Dead: ବିରୂପା ନଦୀରେ ଗାଧୋଇବା ବେଳେ ଖସିଗଲା ଗୋଡ଼; ଗୃହରକ୍ଷୀଙ୍କ ମୃତ୍ୟୁ

1 hour ago 2
ARTICLE AD BOX

ଚଣ୍ଡିଖୋଲ (ଭକ୍ତ ସାହୁ): ବିରୂପା ନଦୀରେ ବୁଡ଼ି ଜଣେ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି। ଅକାଳ ମୃତ୍ୟୁବରଣ କରିଥିବା ଏହି ଗୃହରକ୍ଷୀ ହେଉଛନ୍ତି ଯାଜପୁରଜିଲ୍ଲା ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରୁକୁଟିପାଟ ଗ୍ରାମର କାର୍ତ୍ତିକ ଚନ୍ଦ୍ର ବେହେରା (୫୮)। ସେ ଦୀର୍ଘ ବର୍ଷ ଧରି ବାଲିଚନ୍ଦ୍ରପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଥିଲେ। 

ସୂଚନା ମୁତାବକ ଗୃହରକ୍ଷୀ କାର୍ତ୍ତିକ ଗତକାଲି ସକାଳେ ନିଜ ଘର ନିକଟ ବିରୂପା ନଦୀକୁ ସ୍ନାନ କରିବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଏହା ଦେଖି ସେଠାରେ ଥିବା ଲୋକେ ତାଙ୍କ ଘରକୁ ଖବର ଦେଇଥିଲେ। ନଦୀର ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। 

Suspend: ବାଲିଅନ୍ତା ଘଟଣାରେ ୪ଜଣ କର୍ମଚାରୀ ନିଲମ୍ବିତ, ୨ଜଣ ଗୃହରକ୍ଷୀ ବହିଷ୍କୃତ

ଏହି ନଦୀରେ ସ୍ନାନ କରୁଥିବା ଅଳ୍ପ ଦୂରରେ ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କର ଗହଳି ଲାଗି ଯାଇଥିଲା। ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ଦିଲ୍ଳୀପ କୁମାର ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚି ମୃତ କାର୍ତ୍ତିକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡ଼ିକାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶବ ସତ୍କାର କରାଇଥିବା ବେଳେ ଏକମାତ୍ର ପୁତ୍ର ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ଅକାଳ ବିୟୋଗରେ ବିଧାୟକ ଅମର କୁମାର ନାୟକ,ବାଲିଚନ୍ଦ୍ରପୁର ଥାନାଧିକାରୀ ଦିଲ୍ଳୀପ କୁମାର ମହାନ୍ତି, ସରପଞ୍ଚ ଅନୁପମା ବଳ, ଅଶୋକ କୁମାର ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନଭଞ୍ଜନ ରାଉତରାୟ, ରବୀନ୍ଦ୍ରକୁମାର ରାଉତରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ ପୂର୍ବକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.