ARTICLE AD BOX
ବୈଶିଙ୍ଗା: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେ ନାହିଁ ଯୁବକ। ଶେଷରେ ପୋଖରୀରୁ ମିଳିଲା ମୃତଦେହ। ମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ କଇଁଫୁଲିଆ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଲେ କଇଁଫୁଲିଆ ଗ୍ରାମର ପରେଶ ମହାନ୍ତଙ୍କ ୩୨ ବର୍ଷୀୟ ପୁଅ ସଞ୍ଜୟ ମହାନ୍ତ।
ସୂଚନା ଅନୁସାରେ, ସୋମବାର କାମ ସାରି ଘରକୁ ଫେରିବା ପରେ ସଞ୍ଜୟ ଘର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହରେ ବେତନଟୀ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସୋମବାର ରାତିରେ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ହେଲେ ଅନ୍ଧାର ଯୋଗୁଁ ରାତିରେ ସଞ୍ଜୟଙ୍କ କୌଣସି ସନ୍ଧାନ ମିଳିନଥିଲା।
ମଙ୍ଗଳବାର ସକାଳେ ପୁଣିଥରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଶେଷରେ ପୋଖରୀରୁ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିଲା ବେତନଟୀ ଅଗ୍ନିଶମ ବାହିନୀ।
ବଡ଼ସାହି ପୁଲିସ ମୃତଦେହ ଜବତ କରିଛି
ମୃତଦେହକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ବଡ଼ସାହି ପୁଲିସ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସଞ୍ଜୟଙ୍କ ମୃତ୍ୟୁକୁ ନେଇ କଇଁଫୁଲିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Union Bank: ୟୁନିୟନ ବ୍ୟାଙ୍କରେ ଡକାୟତି ବେଳେ ଚଢ଼ାଉ, କାର୍ରେ ଖସୁଥିବା ଗ୍ୟାଙ୍ଗକୁ ଗୋଡ଼ାଇ ଧରିଲା ପୁଲିସ

2 hours ago
2


