ARTICLE AD BOX
ରାୟଗଡ଼ା(ଶିବ ପ୍ରସାଦ ଦୋରା): ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟା ନିଲୁ କାଡ୍ରାକା ଓ ୧୨ ବର୍ଷୀୟା କାମି ତିଆକା। ସୂଚନା ଅନୁସାରେ, ଦୁଇ ନାବାଳିକା ଶାନ୍ତିନଗର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଦୁହେଁ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଛି।
କଲ୍ୟାଣସିଂହପୁର ଅଞ୍ଚଳରେ ଶୋକର ଛାୟା
ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଉଦ୍ଧାର କରି ଦୁଇ ନାବାଳିକାଙ୍କୁ ବଡ଼ନାୟକଗୁଡ଼ା ଗାଁକୁ ନେଇଥିଲେ। ଉଭୟ ନାବାଳିକା ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି। ଖବର ପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଦୁଇ ମୃତଦେହର ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି। କଲ୍ୟାଣସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

53 minutes ago
1


