ARTICLE AD BOX
“ତୁମେ ଝିଅର ବାପା ହୋଇନାହଁ, ତେଣୁ ଏ କଥା ବୁଝିପାରିବନି।” ଝିଅର ସୁରକ୍ଷା, ସ୍ୱାଧୀନତା କିମ୍ବା ମହିଳାଙ୍କ ସମସ୍ୟା କଥା ଉଠିଲେ ଏଭଳି କଥା ଶୁଣିବାକୁ ମିଳେ। କାରଣ ଝିଅର ବାପା ହେଲାପରେ ଅନେକ ପୁରୁଷଙ୍କ ପାଇଁ ଏହିସବୁ ପ୍ରସଙ୍ଗ ନେଇ ଦୃଷ୍ଟିଭଙ୍ଗୀ ବଦଳିଯାଏ। ଘରେ ଝିଅ ଯେତେବେଳେ ପଚାରେ, “ଭାଇକୁ ଏତେ ସ୍ୱାଧୀନତା, ମୋତେ କାହିଁକି ନୁହେଁ?”, ସେତେବେଳେ ବାପାଙ୍କୁ ମଧ୍ୟ ଭାବିବାକୁ ପଡ଼େ। ସ୍କୁଲରେ ତା’ ସହ କିଛି ଘଟିଲେ କିମ୍ବା ସେ ନିଜ ଅନୁଭବ କହିଲେ, ବାପାଜଣକ ନାରୀ ଜୀବନକୁ ଆଉଟିକେ ପାଖରୁ ବୁଝିପାରନ୍ତି। ମହିଳାଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ ଓ ବ୍ୟବହାରରେ ଉନ୍ନତି ହୁଏ।
Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...
ଏହାକୁ ମନୋବିଜ୍ଞାନୀମାନେ ‘ଡଟର୍ ଇଫେକ୍ଟ’ ବୋଲି କହନ୍ତି। କିଛି ଗବେଷଣାରୁ ଏହାର ପ୍ରମାଣ ମିଳିଛି। ଡେନ୍ମାର୍କରେ ହୋଇଥିବା ଏକ ବଡ଼ ଅଧ୍ୟୟନରେ ଦେଖାଯାଇଛି ଯେ, ପ୍ରଥମ ସନ୍ତାନ ଝିଅ ହୋଇଥିବା ପୁରୁଷ ମ୍ୟାନେଜର୍ମାନଙ୍କ ଅଧୀନସ୍ଥ କାର୍ଯ୍ୟସ୍ଥଳରେ ମହିଳାଙ୍କ ନିଯୁକ୍ତି ଓ ପଦୋନ୍ନତି ଅଧିକ ହୋଇଥାଏ। ଆମେରିକାର କିଛି ଗବେଷଣାରେ ମଧ୍ୟ ଝିଅ ଥିବା ପୁରୁଷ ମ୍ୟାନେଜର୍ଙ୍କ ଅଧୀନରେ ଲିଙ୍ଗ ସମାନତା ଓ କର୍ମଚାରୀ ବିବିଧତା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ ବୋଲି ଲକ୍ଷ୍ୟ କରାଯାଇଛି।
Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା
ତେବେ ଏହାର ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ଝିଅର ବାପା ଭଲ ମ୍ୟାନେଜର୍ ହେବେ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଝିଅର ପ୍ରଶ୍ନ, ସ୍ୱପ୍ନ ଓ ଅନୁଭବକୁ ବୁଝୁବୁଝୁ ଜଣେ ବାପା ସମାଜକୁ ମଧ୍ୟ ନୂଆ ଦୃଷ୍ଟିରେ ଦେଖିପାରନ୍ତି। ଆଉ ଏହି ପରିବର୍ତ୍ତନ ଘରଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଥିରୁ ଏକଥା ମଧ୍ୟ ସ୍ପଷ୍ଟ ହୋଇଥାଏ ଯେ ପିତାମାତା ହିଁ ସନ୍ତାନଙ୍କୁ ପ୍ରଭାବିତ କରନ୍ତି ନାହିଁ, ସନ୍ତାନଙ୍କ ଦ୍ବାରା ମଧ୍ୟ ପିତାମାତାଙ୍କ ବ୍ୟକ୍ତିତ୍ବ ଓ ବିଚାର ବଦଳିଥାଏ।
Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

1 day ago
3


