Demad: ଏକାଧିକ ଦାବି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

4 hours ago 3
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ):ଜିଲ୍ଲାକଂଗ୍ରେସ ତରଫରୁ ସଭାପତି ଡ.ଲିପିକା ମାଝୀଙ୍କ ନେତୃତ୍ବରେ ଆଜି ଏକ ବାଇକ୍ ରାଲି ସ୍ଥାନୀୟ ଚାମୂରିଆଗୁଡ଼ା ଠାରୁ ବାହାରି ମାଝିଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଦେଶ ତଥା ରାଜ୍ୟରେ ବିଜେପି ସରକାରଙ୍କ ଅରାଜକତା ଓ ନୀତି ବିହୀନ ଶାସନ ବିରୁଦ୍ଧରେ ଉପସ୍ଥିତ ପ୍ରତିନିଧିମାନେ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଦିନକୁ ଦିନ ଦେଶରେ ବେକାର ସମସ୍ୟା ବଢ଼ିବା,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ଫଳରେ ସାଧାରଣ ଜୀବନଜୀବିକା ଉପରେ ତାର ସିଧାସଳଖ ପ୍ରଭାବ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଅନ୍ୟପଟେ ନିଜ ଦଳର  ସୁବିଧା ଓ ସରକାର ଗଢିବାର ପଦ୍ଧତି ଲୋକଙ୍କୁ ଚକିତ କରି ରଖିଛି।  ଫଳରେ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ଆଜି ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। 

ନିର୍ବାଚନ ଆୟୋଗଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରି 'ସ୍ବତନ୍ତ୍ର ସଘନ ସଂଶୋଧନ' ନାମରେ ଦେଶର ଲକ୍ଷ ଲକ୍ଷ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବେଆଇନ ଭାବେ କାଟି ଦିଆଯାଉଛି । ଏହା ସାଧାରଣ ଜନତାଙ୍କ ସାମ୍ବିଧାନିକ ମତାଧିକାର ଉପରେ ଏକ ସିଧାସଳଖ ଆକ୍ରମଣ। ନିର୍ବାଚନ ପ୍ରକ୍ରିୟାରେ ହୋଇଥିବା ଏହି ବ୍ୟାପକ ଅନିୟମିତତା ଏବଂ ‘ଭୋଟ୍ ଚୋରି' ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇଛି। ଗଣତନ୍ତ୍ରର ହତ୍ୟାକାରୀ ଏହି ତ୍ରୁଟିପୂର୍ଣ୍ଣ ‘ଏସଆଇଆର' ପ୍ରକ୍ରିୟାକୁ ତୁରନ୍ତ ରଦ୍ଦ କରିବାକୁ ଦଳ ଦାବି କରିଛି। 

Congress: 'ଡାଏନୋସର ଫେରିଆସିବ ପଛେ କଂଗ୍ରେସ ଫେରିପାରିବ ନାହିଁ'

ନିରପେକ୍ଷତା ହରାଇଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦରୁ ବହିଷ୍କାର ଓ ଗିରଫ କରିବା,ଇଭିଏମ୍ ପରିବର୍ତ୍ତେ 'ବ୍ୟାଲଟ୍‌ ପେପର"ମାଧ୍ୟମରେ ନିର୍ବାଚନ କରିବାକୁ ଦଳ ଦୃଢ଼ ଦାବି ରଖିଛି। ଏମଏମଡିଆର ସଂଶୋଧନ ଆଇନ ରଦ୍ଦ, ବନ୍ୟାର ସ୍ଥାୟୀ ପ୍ରତିକାର ଓ ବିପନ୍ନଙ୍କୁ ତୁରନ୍ତ ସହାୟତା, ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭତ୍ତା ସଠିକ ଭାବେ ବିତରଣ ଆଦି ଦାବି କରାଯାଇଥିଲା। ଏଥିରେ ପିସିସି ପର୍ଯ୍ୟବେକ୍ଷକ ଦୁର୍ଗା  ପ୍ରସାଦ ଶର୍ମା,ପୂର୍ବତନ ବିଧାୟକ ଭୁଜବଳ ମାଝି, ବରିଷ୍ଠ ନେତା ଦିଲ୍ଲିପ ବେହେରା, ବୃନ୍ଦାବନ ତ୍ରିପାଠୀ, ସନରାଜ୍ ଗଣ୍ଡ, ଏ.ଶିବରାମ ରାଜୁ, ପି ନାଗ ରତ୍ନାମା, ତୁଫାନ ଷଡଙ୍ଗୀ, ଶ୍ରୀକାନ୍ତ ମିଶ୍ରଙ୍କ ସହ  ସମସ୍ତ ବ୍ଲକ୍ ଓ ନଗର କଂଗ୍ରେସ କମିଟିର ସଭାପତି କର୍ମକର୍ତ୍ତା ମାନେ ଭାଗ ନେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.