Dead: ମହୁଲ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମର ଜଣେ ଯୁବକ ମହୁଲ ଗଛରୁ ତଳେ ପଡି ମୃତ୍ୟୁ ହୋଇ ଯାଇଛି। ମୃତକ ଜଣକ ଗୁରୁସିଙ୍ଗା ଗ୍ରାମର ବେଣୁଧର ମାଝୀ(୪୮)। ଗୁରୁସିଙ୍ଗା ଗ୍ରାମର ବେଣୁଧର ଘର ଠାରୁ ଅଧା କିଲୋମିଟର ଦୂରରେ ଚାଷ ଜମିରେ ଥିବା ମହୁଲ ଗଛର ଡାଳ କାଟୁଥିଲେ।

 (sambad.in) Photograph: (sambad.in)

ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମର ଜଣେ ଯୁବକ ମହୁଲ ଗଛରୁ ତଳେ ପଡି ମୃତ୍ୟୁ ହୋଇ ଯାଇଛି। ମୃତକ ଜଣକ ଗୁରୁସିଙ୍ଗା ଗ୍ରାମର ବେଣୁଧର ମାଝୀ(୪୮)। 

ସୂଚନା ପ୍ରକାରେ ଗୁରୁସିଙ୍ଗା ଗ୍ରାମର ବେଣୁଧର ଘର ଠାରୁ ଅଧା କିଲୋମିଟର ଦୂରରେ ଚାଷ ଜମିରେ ଥିବା ମହୁଲ ଗଛର ଡାଳ କାଟୁଥିଲେ।ଡାଳ କାଟିବା ସମୟରେ କୌଣସି କାରଣରୁ ତଳେ ପଡି ଯାଇଥିଲେ। ଦୀର୍ଘ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ତୁରନ୍ତ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। 

ପରିବାର ଲୋକ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବାର ଅଳ୍ପ ସମୟ ମଧ୍ୟରେ ଦେହାନ୍ତ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.