ARTICLE AD BOX
ଯାଜପୁର ବରୀ ଥାନା ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ-କାକୁଡିକୁଦ ଅଞ୍ଚଳରେ ଅର୍ଦ୍ଧନିର୍ମିତ ବ୍ରିଜ୍ର ଖୁଣ୍ଟରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ। ପୁଲିସର ତଦନ୍ତ ଜାରି।
Decomposed Body Found Hanging from Pillar of Incomplete Bridge in Bari Photograph: (sambad.in)ବରୀ: ବରୀ ଥାନା ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ-କାକୁଡିକୁଦ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଅର୍ଦ୍ଧନିର୍ମିତ ବ୍ରିଜ୍ର ଏକ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଦୀର୍ଘ ଦିନ ହେବ ସେଠାରେ ଝୁଲି ରହିଥିବା ଅନୁମାନ କରାଯାଉଛି।
ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମୃତ୍ୟୁର କାରଣ ଓ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

20 minutes ago
1


