ED Raid: ରିୟଲ-ଇଷ୍ଟେଟ ଦୁର୍ନୀତି: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ

21 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରିୟଲ-ଇଷ୍ଟେଟ ଦୁର୍ନୀତି ମାମଲାରେ ହରିୟାଣା ଲୋକହିତ୍‌ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଚଢ଼ାଉ କରିଛି। ଜଣେ ଅଧିକାରୀଙ୍କ ଅନୁଯାୟୀ, ଇଡିର ଗୁରୁଗ୍ରାମ କାର୍ଯ୍ୟାଳୟ ‘ଭାଟିକା ଲିମିଟେଡ୍ ଦ୍ୱାରା ଏକ ବଡ଼ଧରଣର ରିଅଲ୍ ଇଷ୍ଟେଟ୍ ଠକେଇର ତଦନ୍ତ କରୁଛି।

ବିଭିନ୍ନ କମ୍ପାନୀକୁ ସ୍ଥାନାନ୍ତର

ତଦନ୍ତାଧୀନ ଚାରୋଟି ପ୍ରକଳ୍ପରେ ୬୬୧ ଜଣ ନିବେଶକଙ୍କଠାରୁ ପ୍ରାୟ ୨୪୮.୪୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ମାଲିକାନା ହସ୍ତାନ୍ତର କରାଯାଇନାହିଁ କିମ୍ବା ପ୍ରତିଶ୍ରୁତି ଦିଆଯାଇଥିବା ସେଲ୍‌ ଡିଡ୍ କାର୍ଯ୍ୟକାରୀ କରାଯାଇନାହିଁ। ଘର କ୍ରେତାଙ୍କ ପାଣ୍ଠିକୁ ଅନ୍ୟତ୍ର ବିନିଯୋଗ କରାଯାଇଥିବା ସନ୍ଦେହ କରି ଇଡି ଗୁରୁବାର ଗୁରୁଗ୍ରାମରେ କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଚଢାଉ କରିଛି। ଇଡି ତଦନ୍ତରୁ ଜଣାପଡିଛି ଯେ, ଏହି ପାଣ୍ଠିକୁ ପରବର୍ତ୍ତୀ ସମୟରେ କାଣ୍ଡା ସହିତ ଜଡିତ ବିଭିନ୍ନ କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବତନ ବିଧାୟକ ଗୋପାଳ କାଣ୍ଡା ସିର୍‌ସା ଆସନରୁ ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ଗୋକୁଲ ସେଟିଆଙ୍କଠାରୁ ପରାଜିତ ହୋଇଥିଲେ। କାଣ୍ଡାଙ୍କ ଓକିଲ ଆଡଭୋକେଟ ଅରୁଣ ଖତ୍ରୀ କହିଛନ୍ତି, ଆମେ ବର୍ତ୍ତମାନ ପାଇଁ ଇଡି ମାମଲାର ବିବରଣୀ ଜାଣିବାକୁ ଚେଷ୍ଟା କରୁଛୁ।

Mobile Phone: ମୋବାଇଲ୍‌ ରିଟେଲରଙ୍କ ଏମ୍‌ଡିଆର୍‌ ଛାଡ଼ ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.