ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ତିନୋଟି ନୂଆ ରେଳପଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରି ରେଳ ପ୍ରଶାସନକୁ ହସ୍ତାନ୍ତର କରିବାକୁ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି।
ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସାମଗ୍ରିକ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ତିନୋଟି ରେଳପଥ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଏଥିରେ ବିଶେଷକରି ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ଜାତୀୟ ରେଳ ନେଟୱା ଟୱାର୍କ ସହିତ ସଂଯୋଗ କରିବାରେ ସାହାଯ୍ୟ ମିଳିବ। ୮୨ କିମି କିମି ଲମ୍ବ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ରେଳପଥ ପାଇଁ ୨୧୦୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଗୋରୁମହିଷାଣି-ବାଙ୍ଗିରିପୋଷି ୮୬ କିମିନୂଆରେଳପଥପାଇଁ ୨.୫୪୯ କୋଟି ଟଙ୍କାଓ ବୁଡ଼ାମରାଚାକୁଳିଆ ୬୦ କିମି ନୂତନ ରେଳପଥ ପାଇଁ ୧.୬୩୯ କୋଟି ଟଙ୍କା ମଞ୍ଜୁର ହୋଇଛି।
ତେବେ ବୁଡ଼ାମରା-ଚାକୁଳିଆ ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରାୟ ସମ୍ପୂର୍ଣ ହୋଇସାରିଛି। ଅଧୂଗୃହୀତ ଭୂମି ରେଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ଯ ଆଗକୁ ବଢ଼ିଛି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବାଦାମପାହାଡ଼-କେନ୍ଦୁଝରଗଡ଼ ଓ ଗୋରୁମହିଷାଣି-ବାଙ୍ଗିରିପୋଷି ପ୍ରକଳ୍ପର ଭୂମି ଅଧିଗ୍ରହଣ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଧୀର ଗତିରେ ଚାଲିଛି ଏହି ଦୁଇଟି ପ୍ରକଳ୍ପକୁ ଅଗ୍ରାଧିକାର ଦେଇ ତ୍ବରାନ୍ବିତ କରିବା, ଅଧୂଗୃହୀତ ଭୂମିକୁ ରେଳ ପ୍ରଶାସନକୁ ସମୟ ସୀମା ଭିତରେ ହସ୍ତାନ୍ତର କରିବା, ବିଭାଗୀୟ ସମନ୍ବୟ ବଢ଼ାଇବା ଓ ନିୟମିତ ପର୍ଯ୍ୟବେକ୍ଷଣ କରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
୧୯ ବର୍ଷ ପରେ ଦଣ୍ଡ : ଭୂମି ଅଧିଗ୍ରହଣ ଅଧିକାରୀଙ୍କୁ ୩ ବର୍ଷ ଜେଲ୍
ପୂର୍ବତନ ବିଧାୟକ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକର ଶୀଘ୍ର ସମାପ୍ତି ମୟୂରଭଞ୍ଜ ଓ କେନ୍ଦୁଝରର ଆଦିବାସୀ, ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ରୋଜଗାର, ବାଣିଜ୍ୟ, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ ସୁଯୋଗ ସୃଷ୍ଟି କରିବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ଅବଶିଷ୍ଟ ଭୂମି ଅଧୂଗ୍ରହଣ ପ୍ରକ୍ରିୟା ଶୀଘ୍ର ସମାପ୍ତ ହୋଇ ଏହି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପର କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ ହେବ।

1 hour ago
2


