Droupadi Murmu's Odisha Tour: ଅଗଷ୍ଟ ୩ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

59 minutes ago 1
ARTICLE AD BOX

02 Aug 2026 16:55 IST Updated 02 Aug 2026 17:07 IST

 ଅଗଷ୍ଟ ୩ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତ କରୁଛନ୍ତି। ସେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। 

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଗଷ୍ଟ ୩ (ସୋମବାର) କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିବେ। ସେ ଅଗଷ୍ଟ ୪ ତାରିଖରେ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍‌ରେ ଯାତ୍ରା କରିବେ। ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିବେ। ସେଠାରେ ସେ ଆଳତୀ କରିବେ। ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଅଗଷ୍ଟ ୫ରେ ଫେରିଯିବେ।


02 Aug 2026 16:55 IST Updated 02 Aug 2026 17:07 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.