Diabetes: ମହିଳା ଓ ପୁରୁଷଙ୍କ ଉପରେ ଭିନ୍ନ ଭାବେ ପ୍ରଭାବ ପକାଏ ମଧୁମେହ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମଧୁମେହ ରୋଗ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ପ୍ରଭାବିତ କରେ ନାହିଁ। ନୂଆ ଅଧ୍ୟୟନରେ ଏହି ରୋଗ ଚିହ୍ନଟ ହେବା ପରେ ଉଭୟଙ୍କଠାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଉଥିବା ଜଣାପଡ଼ିଛି। ବିଶେଷକରି ମହିଳାଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ଅଧିକ ଥିବାବେଳେ ପୁରୁଷଙ୍କଠାରେ ହୃଦୟ ଓ କିଡନୀ ସମ୍ବନ୍ଧୀୟ ସମସ୍ୟା ଅଧିକ ରହିଛି। ଅଧ୍ୟୟନ ଅନୁସାରେ, ମଧୁମେହ ଚିହ୍ନଟ ହେବା ପରେ ମହିଳାମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି। ଅନ୍ୟପକ୍ଷରେ ପୁରୁଷଙ୍କଠାରେ ହୃଦରୋଗ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗର ଆଶଙ୍କା ଅଧିକ ଦେଖାଯାଇଛି। ଗବେଷକମାନେ କହିଛନ୍ତି, ଲିଙ୍ଗ ଓ ବୟସ ଅନୁସାରେ ଟାଇପ୍-୨ ମଧୁମେହର ପ୍ରଭାବ ଭିନ୍ନ ହୋଇପାରେ।

‘ପ୍ଲୋସ୍ ମେଡିସିନ୍’

ବ୍ରିଟେନର କ୍ୱିନ୍ ମେରି ୟୁନିଭର୍ସିଟି ସମେତ ଅନ୍ୟ ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି। ଅଧ୍ୟୟନର ନିଷ୍କର୍ଷ ‘ପ୍ଲୋସ୍ ମେଡିସିନ୍’ ପତ୍ରିକାରେ ପ୍ରକାଶ ପାଇଛି। ୨୦୧୦ରୁ ୨୦୨୦ ମଧ୍ୟରେ ଟାଇପ୍-୨ ମଧୁମେହରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୨୮,୭୨୦ ଜଣ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ରେକର୍ଡକୁ ଗବେଷକମାନେ ବିଶ୍ଳେଷଣ କରିଥିଲେ। ଅଧ୍ୟୟନରେ ଜଣାପଡ଼ିଛି ଯେ ମଧୁମେହ ଚିହ୍ନଟ ହେବା ପରବର୍ତ୍ତୀ ବର୍ଷଗୁଡ଼ିକରେ ପ୍ରାୟ ୩୯ ପ୍ରତିଶତ ଅଂଶଗ୍ରହଣକାରୀଙ୍କଠାରେ ଅତି କମ୍‌ରେ ଗୋଟିଏ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। ତେବେ ଏହି ସମସ୍ୟାର ବିକାଶ ଓ ସମୟ ଲିଙ୍ଗ ଅନୁସାରେ ଭିନ୍ନ ଥିବା ଗବେଷକମାନେ ଦେଖିଥିଲେ। ମହିଳାଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ହାର ୮.୧ ପ୍ରତିଶତ ଥିବାବେଳେ ପୁରୁଷଙ୍କଠାରେ ଏହି ଝୁମ୍ପ ତୁଳନାତ୍ମକ ଭାବେ କମ୍‌ ଥିଲା। ଅନ୍ୟପକ୍ଷରେ ପୁରୁଷଙ୍କଠାରେ ହୃଦରୋଗର ହାର ୮.୪ ପ୍ରତିଶତ ରହିଥିବାବେଳେ ମହିଳାଙ୍କଠାରେ ଏହା ୫.୩ ପ୍ରତିଶତ ଥିଲା। ସେହିପରି ଶେଷ ପର୍ଯ୍ୟାୟର କିଡନୀ ରୋଗ ଓ ଉଚ୍ଚ ରକ୍ତଚାପ ମଧ୍ୟ ପୁରୁଷଙ୍କଠାରେ ଅଧିକ ଦେଖାଯାଇଥିଲା। ଗବେଷକମାନଙ୍କ ମତରେ, ମଧୁମେହ ରୋଗୀଙ୍କ ଚିକିତ୍ସା ଓ ନିରୀକ୍ଷଣ ସମୟରେ ଲିଙ୍ଗଭିତ୍ତିକ ସ୍ୱାସ୍ଥ୍ୟ ଝୁମ୍ପକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ଭେଣ୍ଡି ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳେ, ଜାଣିଛନ୍ତି କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.