Damage assessment: ଆଜିଠୁ ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ

2 months ago 15
ARTICLE AD BOX

ଭୁବନେଶ୍ବର: ଚଳିତ ବନ୍ୟାରେ ୨୨ଜିଲ୍ଲାରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ବର, ଭଦ୍ରକ ଓ ଯାଜପୁରଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଥିବାବେଳେ ପୁରୀ, ଜଗତସିଂହପୁର, ଖୋରଧା ଏବଂ କଟକର କିଛି କିଛି ଅଞ୍ଚଳ ପ୍ରଭାବିତ ହୋଇଛି। ତେଣୁ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଯେପରି ତୁରନ୍ତ କ୍ଷତିପୂରଣ ମିଳିବ ସେନେଇ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଆଯାଇଛି। ପାଣି ଛାଡ଼ିବାର ୭୨ଘଣ୍ଟା ମଧ୍ୟରେ ସର୍ଭେ ରିପୋର୍ଟ ଦେବାକୁ କୁହାଯାଇଛି। ଆଜି ବହୁ ସ୍ଥାନରେ ପାଣି ଛାଡ଼ିଥିବାବେଳେ ସୋମବାରଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। ଯେଉଁ ଯେଉଁ ଅଞ୍ଚଳରେ ପାଣି ଛାଡ଼ୁଥିବ ସେଠାରେ ରାଜସ୍ବ ବିଭାଗ ଅଧିକାରୀମାନେ ପହଞ୍ଚି ସର୍ଭେ କରି ରିପୋର୍ଟ ଦେବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଆର୍‌ଆଇମାନେ ସୋମବାରଠୁ ଗାଁ ଗାଁ ବୁଲି କେଉଁଠି କେତେ ଘର ଭାଙ୍ଗିଛି ତା’ର ତାଲିକା ପ୍ରସ୍ତୁତ କରିବେ। ଫସଲହାନି ଓ ପନିପରିବା କ୍ଷତିର ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନଳକୂଅଗୁଡ଼ିକୁ ସଂକ୍ରମଣମୁକ୍ତ କରାଯାଉଛି। ଘାଇଗୁଡ଼ିକୁ ତୁରନ୍ତ ମରାମତି କରିବା ସହ କେଉଁ କେଉଁ ଜାଗାରେ ଘଳିଆ ଅଛି ତାହାକୁ ଖୋଜି ମରାମତି କରିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲଗୁଡ଼ିକରେ ପାଣି ପଶିଛି ସେଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ସ୍ବତନ୍ତ୍ର ଅନୁଦାନ ଦିଆଯିବ। ଏନେଇ ସଂପୃକ୍ତ ବିଭାଗ ରିପୋର୍ଟ ଦେଲେ ସେଠାରେ ଆଗାମୀ ଦିନରେ ଯେପରି ପାଣି ନ ପଶିବ ସେନେଇ ବ୍ୟବସ୍ଥା କରାଯିବ। ଏହାବାଦ୍ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପୂର୍ତ୍ତ ବିଭାଗର ବହୁ ସ୍ଥାନରେ ରାସ୍ତା ଧୋଇ ଯାଇଥିବାବେଳେ ସେଗୁଡ଼ିକର ମରାମତି କରିବା ସହ ସମସ୍ତ କ୍ଷତିପୂରଣ ଦିଆଯିବ। ଶକ୍ତି ବିଭାଗର ମଧ୍ୟ କେତେକ ଭିତ୍ତିଭୂମି ନଷ୍ଟ ହୋଇଛି। ଏହାକୁ ମରାମତି କରି ନିରନ୍ତର ବିଦ୍ୟୁତ୍‌ ସେବା ଯୋଗାଇବାକୁ କୁହାଯାଇଛି। ଆଗାମୀ ଦିନରେ ରାଜ୍ୟରେ ବନ୍ୟା ହେଲେ ଯେପରି କମ୍‌ କ୍ଷୟକ୍ଷତି ହେବ ସେନେଇ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

RBI: ମୁଦ୍ରା ନୀତି କମିଟିର ବୈଠକ ଆଜିଠୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.