ARTICLE AD BOX
ନୂଆଦିଲ୍ଲୀ: ଏଲନିନୋ ପ୍ରଭାବରେ ଅମଳ କମିବା ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଖୋଲା ବଜାରରେ ଡାଲି ବିକ୍ରି ବନ୍ଦ ରଖିବା ଉପରେ ବିଚାର କରୁଛନ୍ତି। ଦରଦାମ ସ୍ଥିତି ଉପରେ ଲଗାମ କଷିବା ପାଇଁ ସରକାର ଡାଲି ଭଣ୍ଡାର ସୃଷ୍ଟି କରିଛନ୍ତି। ନିୟମିତ ବ୍ୟବଧାନରେ ସେଥିରୁ ଡାଲି ବାହାର କରି ତାହାକୁ ଖୋଲା ବଜାରରେ ବିକ୍ରି କରାଯାଏ। ଚଳିତ ବର୍ଷ କିନ୍ତୁ ସେହି ଡାଲି ବିକ୍ରି କରିବା ପରିବର୍ତ୍ତେ ଯେକୌଣସି ପ୍ରକାର ଅପ୍ରୀତିକର ସ୍ଥିତିର ମୁକାବିଲା କରିବା ପାଇଁ ତାହାକୁ ରଖିବାକୁ ସରକାର ଚାହୁଛନ୍ତି। ଖୋଲା ବଜାର ଡାଲି ବିକ୍ରି ବନ୍ଦ ରଖିବାକୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୃଷି ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।
ସଂଗ୍ରହଠାରୁ ନଅ ମାସ ପର୍ଯ୍ୟନ୍ତ ଡାଲିକୁ ଭଣ୍ଡାରରେ ରଖିବାକୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ କହିଛି। ଆଗାମୀ ଖରିଫ ଓ ରବି ଋତୁରେ ଫସଲ ଅମଳ କିଭଳି ରହିବ ତାହାର ଏକ ସ୍ପଷ୍ଟ ଚିତ୍ର ନ ଆସିବା ପର୍ଯ୍ୟନ୍ତ ଡାଲି ବିକ୍ରି ନ କରିବାକୁ ନିବେଦନ କରାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କଠାରୁ ସିଧାସଳଖ ଡାଲି କିଣି ଓ ମୂଲ୍ୟ ସ୍ଥିରତା ପାଣ୍ଠି ଜରିଆରେ କିିଛି ଡାଲି ଆମଦାନି କରି ଭଣ୍ଡାରରେ ରଖିଛନ୍ତି। ସେହି ଭଣ୍ଡାରରେ ବର୍ତ୍ତମାନ ୪ ନିୟୁତ ଟନ ଡାଲି ରହିଛି।
ଆହୁରି ପଢନ୍ତୁ: Young Professional Recruitment: ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କଲା ଏନଟିଏ
ଚଳିତ ବର୍ଷ ଜୁଲାଇ ୧୭ ସୁଦ୍ଧା ୬.୯୨ ନିୟୁତ ହେକ୍ଟରରେ ଡାଲି ଚାଷ ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ କମ୍। କମ୍ ବର୍ଷା କାରଣରୁ ଡାଲି ଚାଷ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ସାଧାରଣତଃ ଡାଲି ଖରାପ ହୋଇଯିବା କିମ୍ବା ସେଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଯିବାର ଆଶଙ୍କା ଥିବାରୁ ସଂଗ୍ରହର ୯ ମାସ ମଧ୍ୟରେ ସେଗୁଡ଼ିକୁ ବିକ୍ରି କରିବାକୁ ଉଦ୍ୟମ କରାଯାଏ। ଚଳିତ ବର୍ଷ କିନ୍ତୁ ସେହି ଧାରାରେ ଡାଲ ବିକ୍ରି କରାଯିବ ନାହିଁ।

1 hour ago
1


