ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି ସେଥିରୁ ୮୦% ମୃତ୍ୟୁର କୌଣସି କାରଣ ଜଣାନାହିଁ ବା ଅସ୍ପଷ୍ଟ। କେବଳ ୨୦% ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର(ଏମ୍ସିସିଡି) ହୋଇପାରୁଛି। ବାସ୍ତବରେ ହଜାର ହଜାର ଲୋକଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହେଉଛି ତାହା କେହି ଜାଣନ୍ତି ନାହିଁ। ସରକାର ମଧ୍ୟ ମୃତ୍ୟୁର କାରଣ ଜାଣିବାକୁ ଇଚ୍ଛୁକ ନୁହନ୍ତି। ଦେଶର ଛୋଟ ଛୋଟ ରାଜ୍ୟଗୁଡ଼ିକ ଡାକ୍ତରୀ ପ୍ରମାଣପତ୍ର ଜାରି କରିବାରେ ଆଗରେ ଥିବା ବେଳେ ଓଡ଼ିଶା ଏଥିରେ ବହୁପଛରେ ରହିଛି। ତେଣୁ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ରୋଗ ବଢ଼ୁଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ ବୋଲି ଏବେ ଡାକ୍ତରୀ ମହଲରେ ଆଲୋଚନା ହେଲାଣି।
Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍କୋର୍ଟ
କେବଳ ୨୦% ମୃତ୍ୟୁର ହୋଇପାରୁଛି ଡାକ୍ତରୀ ପ୍ରମାଣପତ୍ର
ଆର୍ଜିଆଇଙ୍କ ରିପୋର୍ଟରେ ଖୋଲିଲା ଓଡ଼ିଶା ପୋଲ୍
କଡ଼ାକଡ଼ି ହେଉନି ଘରେ ହେଉଥିବା ମୃତ୍ୟୁର ଚିହ୍ନଟ ନିୟମ
କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ(ଆର୍ଜିଆଇ) ପକ୍ଷରୁ ନିକଟରେ ଏମ୍ସିସିଡି-୨୦୨୪ ପ୍ରକାଶିତ ହୋଇଛି। ସେହିବର୍ଷ ଜାନୁଆରି ପହିଲାରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଦେଶ ତଥା ବିଭିନ୍ନ ରାଜ୍ୟରେ ହୋଇଥିବା ମୃତ୍ୟୁକୁ ଆଧାର କରି ଏମ୍ସିସିଡି ତାଲିକା ଜାରି ହୋଇଛି। ଏଥିରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତାଲିକାରେ ଓଡ଼ିଶା ୨୧ ନମ୍ବର ସ୍ଥାନରେ ରହିଛି। ୨୦୨୪ ମସିହାରେ ରାଜ୍ୟରେ ୪ଲକ୍ଷ ୧୫ହଜାର ୫୩୧ଜଣଙ୍କ ମୃତ୍ୟୁର ରେକର୍ଡ ହୋଇଛି। ତହିଁରୁ ୮୪ହଜାର ୫୬୨ଜଣ ମୃତକଙ୍କୁ ଡାକ୍ତରୀ ପ୍ରମାଣପତ୍ର ମିଳିପାରିଛି। ସେମଧ୍ୟରେ ୫୦ହଜାର ୭୦୮ଜଣ ପୁରୁଷ ଓ ୩୩୮୫୪ଜଣ ମହିଳା ରହିଛନ୍ତି। ୨୦୨୨-୨୦୨୩ ମସିହା ବେଳକୁ ଓଡ଼ିଶାରେ ଏମ୍ସିସିଡି ୨୧-୨୩% ଭିତରେ ରହିଥିଲା। ହେଲେ ୨୦୨୪ ବେଳକୁ ଏହା ଖସି ଆସିଛି। ଏହାସହ ଯଦି ବିଗତ ୧୦ବର୍ଷ ଭିତରେ ଓଡ଼ିଶାରେ ଏମ୍ସିସିଡିର ପ୍ରଦର୍ଶନକୁ ବିଚାରକୁ ନିଆଯାଏ, ତାହାଲେ ଓଡ଼ିଶାର ପ୍ରଦର୍ଶନରେ ବିଶେଷ ଉନ୍ନତି ହୋଇନାହିଁ। ସେହିପରି ଏମ୍ସିସିଡି ହୋଇପାରୁଥିବା ମୃତକଙ୍କ ଭିତରେ ୨୮.୨% ହେଉଛନ୍ତି ହୃଦ୍ଜନିତ ରୋଗ। ଏହାବାଦ୍ ଶ୍ବାସଜନିତ ରୋଗ ୮.୯%, ପାରାସାଇଟ୍ ସଂକ୍ରମଣ ୮.୪%, ଅସ୍ବାଭାବିକ ଲାବୋରେଟାରିରେ ଚିହ୍ନଟ ରୋଗରେ ମୃତ୍ୟୁ ହାର ହେଉଛି ୧୭.୮%।
Horoscope 2026 September 15: ଜାଣନ୍ତୁ ଆଜିର ରାଶିଫଳ...
ସୂଚନା ଅନୁସାରେ, ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି ସେଥିରୁ ୩୦% ସ୍ବାସ୍ଥ୍ୟାନୁଷ୍ଠାନ ଓ ୭୦% ଘରେ ହେଉଛି। ଘରେ ହେଉଥିବା ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଏହାର ସମାଧାନ ପାଇଁ କିଛିବର୍ଷ ପୂର୍ବରୁ ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀ, ଆୟୁଷ ଡାକ୍ତର ଓ ମେଡିକାଲ ଅଫିସରଙ୍କ ଜରିଆରେ ଏମ୍ସିସିଡି କରିବା ଲାଗି ନିଷ୍ପତ୍ତି ନେଇଥିଲେ। ୨୧ଦିନ ଭିତରେ ମୃତକଙ୍କ ସଂପର୍କୀୟ ଏଥିପାଇଁ ଆବେଦନ କରିପାରିବେ। ମାତ୍ର ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ ହେଉ ନ ଥିବାରୁ ଲୋକଙ୍କୁ ଡାକ୍ତରୀ ପ୍ରମାଣପତ୍ର ମିଳିପାରୁନାହିଁ। ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ଘରେ ହେଉଥିବା ମୃତ୍ୟୁର ଏମ୍ସିସିଡି କରିବା ପାଇଁ ନିୟମ ପ୍ରଣୟନ କରିବାରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ। ମାତ୍ର ତୃଣମୂଳସ୍ତରରେ ଏହାକୁ ଗୁରୁତ୍ବ ଦିଆଯାଉନାହିଁ। ଯେତେ ଅଧିକ ସଂଖ୍ୟକ ଏମ୍ସିସିଡି ହେବ, ତାହାଦ୍ବାରା ରାଜ୍ୟରେ ପ୍ରତିବର୍ଷ କେଉଁ ରୋଗରେ କେତେ ଲୋକ ପ୍ରାଣ ହରାଉଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ଗୋଟିଏ ପଟେ ରାଜ୍ୟରେ ଏମ୍ସିସିଡି ହାର କମ୍, ଅନ୍ୟପଟରେ ମନଇଚ୍ଛା କିଛି ନିର୍ଦ୍ଦିଷ୍ଟ ରୋଗ ପାଇଁ ଡାକ୍ତରଖାନା ଓ ଚିକିତ୍ସା ବ୍ୟବସ୍ଥା କରାଯାଉଛି।

5 hours ago
2


