Deadbody: ଦିଲ୍ଲୀ ପୁଲିସ କନଷ୍ଟେବଲ ଓ ପତ୍ନୀଙ୍କ ମୃତଦେହ ବନ୍ଦ ଘରୁ ଉଦ୍ଧାର

1 week ago 8
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଜଣେ ୪୦ ବର୍ଷୀୟ ହେଡ୍‌ କନଷ୍ଟେବଲ ଓ ତାଙ୍କ ପତ୍ନୀଙ୍କ ମୃତଦେହ ବାହ୍ୟ ଦିଲ୍ଲୀର ନରେଲା ଅଞ୍ଚଳର ଏକ ଆବାସିକ ଆପାର୍ଟମେଣ୍ଟର ସେମାନଙ୍କ ଫ୍ଲାଟ୍‌ରୁ ମିଳିଛି। ଘରଟି ଭିତରୁ ବନ୍ଦ ଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ଦୃଷ୍ଟିକୋଣରୁ ଜଣାପଡ଼ିଛି ଯେ, ହେଡ୍‌ କନଷ୍ଟେବଲ ପ୍ରଥମେ ୩୫-ବର୍ଷୀୟା ପତ୍ନୀଙ୍କୁ ତାଙ୍କ ସ୍କାର୍ଫ‌ ସାହାଯ୍ୟରେ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। କେଉଁ କାରଣରୁ ଏହି ହତ୍ୟା ଓ ଆତ୍ମହତ୍ୟା ଘଟଣା ଘଟିଛି ପୁଲିସ ତା’ର ତଦନ୍ତ କରୁଛି।

ଆହୁରି ପଢନ୍ତୁ: SRM University: ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ୟୁନାଇଟ୍‌ସ ଗ୍ଲୋବାଲ ଇନୋଭେସନ୍‌ ସୋସାଇଟି ଆରମ୍ଭ

ପୁଲିସ କହିଛି ଯେ, ପାଖାପାଖି ଅପରାହ୍ଣ ୧ଟାବେଳେ ସେମାନଙ୍କ ପାଖକୁ ଫୋନ୍‌ କଲ୍‌ ଆସିଥିଲା ଓ କୁହାଯାଇଥିଲା ହେଡ କନଷ୍ଟେବଲ ଓ ତାଙ୍କ ପତ୍ନୀ ରହୁଥିବା ଫ୍ଲାଟ ଭିତରୁ ବନ୍ଦ ରହିଥିବାବେଳେ ବାରମ୍ବାର ଡାକିବା ସତ୍ତ୍ବେ ସେମାନେ କବାଟ ଖୋଲୁ ନଥିଲେ। ଦମ୍ପତିଙ୍କର ୧୩ ବର୍ଷ ଓ ୧୧ ବର୍ଷର ଦୁଇ ସନ୍ତାନ ସ୍କୁଲରୁ ଘରକୁ ଫେରିବା ପରେ ଦେଖିଥିଲେ ଯେ, ସେମାନଙ୍କ ଘର ଭିତରୁ ବନ୍ଦ ଥିଲେ ମଧ୍ୟ ବାପାମା’ କୌଣସି ଜବାବ ଦେଉନାହାନ୍ତି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ସହାୟତାରେ ଘରେ ପ୍ରବେଶ କରିବା ପରେ ସ୍ବାମୀ ସ୍ତ୍ରୀ ଗୋଟିଏ ଘରେ ମୃତାବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଡେପୁଟି କମିସନର (ଆଉଟର୍‌ -ନର୍ଥ) ଶୋଭିତ୍‌ ଡି ସାକ୍‌ସେନା କହିଛନ୍ତି, ଫରେନସିକ୍‌ ସାଇନ୍ସ ଲାବୋରେଟୋରୀ, କ୍ରାଇମ୍‌ ସିନ୍‌ ନିରୀକ୍ଷଣ ଦଳ, ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳ ପହଞ୍ଚି ଥିଲେ। ଶବ ବ୍ୟବଚ୍ଛେଦ ପାଇଁ ସତ୍ୟବାଦୀ ରାଜା ହରିଶଚନ୍ଦ୍ର ହସ୍ପିଟାଲ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.