ଲବ ଓ ରେସ୍ତୋରାଁର ନିଭୃତ ରୋଷ-ଘରେ ବା ନାମୀ ବ୍ରାଣ୍ଡର ଖାଦ୍ୟ ପ୍ରସ୍ତୁତ କରୁଥିବା କାରଖାନାରେ ଫିମ୍ପିମରା ଉପାଦାନ, ଶଢ଼ା କଞ୍ଚାମାଲ, ଅପରିଚ୍ଛନ୍ନ ପରିବେଶ ଓ ଅସରପା ତଥା ମୂଷାଙ୍କ ରାଜୁତି ଚାଲିଥାଏ। ଏ ବ୍ୟାପାରରେ ତୁକାରାମଙ୍କ ତର୍କ ଅତ୍ୟନ୍ତ ସରଳ ଯେ ସେ କେବଳ ଆଇନରେ ଥିବା ପ୍ରାବଧାନକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଯାହା! ପ୍ରକାଶ ଥାଉ କି ୨୦୧୧ ମସିହା ପୂର୍ବର ‘ଖାଦ୍ୟ ଅପମିଶ୍ରଣ ନିରୋଧକ ଆଇନ’, ତା’ର ସଂଶୋଧନ ପରେ ସଂପ୍ରତି ‘ଖାଦ୍ୟ ନିରାପତ୍ତା’ ବା ‘ଫୁଡ୍‌ ସେଫଟି’ ଆଇନରେ ପରିଣତ ହୋଇଛି, ଯାହାର ପରସର ଖୁବ୍‌ ବିସ୍ତୃତ, ଯହିଁରେ ଅପମିଶ୍ରଣରୁ ଘେନି ଖାଦ୍ୟ ପ୍ରସ୍ତୁତିରେ ସ୍ବାସ୍ଥ୍ୟ ବିରୋଧୀ ଉପାଦାନର ବ୍ୟବହାର, ପ୍ରସ୍ତୁତିକାଳୀନ ପରିଚ୍ଛନ୍ନତା, ପ୍ୟାକେଜିଂରେ ଠିକ୍‌ ସୂଚନା ଦେବାରେ ପ୍ରବଞ୍ଚନା, ଛଳ ବିଜ୍ଞାପନ ଆଦି ବିଷୟମାନ ଅନ୍ତର୍ଭୁକ୍ତ, ଯେଉଁ କାରଣରୁ ଆଇସକ୍ରିମ ପାର୍ଲରରୁ ଆରମ୍ଭ କରି ଚଳଚ୍ଚିତ୍ର ତାରକା (ପାନ ମସଲାର ବ୍ରାଣ୍ଡ ଦୂତ)ଙ୍କ ପର୍ଯ୍ୟନ୍ତ ନୋଟିସ ପାଇବାରେ ଲାଗିଛନ୍ତି। ଅପର ପକ୍ଷରେ ସାଲିସହୀନ ନିର୍ଭୀକତା ହେତୁ ଗଣମାଧ୍ୟମ (ଉଭୟ ମୁଖ୍ୟ ସ୍ରୋତୀୟ ଓ ସାମାଜିକ) ଏବଂ ଜନ ସାଧାରଣଙ୍କ ମଧ୍ୟରେ ତୁକାରାମ ବିପୁଳ ଲୋକପ୍ରିୟତା ହାସଲ କରିବାରେ ସମର୍ଥ ହୋଇଛନ୍ତି। 
ବିଡ଼ମ୍ବନାଟି ହେଲା, ପ୍ରକ୍ରିୟାକୃତ, ପୋଡ଼ା ତେଲରେ ଛଣା ଓ ପ୍ୟାକେଟରେ ବିକ୍ରି କରାଯାଉଥିବା ବିସ୍କୁଟ ବା କେକ ଭଳି ଅନେକ ଖାଦ୍ୟ ସ୍ବାସ୍ଥ୍ୟ ଲାଗି ଅହିତକର ବୋଲି ଅପନିନ୍ଦିତ ହୋଇ ସଚେତନ ଗ୍ରାହକଙ୍କ ଠାରୁ ଦୂରେଇବାକୁ ଲାଗିଥିଲା ବେଳେ ବଜାରରେ ଉପଲବ୍‌ଧ, ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ରୂପେ ସର୍ବଗ୍ରାହ୍ୟ, ଦୁଗ୍‌ଧ ଓ ପନିର ବା ଗୁଆ ଘିଅ ଭଳି ଦୁଗ୍‌ଧଜାତ ଦ୍ରବ୍ୟ ହେଉଛନ୍ତି ପ୍ରାୟତଃ ଅପମିଶ୍ରିତ, ଅନେକ ସ୍ଥଳେ ସଂପୂର୍ଣ୍ଣ ରୂପେ ଭୋଜନ ଅଯୋଗ୍ୟ ଏବଂ ସ୍ବାସ୍ଥ୍ୟ ଲାଗି ଅତ୍ୟନ୍ତ ମାରାତ୍ମକ। କହିବା ବାହୁଲ୍ୟ, ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଥିବା ପନିର ପ୍ରାୟତଃ ହୋଇଥାଆନ୍ତି ‘ଆନାଲଗ ପନିର’, ଯାହାକୁ ପାମୋଲିନ ତେଲ, ମଇଦା, ଷ୍ଟାର୍ଚ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ସାହାଯ୍ୟରେ ଅତି ଶସ୍ତାରେ ପ୍ରସ୍ତୁତ କରାଯାଏ। ସେହିଭଳି ବଜାରରେ ମିଳୁଥିବା ଦୁଗ୍‌ଧର ଉପାଦାନ ହୋଇପାରେ ୟୁରିଆ, କେଶ-ସାମ୍ପୁ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ, ଯାହା ଉପରେ ଶିଶୁ, ବୃଦ୍ଧ ଓ ରୋଗୀଙ୍କ ଠାରୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ନିର୍ଭରଶୀଳ। ଶସ୍ତାରେ ଉପଲବ୍‌ଧତା ଯଦି ଏଗୁଡ଼ିକ ସକାଶେ ଏକ ବିଶାଳ ବଜାର ସୃଷ୍ଟି କରିଛି, ଏହାର ଗ୍ରାହକମାନଙ୍କ ଅଭିସନ୍ଧି (ହୋଟେଲ ଓ ରେସ୍ତୋରାଁରେ ଅଧିକ ଲାଭ ସକାଶେ) ଏବଂ ସାଧାରଣ ଜ୍ଞାନର ଅଭାବ (ପରିବାରରେ ବ୍ୟବହାର ବେଳେ) ହେଉଛି ଚିନ୍ତାଜନକ। କାରଣ ସିଧାସଳଖ ହିସାବ କହେ ଯେ କେଜିଏ ଛେନା ବା ପନିର ତିଆରି ଲାଗି କଞ୍ଚା ମାଲ ରୂପେ ଆବଶ୍ୟକ କେବଳ ଦୁଗ୍‌ଧର ବଜାର ମୂଲ୍ୟ ହେବ ୧୫୦ରୁ ୨୦୦ ଟଙ୍କା। ଏଭଳି ସ୍ଥଳେ ପ୍ରସ୍ତୁତି, ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚକୁ ମିଶାଇ ଯଦି କିଲୋ ପିଛା ୧୫୦ରୁ ୨୦୦ ଟଙ୍କା ମୂଲ୍ୟରେ ବଜାରରେ ପନିର ମିଳେ, ତେବେ ସହସା ହୃଦ୍‌ବୋଧ ‌େହାଇଯିବା ଉଚିତ ଯେ ତାହା ଅପମିଶ୍ରିତ। ସୁଖର କଥା, ତୁକାରାମଙ୍କ କାର୍ଯ୍ୟାନୁଷ୍ଠାନ ପରେ ଅନ୍ତତଃ ସେହି ସଚେତନତା ସଂପ୍ରସାରିତ ହୋଇଛି।

Editorial: ସିନ୍ଧୁ ମାନେନା ସୀମା: ସୁଦର୍ଶନ ଦାସଙ୍କ ସମ୍ପାଦକୀୟ କଲମରୁ ପଢ଼ନ୍ତୁ ଏଥର...

ତୁକାରାମଙ୍କ ଅବିଭାଜ୍ୟ ସାଧୁତା ଓ ନିର୍ଭୀକତାର ପ୍ରମାଣ ସ୍ବରୂପ ଦର୍ଶାଯାଉଛି ଯେ ସେ ୨୫ ବର୍ଷର ଚାକିରି ଅବଧିରେ ୨୭ ଥର ବଦଳିର ସମ୍ମୁଖୀନ ହୋଇଛନ୍ତି; ଯଦିଓ ପ୍ରକୃତ ପକ୍ଷେ ଏହା ହେଉଛି ଭାରତୀୟ ପ୍ରାଶାସନିକ ବ୍ୟବସ୍ଥା ପ୍ରତି ଏକ ଭର୍ତ୍ସନା, ଯେଉଁଠି କର୍ତ୍ତବ୍ୟ-ନିଷ୍ଠା ଦଣ୍ଡିତ ହୋଇଥାଏ। ତେଣୁ ମନେ ହେଉଛି ଯେ ସତେ ଯେମିତି ଏବେ ଦୈବୀ ନ୍ୟାୟ ସ୍ବରୂପ ତୁକାରାମଙ୍କୁ ତାଙ୍କ ସୁଗୁଣ ଲାଗି ପ୍ରଚୁର ପ୍ରସିଦ୍ଧି ମିଳିଲାଣି। ସାଧାରଣ ହିତରେ ତାଙ୍କର ପଥିକୃତ୍‌ ଉଦ୍ୟମ ପ୍ରେରଣାଦାୟକ ହୋଇ ଅନ୍ୟାନ୍ୟ ରାଜ୍ୟରେ ଅନେକ ତୁକାରାମଙ୍କୁ ସୃଷ୍ଟି ମଧ୍ୟ କରିପାରେ। ଏଭଳି ସ୍ଥିତିରେ ଆଶା କରିବା ଯେ ପ୍ରସିଦ୍ଧିର ଔଜ୍ଜ୍ବଲ୍ୟରେ ତୁକାରାମଙ୍କ ଦୃଷ୍ଟି ଝଲସି ନ ଯାଉ; ସୁଧାର ଆଣିବାର ମୋହରେ ସେ ମାତ୍ରାତିରିକ୍ତତାରେ ନିମଗ୍ନ ନ ହୁଅନ୍ତୁ!
ଏବେ ତୁକାରାମଙ୍କ ଦୃଷ୍ଟିରେ ଆମେ ସମସ୍ତେ ନିଜ ଗୃହର ପାକଶାଳା ଆଡ଼କୁ ଟିକିଏ ଧ୍ୟାନ ଦେବା, ଯେଉଁଠି ଜନନୀମାନେ ସରାଗ ଓ ନିଷ୍ଠାର ସହିତ ପରିବାର ଲାଗି ସ୍ବର୍ଗୀୟ ସ୍ବାଦର ବ୍ୟଞ୍ଜନ ପ୍ରସ୍ତୁତିରେ ମଜ୍ଜି ଥାଆନ୍ତି। ଏବେ ସେମାନେ ମଧ୍ୟ ଦେଖିବା ଉଚିତ ଯେ ସେମାନଙ୍କ ନିକଟରେ ଉପଲବ୍‌ଧ ଉପାଦାନମାନ ନି‌ର୍ଭେଜାଲ ତ? ସେମାନଙ୍କ ପାକଶାଳାର ପରିବେଶ ପରିଚ୍ଛନ୍ନ ଓ ମୂଷା ବା ଅସରପା ମୁକ୍ତ ତ? ଯାହା ସେମାନେ ପ୍ରସ୍ତୁତ କରୁଛନ୍ତି, ତାହା ସ୍ବାସ୍ଥ୍ୟ ସକାଶେ ହିତକର ତ? ଏଭଳି ପ୍ରଶ୍ନଗୁଡ଼ିକ ଜାଗ୍ରତ ହେଲେ ଆମେ ଦେଖିବା ଯେ କେବଳ ସରକାରୀ ବିଭାଗରେ ନୁହେଁ, ବଜାରରେ କ୍ରେତା, ପାକଶାଳାରେ ପ୍ରସ୍ତୁତକର୍ତ୍ତା ଏବଂ ଘରେ ଭୋକ୍ତାମାନଙ୍କ ଭିତରେ ମଧ୍ୟ ଅନେକ ତୁକାରାମ ସୃଷ୍ଟି ହୋଇଯାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.