Delhi: ସ୍ବାଭାବିକ ହେଲା ଦିଲ୍ଲୀ ଓ ଜନ୍ତରମନ୍ତର: ମେଟ୍ରୋ ଖୋଲିଲା, ଇଣ୍ଟରନେଟ୍‌ ସେବା ପୁନଃସ୍ଥାପିତ

59 minutes ago 1
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ଦିଲ୍ଲୀରଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନ ଶେଷ ହେବା ପରେ ଜାତୀୟ ରାଜଧାନୀ ସ୍ବାଭାବିକ ଅବସ୍ଥାକୁ ଫେରିଛି। ଜୁଲାଇ ୨୦ର ‘ସଂସଦ ଚଲୋ’ ଅଭିଯାନ ପରେ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା। ଛାତ୍ରମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦେଶର ବିଭିନ୍ନ କୋଣରୁ ଛାତ୍ରମାନେ ଜନ୍ତରମନ୍ତର ଆସୁଥିବାରୁ ଦିଲ୍ଲୀର ବିଭିନ୍ନ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଥିଲା। ପ୍ରତିବାଦ ସ୍ଥଳକୁ ଆସିବାକୁ ବହୁ ସଂଖ୍ୟାରେ ଲୋକ ଟଲଷ୍ଟୟ ମାର୍ଗର ଜନପଥ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଧାଡ଼ିରେ ୫୦ରୁ ୧୦୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ।

ଆହୁରି ପଢନ୍ତୁ :Suna Besha 2026: ମନଲୋଭା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

 ଆନ୍ଦୋଳନକୁ ସମର୍ଥନ କରି ପଡ଼ୋଶୀ ରାଜ୍ୟଗୁଡ଼ିକର ଓକିଲ, କୃଷକ ସଂଘ, ଏନ୍‌ଜିଓ ଓ ଅନ୍ୟ ଗୋଷ୍ଠୀଗୁଡ଼ିକର ପ୍ରତିନିଧିମଣ୍ଡଳୀ ବ୍ୟାନର ଓ ପ୍ଲାକାର୍ଡ ଧରି ପହଞ୍ଚୁଥିବାରୁ ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଥିଲା। ଶୁକ୍ରବାର ୧୭ଟି ମେଟ୍ରୋ ଷ୍ଟେସନ ବନ୍ଦ ଥିବାବେଳେ ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ୧୮ଟି ଷ୍ଟେସନ ବନ୍ଦ ଥିଲା। ତେବେ ସିଜେପି ଆନ୍ଦୋଳନ ବନ୍ଦ କରିବାକୁ ଘୋଷଣା କରିବା ପରେ ଦିଲ୍ଲୀର ସମସ୍ତ ମେଟ୍ରୋ ଷ୍ଟେସନଜନସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି। ଏହାସହିତ ଜନ୍ତରମନ୍ତରଠାରେ ଇଣ୍ଟରନେଟ୍‌ ସେବା ପୁନଃସ୍ଥାପିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.