ARTICLE AD BOX
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ଗ୍ରାମର ଜଣେ ଯୁବକଙ୍କ କେରଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଡୁକୁମ୍ ଗ୍ରାମର ରମେଶ କୁଶୁଲିଆଙ୍କ ପୁଅ ମିଲନ୍ କୁଶୁଲିଆ (୨୫)।
/sambad/media/media_files/2026/09/20/new-project-1-2026-09-20-19-24-31.jpg)
ବିଷମ କଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ଗ୍ରାମର ଜଣେ ଯୁବକଙ୍କ କେରଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଡୁକୁମ୍ ଗ୍ରାମର ରମେଶ କୁଶୁଲିଆଙ୍କ ପୁଅ ମିଲନ୍ କୁଶୁଲିଆ (୨୫)।
ମିଲନ କେରଳର ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଆଜି ସେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ମିଲନ ଆତ୍ମହତ୍ୟା କରିଥିବା ସଂକ୍ରାନ୍ତରେ ତାଙ୍କ ଅନ୍ୟ ସହଯୋଗୀମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇ ପରିବାର ଲୋକେ କେରଳ ଯାଉଛନ୍ତି। ପରିବାର ଲୋକେ ପହଁଚିବା ପରେ ଶବବ୍ୟବଛେଦ କରି କେରଳ ପୁଲିସ୍ ପରିବାର ଲୋକଙ୍କୁ ଶବ ହସନ୍ତାନ୍ତର କରିବା ପରେ ଶବ ଡୁକୁମସ୍ଥିତ ବାସଭବନକୁ ଅଣାଯିବା ବୋଲି ସୁଚନା ମିଳିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
6


