Drug-Free Youth ଓଡ଼ିଶାରେ ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ': ସାମିଲ ହେଲେ ୧ କୋଟିରୁ ଊର୍ଦ୍ଧ୍ବ’ ଯୁବକଯୁବତୀ

1 hour ago 1
ARTICLE AD BOX

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଦେଶରେ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତି ଅଭିଯାନ - ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। 

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇ ଭାରତ’ ଦ୍ୱାରା ପରିଚାଳିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଦେଖିଥିଲେ। 

Nishamukta

ରାଜ୍ୟପାଳ ଡଃ କମ୍ଭମପାଟି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ଯୁବ - ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶପଥପାଠ କରାଇଥିଲେ।

ରାଜ୍ୟପାଳ ନିଜ ଅଭିଭାଷଣରେ, କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାଶକ୍ତର ଶ୍ରେଷ୍ଠ ବିକଳ୍ପ ଭାବେ ବାଛିନେବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ କ୍ରୀଡ଼ା ଆବୋଡ୍ ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳପଡ଼ିଆ ଓ କ୍ଲାସରୁମ୍‌କୁ ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ; ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ ଓ ବିଶେଷ କରି ଯୁବପିଢ଼ି ନିଜେ ଏହି ଆନ୍ଦୋଳନର ବାର୍ତ୍ତାବହ  ହୋଇ ବାହାରିଲେ ହିଁ ଏହା ଏକ ଯୁଗାନ୍ତକାରୀ ‘ଜନ-ଆନ୍ଦୋଳନ’ରେ ପରିଣତ ହୋଇପାରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।

ନିଶାମୁକ୍ତି ପ୍ରସଙ୍ଗରେ ‘ମୋନା’ର ଆଲୋଚନାଚକ୍ର: ‘ଭାଷାକୁ ସମ୍ମାନ ଓ ନିଶା ନିବାରଣ ନବକୃଷ୍ଣଙ୍କ ପ୍ରତି ଯୋଗ୍ୟ ଶ୍ରଦ୍ଧାଞ୍ଜଳି’
ଯୁବବର୍ଗଙ୍କୁ ସମ୍ବୋଧିତ କରି  ମୁଖ୍ୟମନ୍ତ୍ରୀ କହିଛନ୍ତି,  ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ୧୦୦ ସପ୍ତାହ ଅର୍ଥାତ ଦୁଇ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ-ଆନ୍ଦୋଳନ।

ରାଜ୍ୟରେ ନିଶାଦ୍ରବ୍ୟର ବେଆଇନ୍ କାରବାର ଓ ସିଣ୍ଡିକେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଆପଣାଇଛନ୍ତି। ଓଡ଼ିଶା ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ଜୁଲାଇ ୨୦୨୪ ରୁ ଜୁନ୍ ୨୦୨୬ ମଧ୍ୟରେ ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି। ଏହାସହ ୨,୫୭୬ ଟି ମାମଲା ରୁଜୁ କରାଯାଇ ୩,୬୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨,୧୦୬ କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରାଯାଇଛି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶାପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି। କୌଣସି ବି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Educational: ଶିକ୍ଷାନୁଷ୍ଠାନ ଅଞ୍ଚଳକୁ ନିଶାମୁକ୍ତ କରାଯିବ: ‘୩ ବର୍ଷରେ ରାଜ୍ୟ ହେବ ଗଞ୍ଜେଇମୁକ୍ତ’
ସୂଚନା ଯୋଗ୍ୟଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭାସୀ ଉପସ୍ଥିତିରେ ଦେଶର ୧୦,୦୦୦ ରୁ ଅଧିକ ସ୍ଥାନରେ ୧ କୋଟିରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଏକତ୍ରିତ ହୋଇ ଏକ ସୁସ୍ଥ, ଶୃଙ୍ଖଳିତ, ସଂସ୍କାରପୂର୍ଣ୍ଣ ଓ ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି।

ଏହି ଐତିହାସିକ ଅଭିଯାନକୁ ସମଗ୍ର ଓଡ଼ିଶାରେ ଅପୂର୍ବ ପ୍ରତିକ୍ରିୟା ମିଳିଛି। ରାଜ୍ୟର ୪୫୩ଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏହାର ସୀଧାପ୍ରସାରଣ (Live Streaming) କରାଯାଇଥିବା ବେଳେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଓ ଯୁବପିଢ଼ି ଏକତ୍ରିତ ହୋଇ ଏହି ମହତ୍ ଆନ୍ଦୋଳନରେ ସାମିଲ ହୋଇଥିଲେ।

Drug Free: ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ: ତିନି ଜିଲ୍ଲାର ଏସ୍ପିଙ୍କ ଉପସ୍ଥିତିରେ ନଷ୍ଟ ହେଲା ୧୧ କୋଟିର ଡ୍ରଗ୍ସ ଓ ୧୩ କ୍ୱିଣ୍ଟାଲ ଗଞ୍ଜେଇ
ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.