Delhi School: ଦିଲ୍ଲୀ ସ୍କୁଲରେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମଦାହ: ଗାର୍ଡ଼ ରୁମ୍‌ ପଛରେ ମିଳିଲା ପୋଡ଼ା ଶବ ଓ ୩ ପୃ‌ଷ୍ଠାର ସୁଇସାଇଡ ନୋଟ୍‌

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଏକ ଚାଞ୍ଚଲ୍ୟକର ଘଟଣାକ୍ରମେ ଦିଲ୍ଲୀର ଏକ ସ୍କୁଲରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ପୋଡ଼ି ଯାଇଥିବା ଅବସ୍ଥାରେ ମିଳିଛି। ସ୍କୁଲର ଗାର୍ଡ଼ ରୁମ୍‌ ପଛରୁ ଛାତ୍ରୀଙ୍କ ମୃତଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣକ ସ୍କୁଲ ପରିସରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଛାତ୍ରୀଙ୍କ ବ୍ୟାଗରୁ ତିନି ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ଏହି ଘଟଣା ଶାହଦରା ଜିଲ୍ଲାର କୃଷ୍ଣାନଗର ସ୍ଥିତ ସର୍ବୋଦୟ ବାଳିକା ବିଦ୍ୟାଳୟର ବୋଲି କୁହାଯାଉଛି।

ସ୍କୁଲ ପରିସରରେ ଆତ୍ମହତ୍ୟା
ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ତଦନ୍ତରୁ ଏହି ମାମଲାରେ ପ୍ରେମ ଦୃଷ୍ଟିକୋଣ ଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ, ଗତକାଲି ଛାତ୍ରୀଙ୍କ ଜନ୍ମଦିନ ଥିଲା। ତାଙ୍କୁ ୧୯ ବର୍ଷ ହୋଇଥିଲା। କିନ୍ତୁ ସେ ଆଜି ଆତ୍ମହତ୍ୟା କରିଛନ୍ତି। ସେ ସ୍କୁଲ ଭିତରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କ୍ରାଇମ୍‌ ସିନ୍‌ ଟିମ୍‌, ଅଗ୍ନିଶମ ବାହିନୀ ଓ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଛାତ୍ରୀ ଜଣକ କାହିଁକି ସ୍କୁଲରେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ କରୁଛି। ଅପରାଧ ସ୍ଥଳର ତଦନ୍ତ ଓ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ ପାଇଁ ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ଛାତ୍ରୀଙ୍କ ସ୍କୁଲ ବ୍ୟାଗ ସମେତ କିଛି ଜିନିଷ ଜବତ କରାଯାଇଛି। ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତିର ତଦନ୍ତ କରାଯାଉଛି।

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟରପ୍ଲାନ, ବିଶ୍ୱରଂଜନ ମହାନ୍ତି ମଣିପୁର ନିର୍ବାଚନୀ ୱାର ରୁମ ଅଧ୍ୟକ୍ଷ ନିଯୁକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.