ARTICLE AD BOX
ପର୍ଯ୍ୟଟକମାନଙ୍କ ଲାଗି ଦୁବାଇ ଆଉ ଗୋଟିଏ ଆକର୍ଷଣୀୟ ବିଭବ ପ୍ରସ୍ତୁତ କରୁଛି। ତାହା ହେଉଛି ୨୪ କ୍ୟାରେଟ୍ ସୁନାରେ ତିଆରି ଏକ ଵାକ୍ୱେ ବା ଚଲାପଥ। ୨୦୨୬ ଶେଷସୁଦ୍ଧା ଏହି ଚଲାପଥକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ। ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ପ୍ରଶାସନ କହିଛି- ଏହା ହେବ ଦୁନିଆର ସବୁଠୁ ଲମ୍ବା ସୁନା ଚଲାପଥ। ଏ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସୁନା ଗହଣା ବେପାର ଓ ପର୍ଯ୍ୟଟନ କ୍ଷେତ୍ରରେ ଦୁବାଇର ସ୍ଥିତିକୁ ମଜଭୁତ ରଖିବା। ତା’ଛଡ଼ା ଏହି ଚଲାପଥ ପର୍ଯ୍ୟଟକମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ଏ ଚଲାପଥର ପ୍ରକୃତ ଦୈର୍ଘ୍ୟ କେତେ, ଏହା ତିଆରି କରାଯିବାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ କେଉଁଦିନ ଏହା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଘାଟନ କରାଯିବ- ଏସବୁ କଥା ଏଯାବତ୍ ଘୋଷଣା କରାଯାଇନାହିଁ। ଦୁବାଇର ଗୋଲ୍ଡ୍ ଡିଷ୍ଟ୍ରିକ୍ଟ ଡେଇରାଠାରେ ଅବସ୍ଥିତ। ଏହି ସୁନା ବଜାର ୨୦୨୬ ଜାନୁଆରି ମାସରେ ଉଦ୍ଘାଟିତ ହୋଇଥିଲା। ଏଠାରେ ସୁନା, ସୁନା ଗହଣା ଓ ସୁନା ବିସ୍କୁଟ୍ ଖୁଚୁରା ଏବଂ ପାଇକାରି ଦରରେ କିଣାବିକା ହୁଏ। ଏଠାରେ ଲୋକେ ସୁନା ବେପାରରେ ଟଙ୍କା ମଧ୍ୟ ବିନିଯୋଗ କରନ୍ତି। ଏହି ବଜାରରେ ୧୦୦୦ରୁ ଅଧିକ ପ୍ରତିଷ୍ଠାନ ସୁନା, ଗହଣା ସମେତ ଅତର, ପ୍ରସାଧନ ସାମଗ୍ରୀ ଓ ଲାଇଫ୍ଷ୍ଟାଇଲ୍ ସାମଗ୍ରୀ ଖୁଚୁରା ଦରରେ ବିକ୍ରୟ କରନ୍ତି। ତେଣୁ, ଏହା ଗରାଖ ଓ ଶିଳ୍ପପତିମାନଙ୍କର ପ୍ରମୁଖ ପେଣ୍ଠ ହୋଇପାରିଛି। ଦୁବାଇର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ କମ୍ପାନି ସବୁ ଏହି ଗୋଲ୍ଡ ଡିଷ୍ଟ୍ରିକ୍ଟକୁ ଉଠିଆସୁଛନ୍ତି। ୨୦୨୭ରେ ସେଠାରେ କମ୍ପାନିଙ୍କ ସଂଖ୍ୟା ୧୦ ପ୍ରତିଶତରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ବୋଲି ଆଶା କରାଯାଉଛି। ଆଗକୁ ଏଠାରେ ସୁନା ଓ ଗହଣା ବାଣିଜ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଏହା ହେବ ମଧ୍ୟ-ପ୍ରାଚ୍ୟରେ ଏ ଧରଣର ସବୁଠୁ ବଡ଼ ପ୍ରଦର୍ଶନୀ।
Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

1 hour ago
2


