ARTICLE AD BOX
ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାରେ ବୁଧବାର ୩ଟି ମ୍ୟାଚ୍ ଖେଳାଯାଇଛି। ନିଜର ପ୍ରଥମ ମ୍ୟାଚ୍ରେ ସନ୍ଥ ଗହୀର ଗୁରୁ ବିଶ୍ବବିଦ୍ୟାଳୟଠାରୁ ପରାଜିତ ହୋଇଥିବା କିସ୍ (ଭୁବନେଶ୍ବର) ଆଜି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି।
East Zone Inter-University Women’s Hockey: ପୂର୍ବ ଜୋନ୍ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି: ଆରମ୍ଭରୁ ଝୁଣ୍ଟିଲା କିସ୍ ଓ ଉତ୍କଳ ବିଶ୍ବବିଦ୍ୟାଳୟ
ଆଜି ଦଳ ସଂପୂର୍ଣ୍ଣ ଏକତରଫା ଭାବେ ୯-୦ ଗୋଲ୍ରେ ଭି.ବି.ୟୁନିଭର୍ସିଟି (ହଜାରିବାଗ)କୁ ପରାସ୍ତ କରିଛି। ଦଳର ଖେଳାଳିମାନେ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ଶୈଳୀ ଆପଣେଇ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇନଥିଲେ। ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍ରେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ବବିଦ୍ୟାଳୟ (ରାୟପୁର) ଚମତ୍କାର ପ୍ରଦର୍ଶନ କରି ୫-୦ ଗୋଲ୍ରେ ଦୀନ ଦୟାଲ ଉପାଧ୍ୟାୟ ବିଶ୍ବବିଦ୍ୟାଳୟ (ଗୋରଖପୁର)କୁ ପରାସ୍ତ କରିଛି।
Hockey: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି: ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ
ମଣିପୁର ବିଶ୍ୱବିଦ୍ୟାଳୟ ଓ ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଦଳ ୨-୨ ଗୋଲ୍ରେ ବରାବର ରହିଥିଲେ। ତେବେ ସୁଟ୍ଆଉଟ୍ରେ ମଣିପୁର ବିଶ୍ୱବିଦ୍ୟାଳୟ ୩-୨ ଗୋଲ୍ରେ ବାଜିମାରିନେଇଥିଲା।

1 hour ago
3


