ARTICLE AD BOX
ଭୁବନେଶ୍ବର: ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ଅଫର ଧନତେରସ୍ ସଗୁନ ଘୋଷଣା କରାଯାଇଛି। ଏହି ଅଫର ନଭେମ୍ବର ୮ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିରେ ଗ୍ରାହମାନେ ସୁନା ଗହଣାର ୧୦ ଗ୍ରାମ ଉପରେ ୧୪ ହଜାର ଟଙ୍କା ପର୍ଯ୍ୟନ୍ତ ଓ ପ୍ରାକୃତିକ ହୀରାମୂଲ୍ୟ ଉପରେ ୩୬% ପର୍ଯ୍ୟନ୍ତ ରିହାତି ପାଇପାରିବେ। ପୁରୁଣା ସୁନା ବଦଳ ସମୟରେ ଶୂନ କାଟ ସହିତ ସମ୍ପୂର୍ଣ୍ଣ ମୂଲ୍ୟ ମିଳିବ। ଗ୍ରାହକମାନେ ଏକ ଲକି ଡ୍ରରେ ଭାଗ ନେଇପାରିବେ ଯେଉଁଥିରେ ପୁରସ୍କାର ଭାବେ ୧.୨୦ କୋଟି ଟଙ୍କାର ସୁନା ଓ ଆଇଫୋନ୍ ୧୮ ପ୍ରୋ ଜିତିବାସୁଯୋଗ ରହିଛି।
ପ୍ରତି କ୍ରୟ ଉପରେ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। ଏସ୍ବିଆଇ କ୍ରେଡିଟ୍ କାର୍ଡଧାରୀମାନେ କିଛି ସର୍ତ୍ତାବଳୀ ସହ ୭୫୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପାଇପାରିବେ।ଏ ସମ୍ପର୍କରେ ସେନ୍କୋ ଗୋଲ୍ଡ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶୁଭଙ୍କର ସେନ କହିଛନ୍ତି, ଧନତେରସ୍ ସଗୁନ ଜରିଆରେ ଆମେ ଏହି ଉତ୍ସବକୁ ଗ୍ରାହକମାନଙ୍କ ପାଇଁ ଅଧିକ ଅର୍ଥପୂର୍ଣ୍ଣ କରିବାକୁ ଚାହୁଛୁ। ଗହଣା କେବଳ ପିନ୍ଧିବା ପାଇଁ ନୁହେଁ, ବରଂ ସ୍ମୃତି, ପରମ୍ପରା ଓ ମାଇଲଖୁଣ୍ଟର ଅଂଶ ଯାହା ପରିବାରଗୁଡ଼ିକ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରଖିଥାନ୍ତି। ସେହିପରି ନିର୍ଦ୍ଦେଶିକା ଓ ମାର୍କେଟିଂ ମୁଖ୍ୟ ଜୋଇତା ସେନ୍ କହିଛନ୍ତି, ଆକର୍ଷଣୀୟ ଡିଜାଇନ, ଚିରନ୍ତନ କାରିଗରୀ ଓ ଆକର୍ଷଣୀୟ ଅଫର ସହିତ ପ୍ରତିଟି ଉତ୍ସବ କ୍ରୟକୁ ଆମେ ଅର୍ଥପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ। ଆମ ସ୍ବତନ୍ତ୍ର ଧନତେରସ୍ ଅଫର ଜରିଆରେ ଆମେ ଉତ୍ସବ ପାଇଁ କ୍ରୟକୁ ଅଧିକ ରିୱାର୍ଡିଂ କରିଛୁ।
ପୁଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ମାଲକାନଗିରି ଥାନା ଘେରାଉ

48 minutes ago
2


