ARTICLE AD BOX
ନୀଳଗିରି(ଲୋକନାଥ ଦଳେଇ): ଆଜି ସକାଳୁ ସକାଳୁ ନୀଳଗିରି ଉପଖଣ୍ଡ ପ୍ରଶାସନ ନୀଳଗିରି ତହସିଲ ତଥା ଔପଦା ବ୍ଲକ ଅଧିନ ଇକୋ ସେନସିଟିଭି ଜୋ ରେ ୧୩ ବେଆଇନ ଇଟା ଭାଟି ଭାଙ୍ଗିବା ପାଇଁ ପହଞ୍ଚି ଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଆଗେ କାମ ଦିଅ ପରେ ଇଟା ଭାଟି ଭାଙ୍ଗ ବୋଲି ଲୋକଙ୍କ ବିରୋଧ ପାଇଁ ପ୍ରଶାସନକୁ ନେହୁରା ହୋଇଥିଲେ ।
ସୂଚନାଯୋଗ୍ୟ ନୀଳଗିରି ଉପଖଣ୍ଡ ଔପଦା ବ୍ଲକରେ ଶ୍ୟାମ ସୁନ୍ଦରପୁର, କାଣ୍ଡଗରଡି ଓ ଇଶ୍ୱରପୁର ପଂଚାୟତରେ ସେନସିଟିଭି ଜୋନରେ ଥିବା ୧୩ ବେଆଇନ ଇଟା ଭାଟିକୁ ଭାଙ୍ଗିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଅନୁସାରେ ଆଜି ଭଙ୍ଗା ଯିବା ପାଇଁ ପୁଲିସ ପ୍ରଶାସନ ପ୍ରଥମେ ଦାଶରଥୀପୁରଠାରେ ଥିବା ବିଡ଼ି ଇଟା ଭାଟି ସ୍ଥଳରେ ପହଞ୍ଚିଥିଲେ। ତେଵେ ଉକ୍ତ ଇଟା ଭାଟିରେ ନିୟୋଜିତ ଶ୍ରମିକମାନେ ଇଟା ଭାଟି ନ ଭାଙ୍ଗିବାକୁ ପ୍ରତିବାଦ କରି ରାସ୍ତାରୋକ କରିଥିଲେ। ନୀଳଗିରି ପୁଲିସ ପ୍ରାୟ ୧୫ଜଣଙ୍କୁ ଉଠାଇ ନେଇଥିଲା। ପରେ ପୁଲିସ ପ୍ରଶାସନ ପଞ୍ଚଲିଙ୍ଗେଶ୍ୱର ସ୍ଥିତ କେଡ଼ି ଇଟା ଭାଟିରେ ପହଞ୍ଚି ଜେସିବି ଦ୍ଵାରା ଇଟା ଭାଟିର କିଛି ଅଂଶ ଭାଙ୍ଗିଦେଇଥିଲେ।
୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
ପରେ ମାଆ ଇଟା ଭାଟି ଭାଙ୍ଗୁଥିବା ବେଳେ ପ୍ରବଳ ବିରୋଧ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଉପଜିଲ୍ଲାପାଳ ସି ମାଲବ୍ୟ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଭାରପ୍ରାପ୍ତ ତହସିଲଦାର ଶୁଭଶ୍ରୀ ଜେନା, ବିଡିଓ ବିକ୍ରମ କେଶରୀ ପରିଡ଼ା, ଅତିରିକ୍ତ ଏସପି ପ୍ରମୋଦ କୁମାର ମଲ୍ଲିକ, ନୀଳଗିରି ଏସଡିପିଓ ନିର୍ମଳା ଗୋଛାୟତ, ଆଇ ଆଇସି ଗୋବର୍ଦ୍ଧନ ନାୟକ, ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ। ଗୋଟିଏ ପରେ ଗୋଟିଏ ୧୩ଟି ବେଆଇନ ଇଟା ଭାଟିକୁ ଭଙ୍ଗାଯିବ ବୋଲି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ସୂଚନା ଦେଇଛନ୍ତି।
Boat: ପାରାଦୀପ ମହାନଦୀ ମୁହାଣରେ ଉଚ୍ଚ ଲହଡ଼ିରେ ଦୁଇଫାଳ ହେଲା ଟାପା ବୋଟ୍, ୫ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

1 hour ago
1


