Cyclosporiasis: ସଂକ୍ରମଣର ନାଁ: ସାଇକ୍ଲୋସ୍ପୋରିଆସିସ୍

1 hour ago 1
ARTICLE AD BOX

ପେଟ ଫମ୍ପେଇବା, ବାରମ୍ବାର ଗ୍ୟାସ୍, ପେଟଫୁଲା ଓ ଲଗାତାର ଡାଇରିଆ ଭଳି ସମସ୍ୟାକୁ ଆମେ ସାଧାରଣ ପାଚନ ସମସ୍ୟା ଭାବି ନଜରଅନ୍ଦାଜ କରିଦେଇଥାଉ। ତେବେ ଡାଇରିଆ ଭଳି ସମସ୍ୟା କିଛି ଦିନ ଧରି ଲାଗିବା ସହ ଭୋକ କମି ଶରୀରର ଓଜନ କମିବା ଅନ୍ତନଳୀ ସଂକ୍ରମଣ ଯୋଗୁଁ ହୋଇପାରେ। ଏହିଭଳି ଏକ ସଂକ୍ରମଣ ହେଉଛି ସାଇକ୍ଲୋସ୍ପୋରିଆସିସ୍, ଯାହା ‘ସାଇକ୍ଲୋସ୍ପୋରା କାଏଟାନେନ୍‌ସିସ୍’ ନାମକ ପରଜୀବୀ ବା ପାରାସାଇଟ୍‌ ଦ୍ୱାରା ହୋଇଥାଏ। ଏହି ପରଜୀବୀ ଦୂଷିତ ଖାଦ୍ୟ କିମ୍ବା ପାଣି ମାଧ୍ୟମରେ ଶରୀରରେ ପ୍ରବେଶ କରି ଛୋଟ ଅନ୍ତ୍ରକୁ ପ୍ରଭାବିତ କରେ। ଏହାର ବିଶେଷତ୍ବ ହେଲା, ଏଥିରେ ଲକ୍ଷଣଗୁଡ଼ିକ ଦିନେ କିମ୍ବା ସପ୍ତାହେ ପର୍ଯ୍ୟନ୍ତ ରହିପାରେ। କେତେକ ସମୟରେ ଏହା ସାମାନ୍ୟ କମି ପୁଣି ନିଜ ପ୍ରକୋପ ଦେଖାଇପାରେ।

ସାଇକ୍ଲୋସ୍ପୋରା କାଏଟାନେନ୍‌ସିସ୍ ନାମକ ପରଜୀବୀ ବା ପାରାସାଇଟ୍‌ ଦ୍ୱାରା ହେଉଥିବା ସଂକ୍ରମଣକୁ କୁହାଯାଏ ସାଇକ୍ଲୋସ୍ପୋରିଆସିସ୍।

କାଏଟାନେନସିସ୍ ପରଜୀବୀ ଦ୍ୱାରା ଦୂଷିତ ଖାଦ୍ୟ କିମ୍ବା ପାଣି ଶରୀରରେ ପ୍ରବେଶ କଲେ ସାଇକ୍ଲୋସ୍ପୋରା ସଂକ୍ରମଣ ହୋଇପାରେ। ଏହି ପରଜୀବୀ ମୁଖ୍ୟତଃ ଆମ କ୍ଷୁଦ୍ରଅନ୍ତ୍ରକୁ ପ୍ରଭାବିତ କରେ। ବିଶେଷଜ୍ଞମାନଙ୍କ ଅନୁସାରେ, ପରଜୀବୀଙ୍କ ସଂସ୍ପର୍ଶରେ ଆସିବାର ପ୍ରାୟ ଏକ ସପ୍ତାହ ପରେ ସଂକ୍ରମଣର ଲକ୍ଷଣ ଆରମ୍ଭ ହୁଏ। କିଛି ଲୋକଙ୍କ କ୍ଷେତ୍ରରେ ଦୁଇ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଇପାରେ। ଆଉ କେତେକ କ୍ଷେତ୍ରରେ ଦୁଇ ସପ୍ତାହ କିମ୍ବା ଅଧିକ ସମୟ ବି ଲାଗିପାରେ। କେତେକ ସଂକ୍ରମିତଙ୍କର ସ୍ପଷ୍ଟ ଲକ୍ଷଣ ଜଣାପଡ଼େ ନାହିଁ। ଏହି ସଂକ୍ରମଣ ଯୋଗୁଁ ଭୋକ କମିବା, ବାନ୍ତି ଲାଗିବା, ଥକାପଣ ଓ ଓଜନ ହ୍ରାସ ସହିତ ଡାଇରିଆ ମଧ୍ୟ ହୋଇପାରେ। ତେଣୁ, ଦୀର୍ଘକାଳୀନ ପେଟ ଖରାପକୁ କେବଳ ବଦ୍‌ହଜମି କିମ୍ବା ସାଧାରଣ ପେଟ ସମସ୍ୟା ଭାବି ଅଣଦେଖା କରିବା ଠିକ୍‌ ନୁହେଁ। ଏ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଙ୍କ ମଳରୁ ପରଜୀବୀ ପାଣିକୁ ଚାଲିଯାଏ। ଫଳ ଓ ପନିପରିବା ଚାଷରେ ଏହି ଜଳ ବ୍ୟବହାର ହେଲେ ତାହା ଫସଲକୁ ପ୍ରଭାବିତ କରେ। ଏଗୁଡ଼ିକୁ ଖାଇବା କିମ୍ବା ପିଇବା ଦ୍ୱାରା ସଂକ୍ରମଣ ଅନ୍ୟମାନଙ୍କୁ ବ୍ୟାପିପାରେ। ଏହାର ଅର୍ଥ ନୁହେଁ ଯେ, ପ୍ରତ୍ୟେକ କଞ୍ଚା ଫଳ କିମ୍ବା ପନିପରିବା ସଂକ୍ରମିତ। ଖାଦ୍ୟ ସଂକ୍ରମିତ କି ନୁହେଁ ତଥା ଏହାର ପରିଚାଳନା ଉପରେ ହିଁ ନିର୍ଭର କରେ। ସଂକ୍ରମିତ ବ୍ୟକ୍ତିଙ୍କ ମଳରେ ନିର୍ଗତ ଏହି ପରଜୀବୀର ଜୀବନଚକ୍ର ପରିବେଶରେ ପ୍ରାୟ ଏକରୁ ଦୁଇ ସପ୍ତାହ କିମ୍ବା ଅଧିକ ସମୟ ରହି ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରେ। ତେଣୁ ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ସଫା ପାଣିରେ ଭଲଭାବେ ଧୋଇବା, ହାତ ପରିଷ୍କାର କରିବା ଓ ବିଶୁଦ୍ଧ ପାଣି ବ୍ୟବହାର କରିବା ଜରୁରି।

ସାଇକ୍ଲୋସ୍ପୋରିଆସିସ୍ ରୋକିବାର ପ୍ରଥମ ପଦକ୍ଷେପ ହେଉଛି, ଖାଦ୍ୟ ଓ ପାଣିର ବିଶୁଦ୍ଧତା ପ୍ରତି ଧ୍ୟାନ ଦେବା। ଫଳ ଓ ପନିପରିବା ଖାଇବା, କାଟିବା କିମ୍ବା ରାନ୍ଧିବା ପୂର୍ବରୁ ସଫା ପାଣିରେ ଭଲଭାବେ ଧୁଅନ୍ତୁ। ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା ଉଚିତ। ବିଶେଷକରି ଯାତ୍ରା ସମୟରେ ନିରାପଦ ପାନୀୟ ଜଳ ବ୍ୟବହାର କରନ୍ତୁ। ଖାଦ୍ୟକୁ ସୁରକ୍ଷିତ ଭାବେ ବ୍ୟବହାର କରନ୍ତୁ ଓ ରାନ୍ଧିବା ସମୟରେ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। କେବଳ ଫଳ ବା ପନିପରିବାକୁ ଧୋଇଲେ ବା ସାଧାରଣ ଭାବେ ପରିଷ୍କାର କଲେ ପରଜୀବୀ ନିର୍ମୂଳ ହୋଇଯାଏ ନାହିଁ। ଉପଯୁକ୍ତ ଖାଦ୍ୟ ଖାଇବା ସହ ତାହା ସୁରକ୍ଷିତ ଉତ୍ସରୁ ଅଣାଯାଇଥିବା ଆବଶ୍ୟକ। ଖାଦ୍ୟ ତଥା ପାଣି ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଯଦି ତରଳ ଝାଡ଼ା ଅଧିକ ଦିନ ଲାଗି ରହିବା ସହ ବାରମ୍ବାର ଫେରେ କିମ୍ବା ଦୁର୍ବଳତା, ଓଜନ ହ୍ରାସ ବା ଶରୀରରେ ଜଳଶୁଷ୍କତା ଦେଖାଦିଏ, ତେବେ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ସେଭଳି କ୍ଷେତ୍ରରେ ଏହାର ଚିକିତ୍ସା ଜରୁରି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.