ARTICLE AD BOX
ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ନଭେମ୍ବର ୧, ୨୦୨୬ ରୁ ଜାନୁଆରି ୩୧, ୨୦୨୭ ପର୍ଯ୍ୟନ୍ତ ବିଏସ୍୬ ନିର୍ଗମନ ମାନଦଣ୍ଡ ତଳେ ଥିବା ଯାନବାହନର ପ୍ରବେଶ ନିଷିଦ୍ଧ କରାଯାଇଛି।
\ପରିବହନ ବିଭାଗର ଆକଳନ ଅନୁଯାୟୀ, ଏହି ନିୟମ ଯୋଗୁ ଦିଲ୍ଲୀରେ ଉପରୋକ୍ତ ସମୟ ମଧ୍ୟରେ ବିଏସ୍୬ ନିର୍ଗମନ ମାନଦଣ୍ଡ ତଳେ ଥିବା ଏନସିଆର ଅଞ୍ଚଳ ଗୁଡ଼ଗାଓଁ, ଫରିଦାବାଦ, ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରୁ ୧୦ ଲକ୍ଷରୁ ଅଧିକ ଯାନ ପ୍ରଭାବିତ ହୋଇପାରେ। ଗୁଡ଼ଗାଓଁ ଓ ଫରିଦାବାଦରେ ପ୍ରାୟ ୨ ଲକ୍ଷ ଯାନ ବିଏସ୍୬ ମାନଦଣ୍ଡ ପୂରଣ କରୁନାହିଁ, ଯେଉଁଥିରୁ ପ୍ରାୟ ୭୦% ହେଉଛି ବିଏସ୍୩ ଓ ବିଏସ୍୪ ଯାନ। ପରିବହନ ବିଭାଗର ଏକ ଆକଳନ ଅନୁଯାୟୀ, ହରିୟାଣାର ଦୁଇଟି ଜିଲ୍ଲାରେ ପ୍ରାୟ ୫୦,୦୦୦ ବାଣିଜ୍ୟିକ ଯାନ ମଧ୍ୟ ବିଏସ୍୫ ମାନଦଣ୍ଡ ତଳେ ରହିଛି। ନୋଏଡା ଓ ଗ୍ରେଟର ନୋଏଡାରେ ୪ ଲକ୍ଷରୁ ଅଧିକ ଯାନବାହନ ବିଏସ୍୬ ନିର୍ଗମନ ମାନଦଣ୍ଡ ତଳେ ରହିଛି, ଯାହା ମଧ୍ୟରୁ ବିଏସ୍୪ ଯାନ ମୋଟର ଅଧାରୁ ଅଧିକ। ଏଗୁଡ଼ିକ ମୁଖ୍ୟତଃ ପେଟ୍ରୋଲ କାର। ଗାଜିଆବାଦରେ ପ୍ରାୟ ୪ ଲକ୍ଷ ଯାନବାହନ ଅଛି ଯାହା ବିଏସ୍୬ ମାନଦଣ୍ଡ ପୂରଣ କରୁନାହିଁ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏସବୁ ଯାନ ନଭେମ୍ବର ପହିଲାରୁ ଦିଲ୍ଲୀରେ ପ୍ରବେଶ କରିପାରିବେ ନାହିଁ।
କୁନି ଝିଅର ବଡ଼ ସାହାଯ୍ୟ! ଚାଷୀଙ୍କ ପାଇଁ ଦାନ କଲେ ସଞ୍ଚିତ ଟଙ୍କା, ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

1 hour ago
2


