Dhenkanal: ହାତୀ ମୃତ୍ୟୁର ଗଡ଼ ଢେଙ୍କାନାଳ: ୩୬ ମାସରେ ବନଖଣ୍ଡରେ ୩୮ ହାତୀଙ୍କ ଜୀବନ ଯାଇଛି

5 days ago 6
ARTICLE AD BOX

ଭୁବନେଶ୍ବର: ହାତୀ ମୃତ୍ୟୁର ଗଡ଼ ପାଲଟିଛି ଢେଙ୍କାନାଳ। ସଂଲଗ୍ନ ଆଠଗଡ଼ ବନଖଣ୍ଡ ବି କିଛି କମ୍‌ରେ ନାହିଁ। ହିସାବ ଦେଖିଲେ ପ୍ରତି ମାସରେ ହାରାହାରି ଗୋଟିଏ ଲେଖାଏଁ ହାତୀଙ୍କ ମୃତ୍ୟୁ ହେଉଛି। କେତେବେଳେ ବିଦ୍ୟୁତ୍‌ ଆଘାତ ତ ଆଉ କେବେ ପ୍ରତିଶୋଧମୂଳକ ହତ୍ୟାର ସମ୍ମୁଖୀନ ହେଉଛନ୍ତି। ରୋଗରେ ମଧ୍ୟ କିଛି କମ୍‌ ମରୁନାହାନ୍ତି। ଗୋଟିଏ ପଟେ ରାଜ୍ୟର ଜଙ୍ଗଲ ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଅନ୍ୟପଟେ ତିନି ବର୍ଷରେ ୨୫୬ ହାତୀଙ୍କ ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି। ମୁକାବିଲା ଦିଗରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ହାତକୁ ନେଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହାତୀ ଶିକାରରେ ରୋକ ଲାଗିପାରି ନାହିଁ। ତିନି ବର୍ଷରେ ମାତ୍ର ୩୨ଜଣ ଶିକାରୀ ଗିରଫ ହୋଇଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖେ।

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ

୩୬ ମାସରେ ବନଖଣ୍ଡରେ ୩୮ ହାତୀଙ୍କ ଜୀବନ ଯାଇଛି
ବିଦ୍ୟୁତ୍‌ ଆଘାତ ଦିଆଯାଇ ୬୧ ହାତୀଙ୍କୁ ହତ୍ୟା କରାଯାଇଛି
ଟ୍ରେନ୍‌ ଦୁର୍ଘଟଣାରେ ୧୦, ୨୬ଟିର ମୃତ୍ୟୁର କାରଣ ଅସ୍ପଷ୍ଟ

ଚିନ୍ତାର କାରଣ ହେଉଛି ଯେ ତିନି ବର୍ଷ ତଥା ୩୬ ମାସ ମଧ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ୍‌ ଆଘାତ ଦିଆଯାଇ ୬୧ଟି ହାତୀଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରୁ କେବଳ ଢେଙ୍କାନାଳରେ ୮ଟି ରହିଥିବା ବେଳେ ରେଢ଼ାଖୋଲ ବନଖଣ୍ଡରେ ୬, ସମ୍ବଲପୁର ବନଖଣ୍ଡରେ ୫, ଅନୁଗୋଳ ଓ ଦେବଗଡ଼ରେ ୪ଟି ଲେଖାଏଁ ହାତୀଙ୍କୁ ବିଦ୍ୟୁତ୍‌ ଆଘାତ ଦିଆଯାଇ ମୃତ୍ୟୁମୁଖକୁ ଠେଲି ଦିଆଯାଇଛି। ଆକସ୍ମିକ ଭାବେ ମାତ୍ର ୪ଟି ହାତୀଙ୍କର ଜୀବନ ଯାଇଛି। ମୋଟ ଉପରେ ଓଡ଼ିଶାରେ ହାତୀଙ୍କ ପାଇଁ ବିଦ୍ୟୁତ୍‌ କାଳ ସାଜିଛି। ୩ ବର୍ଷରେ ୬୫ଟି ହାତୀ କେବଳ ବିଦ୍ୟୁତ୍‌ ଆଘାତରେ ହିଁ ମୃତ୍ୟୁବରଣ କରିଛନ୍ତି। ଶିକାରୀଙ୍କ ପଞ୍ଝା ମଧ୍ୟ କିଛି କମ୍‌ ନ ଥିଲା ଏହି ତିନି ବର୍ଷରେ। ଅନୁଗୋଳରେ ସର୍ବାଧିକ ୪ଟି ହାତୀ ସମେତ ରାଜ୍ୟରେ ମୋଟ ୧୩ଟି ହାତୀ ଶିକାର ହୋଇଛନ୍ତି। ଲୋକେ ପ୍ରତିଶୋଧମୂଳକ ଭାବେ ୧୨ଟି ହାତୀଙ୍କୁ ହତ୍ୟା କରିବା ଅଧିକ ଚିନ୍ତାଜନକ ପାଲଟିଛି। ରେଳ ଦୁର୍ଘଟଣାରେ ୧୦ଟି ହାତୀଙ୍କ ଜୀବନ ଯାଇଛି। କେନ୍ଦୁଝର ବନଖଣ୍ଡରେ ସର୍ବାଧିକ ୩ଟି ହାତୀ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଆଶ୍ବସ୍ତିକର ବିଷୟ ହେଉଛି ଯେ ବିଷୟ ପ୍ରୟୋଗ ଦ୍ବାରା ଗୋଟିଏ ବି ହାତୀ ଏହି ତିନି ବର୍ଷରେ ମୃତ୍ୟୁବରଣ କରିନାହାନ୍ତି।
ପ୍ରାକୃତିକ କାରଣ ଦେଖିଲେ ହର୍ପିସ୍‌ ରୋଗରେ ୪ଟି ଓ ଅନ୍ୟାନ୍ୟ ରୋଗରେ ୫୯ଟି ହାତୀଙ୍କ ଜୀବନ ଯାଇଛି। ଅନ୍ୟାନ୍ୟ ରୋଗରେ ଆଠଗଡ଼ରେ ସର୍ବାଧିକ ୧୧ଟି, ଢେଙ୍କାନାଳରେ ୯ଟି, କେନ୍ଦୁଝରରେ ୬ଟି, ବାରିପଦା ଓ ବଣାଇଁରେ ୪ଟି ଲେଖାଏ ହାତୀଙ୍କ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ, ଅନ୍ତଃକନ୍ଦଳ, ଶାବକ ମୃତ୍ୟୁ, ମୃତଜନ୍ମ ଶାବକଙ୍କ ସଂଖ୍ୟା ୩ ବର୍ଷରେ ୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ଆଠଗଡ଼ରେ ୬ଟି, ବାରିପଦା ଓ କେନ୍ଦୁଝରରେ ୫ଟି ଲେଖାଏଁ ହାତୀ ରହିଛନ୍ତି। ଅନ୍ୟାନ୍ୟ ଦୁର୍ଘଟଣାରେ ୨୪ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ୨୬ଟି ହାତୀଙ୍କ କାରଣ ଖୋଜି ପାଇନି ବନ ବିଭାଗ। ଗିରଫ ହୋଇଥିବା ୩୨ ଶିକାରୀଙ୍କ ମଧ୍ୟରୁ ଶିମିଳିପାଳ(ଦକ୍ଷିଣ) ବନଖଣ୍ଡରେ ସର୍ବାଧିକ ୧୬ଜଣ ରହିଛନ୍ତି।

PM Surya Ghar: ପିଏମ୍‌ ସୂର୍ଯ୍ୟଘରରେ ଠକିଗଲେ ହିତାଧିକାରୀ

ହାତୀ ମୃତ୍ୟୁ ନେଇ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି ଯେ ଅସ୍ବାଭାବିକ ହାତୀ ମୃତ୍ୟୁ ରୋକିବାକୁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ବାରା ହାତୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ ହେଉଛି। ସ୍କ୍ବାଡ୍‌ ମୁତୟନ ସହ ବିଦ୍ୟୁତ୍‌ ବିଭାଗ, ରେଳ ବିଭାଗ, ମତ୍ସ୍ୟ ଓ ଜଳ ସମ୍ପଦ ବିଭାଗ ସହ ସମନ୍ବୟ ବୈଠକ ସହ ବ୍ୟାପକ ସଚେତନତା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.